୧୭ ବଛର ହେଲା ଅଜନା ରୋଗ୍‌ରେ ପୀଡ଼ିତ ଅଷ୍ଟମୀ: ଅଭାବ ଅନାଟନରେ ଚେରମୂଲି ସାହାଭରସା

କୋକସରା, ୧୫ା୭(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡ଼ୋଲା ପଁଚେତ୍‌ କୁସୁମଖୁଣ୍ଟି ଗାଁର ଚନ୍ଦ୍ରଶେଖର ମାଝିକଁର ମାଏକିନା ଅଷ୍ଟମୀ ମାଝି(୪୫)। ସେ ଅନେକ ବଛର ହେଲା କେହେନ୍‌ସି ଗୁଟେ ଅଜାନା ରୋଗ୍‌ରେ ଯୁଝୁଛନ୍‌। ହେଲେ ପରିବାରଟା ଅଭାବ ଅନାଟନରେ ପେସି ହେଉଥିଲାବେଲେ ଅଷ୍ଟମୀକଁର ଚିକିତ୍ସା ଚିନ୍‌ତା ସପନରେ ବି ଭାବି ନାଇଁ ପାରବାର।
ସୂଚନା ଅନ୍‌ସାରେ କୁସୁମଖୁଣ୍ଟି ଗାଁର ଚନ୍ଦ୍ରଶେଖର ମାଝି। ପରିବାର କହେଲେ ମାଏକିନା ଅଷ୍ଟମୀ, ୪ ଝି ଆର ବୁଢ଼ି ମା’କେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଫିଦିନ ଦୁଇମୁଠା ଖାଏବାର ଯୁଗାଡ଼ରେ ଲାଗି ରହୁଛନ୍‌। ଏନ୍‌ତାଥି ଅଷ୍ଟମୀ ଗଲା ୧୭ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଯୁଝୁଛନ୍‌। ଚନ୍ଦ୍ରଶେଖର ବହୁତ ବଛର ଆଗ୍‌ରୁ ତାହାକୁ ନବରଙ୍ଗପୁର ମିଶନ ଡାକ୍‌ତରଖାନାରେ ଦେଖେଇଥିଲେ। ହେଲେ ସେଠାନେ ଡାକ୍‌ତର ଅଷ୍ଟମୀକୁଁ କେହେନ୍‌ସି ବଡ଼ ଡାକ୍‌ତରଖାନାକେ ନେଇ ଚିକିସତ୍ା କରବାକେ ପରାମଶ ଦେଇଥିଲେ। ଏନ୍‌ତାଥି ଚନ୍ଦ୍ରଶେଖର ମୁହୁଁକାନ ଶୁଖେଇ ଅଷ୍ଟମୀକୁଁ ଧରି ଘରକେ ଫିରି ଆଏଲେ। ଇଆଡ଼େ ଅଭାବ ଅନାଟନ ଲାଗି ଚନ୍ଦ୍ରଶେଖର ଅଷ୍ଟମୀକୁଁ ଚିକିସତ୍ା ଲାଗି କେହେନ୍‌ସି ବଡ଼ ଡାକ୍‌ତରଖାନା ନାଇଁ ନେଇପାରଲେ। ଘରେ ରଖି ଚେରମୂଲି ଉଷୋକଷା କଲେ। ହେଲେ ଗଲା ୭ ମାସ ହେବା ଅଷ୍ଟମୀ ଅତି ଦୁରବଲ ହେଇଯିବାର ସଂଗେ ଦିହିଟା ତାକର ଶୁଖିଯାଇ ହାଡ଼କଁକାଲି ଲେଖେଁ ଦିଶୁଛେ। ଏନ୍‌ତାଥି ସେ ଠିକ୍‌ସେ ଚାଲବୁଲ କରି ନାଇଁପାରବାର। ତାକର ଦିହେ କାଣା ବେମାର ଅଛେ ବି ପରୀକ୍ଷା ନିରୀକ୍ଷା ଅଭାବୁ ଜନା ନାଇଁ ପଡ଼ବାର। ଇଆଡ଼େ ଚନ୍ଦ୍ରଶେଖର ଗଲା ବଛର ଖଁଜ୍‌ଖାପ୍‌ କରି ବଡ଼ ଝି’କେ ବିହା କରିଛନ୍‌। ହେଲେ ଏହେଦେ ବି ତାକର ଉପରେ ୩ ବଢ଼ଲା ଝି’ ଆର ବୁଢ଼ିମାର ବୋଝ୍‌ ରହିଛେ। ଏନ୍‌ତାଥି ସେ ଅଷ୍ଟମୀକଁର ଚିକିସତ୍ା କଥା ଚିନ୍‌ତା ବି କରି ନାଇଁପାରବାର। ଫିଦିନ ସଖାଲ ପାଏଲେ କୁଲି ମଜୁରି କରି ଆନ୍‌ଲେ ଯାଇ ଘରର ଚୁଲି ଜଲୁଛେ। ଘରର ଏନ୍‌ତା ପରିସ୍ଥିତିରେ ୩ ଝି’ ଭିତରୁ ତୁଳସୀ ଆର ଅନା ମାଟ୍ରିକ ପାସକରି ପାଠ୍‌ପଢ଼ାରେ ଗଏଁଠ୍‌ ପକେଇଛନ୍‌। ଇଆଡ଼େ ପରିବାରକେ ମିଲୁଥିବାର ସରକାରୀ ସାହାଯ୍‌ କହେଲେ ମାସିକ ୩୦ କେ.ଜି. ଚାଉଲ ଆର ବୁଢ଼ି ମା’ ପାଉଥିବାର ୩ଶହ ଭତା ଟଁକା ସାହାଭରସା। ଏନ୍‌ତା ପରିସ୍ଥିତିରେ ଚନ୍ଦ୍ରଶେଖର ଉପେ ଶୂଇନ୍‌ ହେଇ ଗଣମାଧ୍ୟମ ଜରିଆରେ ଅଷ୍ଟମୀକଁର ଚିକିସତ୍ା ସାହାଯ୍‌ ଲାଗି ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ କୋକସରା ବିଡିଓ ବସନ୍ତ କୁମାର ସେଠିକୁଁ ପଚରାଲାରୁ ଘଟନା ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ଅଷ୍ଟମୀକଁର ଚିକିସତ୍ା ଲାଗି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀକଁର ସଂଗେ ଆଲୋଚନା କରି ଯେନ୍‌ଟା ହେବା ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri