ଅଲ୍ ଖୋବାର (ସୌଦି ଆରବ), ୭ା୧୧ (ପି.ଟି.)- ୧୯ ବର୍ଷରୁ କମ୍ ଏଏଫ୍ସି ଚାମ୍ପିୟନଶିପ୍ ୨୦୨୦ ଯୋଗ୍ୟତାପର୍ଯ୍ୟାୟ ଟୁର୍ନାମେଣ୍ଟରେ ଭାରତର ଆରମ୍ଭ ନୈରାଶ୍ୟଜନକ ରହିଛି। ବୁଧବାର ଉଜ୍ବେକିସ୍ତାନଠାରୁ ଦଳ ୨-୦ ଗୋଲରେ ହାରିଯାଇଛି। ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ରହିଥିଲା। ଉଜ୍ବେକିସ୍ତାନ ଦ୍ୱିତୀୟାର୍ଦ୍ଧରେ ଦୁଇଟି ଗୋଲ ସ୍କୋର କରିଥିଲା। ଏହି ବିଜୟ ସହ ଦଳ ୩ପଏଣ୍ଟ ଅର୍ଜନ କରିପାରିଛି। ଗୋଲକିପର ପ୍ରଭସୁଖାନ ଗିଲ୍ ଭାରତୀୟ ଦଳର ଅଧିନାୟକତ୍ୱ କରିଥିଲେ। ଭାରତ ମ୍ୟାଚ୍ରେ କେତୋଟି ଗୋଲ ଦେବାର ସୁଯୋଗ ସୃଷ୍ଟି କରିଥିଲା। ଫିନଶିଂ ଅଭାବ ପରିଲକ୍ଷିତ ହୋଇଥିଲା। ଶୁକ୍ରବାର ଭାରତ ଏହାର ପରବର୍ତ୍ତୀ ମ୍ୟାଚ ସୌଦିଆରବ ବିପକ୍ଷରେ ଖେଳିବ।