ଭୋପାଳ, ୨୯।୯:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିଟି ଜିନିଷକୁ ସାଇତି ରଖିବା ପାଇଁ ସବୁବେଳେ ପ୍ରଚେଷ୍ଟା ହୋଇଆସିଛି। ସେ ଟୋପି ହେଉ ଅବା ସେ ବ୍ୟବହାର କରୁଥିବା ଚର୍ଖା ଆଜି ବି ଐତିହାସିକ ହୋଇ ରହିଛି। ମଧ୍ୟପ୍ରଦେଶର ନରସିଂହପୁରରେ ଏକ ସ୍କୁଲରେ ଏବେ ବି ଛାତ୍ରମାନେ ଗାନ୍ଧୀ ଟୋପି ପିନ୍ଧି ସ୍କୁଲକୁ ଆସୁଛନ୍ତି। ୧୭୫ ବର୍ଷ ପୁରୁଣା ଶାସକୀୟ ମାାଧ୍ୟମିକ ବାଳକ ଶାଳା ନାମକ ଏହି ସ୍କୁଲରେ ପିଲାମାନେ ପାଠ ପଢିବାବେଳେ ମଧ୍ୟ ଟୋପି ପିନ୍ଧିଥାନ୍ତି। ଏହି ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୧୯୪୫, ଅକ୍ଟୋବର ୩ରେ ମହାତ୍ମା ଗାନ୍ଧୀ ଏହି ସ୍କୁଲ ପରିଦର୍ଶନରେ ଆସିଥିଲେ। ସେତେବେଳେ ଦେଶରେ ଅସହଯୋଗ ଆନ୍ଦୋଳନ ଚାଲିଥିଲା। ସେବେଠାରୁ ସ୍କୁଲର ଛାତ୍ରମାନେ ଟୋପି ପିନ୍ଧି ସ୍କୁଲକୁ ଆସିଥାନ୍ତି। କେବଳ ଛାତ୍ର ନୁହଁନ୍ତି, ଶିକ୍ଷକମାନେ ମଧ୍ୟ ଟୋପି ପିନ୍ଧିଥାନ୍ତି। ଶିକ୍ଷକଙ୍କ କହିବା ଅନୁଯାୟୀ, ପିଲାମାନେ ଗାନ୍ଧି ଟୋପି ପିନ୍ଧି ଆସିଲେ ସେମାନଙ୍କ ମନରେ ଦେଶ ଭକ୍ତି ଭାବନା ଜାଗ୍ରତ ହେବ।