୧୮ ହଜାର ହେକ୍ଟର ଚାଷଜମି ପଡ଼ିଆ

ତିହିଡ଼ି, ୨୦।୭ (ଡି.ଏନ.ଏ.) – ଆଷାଢ଼ ଯାଇ ଶ୍ରାବଣ ହେଲା। ଜମିରେ ଧାନ ଗଛଟିଏ ବସି ପାରିଲା ନାହିଁ। ଦୀର୍ଘଦିନ ଧରି ବର୍ଷା ଛାଡ଼ି ଯାଇଥିବାରୁ ଧାନ ଚାଷ ଆରମ୍ଭ ହୋଇପାରୁ ନାହିଁ। ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବର୍ଷାରେ ଅନିୟମିତତା ଯୋଗୁ ଚଳିତ ଖରିଫ୍‌ ଋତୁରେ ଧାନଚାଷ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ବ୍ଲକର ୧୮ ହଜାର ହେକ୍ଟର ଚାଷଜମି ପଡ଼ିଆ ପଡ଼ିଥିବା ଜଣାଯାଇଛି।
ପ୍ରକାଶ ଯେ, ଚଳିତବର୍ଷ ବ୍ଲକରେ ମୋଟ ୨୦ ହଜାର ହେକ୍ଟର ଜମିରେ ଖରିଫ୍‌ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ତଦନୁଯାୟୀ ଚାଷୀମାନେ ରଜ ସଂକ୍ରାନ୍ତି ପୂର୍ବରୁ ତଳିପକା ଓ ବୁଣା କାର୍ଯ୍ୟ ସାରି ଦେଇଥିଲେ। ପରେ ବର୍ଷାରେ ଧାନ ଗଜା ହୋଇ ଗଛ ଉଠିଥିଲା। କିନ୍ତୁ ଦୀର୍ଘଦିନ ଧରି ବର୍ଷା ନ ହେବା କାରଣରୁ ତଳିସବୁ ହଳଦିଆ ପଡ଼ିଗଲାଣି। ଧାନ ଗଛ ରୁଆଯିବା ପାଇଁ ହଳ ହୋଇଥିବା ଜମି ଶୁଖି ଫାଟି ଅଁା କରିଛି। ଖାଲୁଆ ଜମିରେ ନାମକୁମାତ୍ର ଧାନଚାଷ ଆରମ୍ଭ ହୋଇଛି। କେତେକ ଚାଷୀ ମଧ୍ୟ ପମ୍ପସେଟ୍‌ ଜରିଆରେ ଜଳସେଚନ କରି ଚାଷ ଆରମ୍ଭ କରିଛନ୍ତି। ଜୁଲାଇ ମାସରେ ୨୫୦ରୁ ୨୭୦ ମି.ମି. ସ୍ବାଭାବିକ ବର୍ଷା ହେବା କଥା। ମାତ୍ର ମାସ ଆରମ୍ଭରୁ ୯୦ ମି.ମି. ବର୍ଷା ହୋଇଥିବା ବେଳେ ପରେ ୩୦ ମି.ମି. ବର୍ଷା ହୋଇଛି। ଯାହା ଧାନ ଚାଷ ପାଇଁ ଆବଶ୍ୟକ କରୁଥିବା ପରିମାଣଠାରୁ ଯଥେଷ୍ଟ କମ୍‌। ଅପରପକ୍ଷେ ବ୍ଲକରେ ଥିବା ଜମି ମଧ୍ୟରୁ ୮ ହଜାର ହେକ୍ଟର ଜମି ଜଳସେଚିତ। ଦଶମୌଜା କେନାଲ, ଉଠା ଜଳସେଚନ, ରିଆନାଳ ମାଧ୍ୟମରେ ଏହିସବୁ ଜମି ଜଳସେଚିତ ହୋଇଥାଏ। ମାତ୍ର କେନାଲରେ ଟୋପାଏ ପାଣି ନ ଥିବାବେଳେ ଜଳସେଚନ ପଏଣ୍ଟ ସବୁ ଅଚଳ ହୋଇ ରହିଛି। ଫଳରେ ଜମିକୁ ଟୋପାଏ ପାଣି ଯିବା ସମ୍ଭବ ହୋଇପାରୁ ନାହିଁ। ଚଳିତବର୍ଷ ଖରିଫ୍‌ ଋତୁ ଆରମ୍ଭରୁ ଧାନଚାଷ ବାଧାପ୍ରାପ୍ତ ହୋଇଛି। ଏବର୍ଷ ଧାନ ଚାଷ ଠିକ୍‌ ଭାବେ ହୋଇ ନ ପାରିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ଧୀର୍‌ ଆସନ୍ତା ସପ୍ତାହକ ମଧ୍ୟରେ ଠିକ୍‌ ପରିମାଣରେ ବର୍ଷା ନ ହେଲେ ଧାନଚାଷ ପ୍ରଭାବିତ ହୋଇ ଉତ୍ପାଦନ କମିବାର ଆଶଙ୍କା ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ତନିସ୍କ ପକ୍ଷରୁ ବାରିପଦାରେ ଭବ୍ୟ ଷ୍ଟୋରର ଶୁଭାରମ୍ଭ

ବାରିପଦା,୬ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ଟାଟାର ଅଂଶ ତଥା ଭାରତର ସର୍ବବୃହତ୍‌ ଗହଣା ଖୁଚୁରା ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଓ ୧୭ତମ ମୟୂରଭଞ୍ଜ ଜିଲା ବାରିପଦାରେ ଏହାର...

ମଦ ବୋଝେଇ ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଲୋକେ

ସିମୁଳିଆ,୫।୯(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୨କି.ମି. ଦୂର ୧୬ନମ୍ବର ଜାତୀୟ ରାଜପଥର ଭଗିଆ ଗାଁ ନିକଟରେ ଗୁରୁବାର ରାତିରେ ଏକ ମଦ ବୋଝେଇ...

ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା

ସୋର,୪।୯(ଜନ୍ମେଜୟ ମିଶ୍ର): ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା ଯୋଜନା’ ଶହ ଶହ ମହିଳାଙ୍କୁ ଆଧାର କାର୍ଡ ଅପଡେଟ୍ / ସଂଶୋଧନ କରିବା ପାଇଁ ଆଧାର...

୩ ମାସ ତଳେ କରିଥିଲେ ବିବାହ, ଘରୁ ମିଳିଲା ଝୁଲନ୍ତା ମୃତଦେହ: ନବବଧୂଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ

ଖଇରା,୩।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଗଡପୋଖରୀ ପଞ୍ଚାୟତ ଅଧୀନ ତେନ୍ତଳାଗଡିଆ ଗ୍ରାମରେ ମାତ୍ର ୩ ମାସ ତଳେ ବିବାହ କରିଥିବା ଜଣେ ନବବଧୂଙ୍କ...

ମା’ ପାଇଁ ଗଛଟିଏ ଲଗାଇଲେ ବିଧାୟକ

ରସାଳପୁର, ୩।୯(ଶରତ ସାମଲ): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ ଖାନନଗର ପଞ୍ଚାୟତ ବାଙ୍ଗରା ଗ୍ରାମସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ କଲେଜ ପକ୍ଷରୁ...

ବାପଘରୁ ଶାଶୁଘର ଫେରିବା ବେଳେ ମହିଳାଙ୍କୁ ଗଣବଳାତ୍କାର

ବାଲେଶ୍ୱର,୩୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ବାଲିଆପାଳ ଥାନାରେ ଅଭିଯୋଗ...

ଯୁବକ ପାଇଲେ ନୂଆ ପରିଚୟ: ଅଜୟରୁ ଏବେ ରିଙ୍କି

ଜଳେଶ୍ୱର,୩୦ା୮(ନବୀନ ସାହୁ): ଥିଲେ ପୁଅ, ହେଲେ ଝିଅ। ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri