ନୂଆଦିଲ୍ଲୀ, ୨୬।୭: ଆଜି ଦେଶ ପାଇଁ ଗୌରବର ଦିନଟିଏ। ଆଜକୁ ଠିକ୍ ୨୦ବର୍ଷ ପୂର୍ବେ କାରଗିଲରେ ଭାରତୀୟ ସୈନ୍ୟମାନେ ପାକିସ୍ତାନକୁ ଧୂଳି ଚଟେଇ ଦେଇଥିଲେ। ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଭାରତ ବିଜୟ ହାସଲ କରିଥିଲା। ତେଣୁ ଯୋଦ୍ଧାଙ୍କ ବୀରତାକୁ ମନେରଖିବା ପାଇଁ ପ୍ରତିବର୍ଷ ଏହି ଦିନଟିକୁ କାରଗିଲ୍ ବିଜୟ ଦିବସ ଭାବେ ପାଳନ କରାଯାଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ଯବାନଙ୍କୁ ମନେପକାଇ ୧୯୯୯ରେ କାରଗିଲ୍ ଯାଇଥିବା ବେଳର ଫଟୋ ଶେୟାର୍ କରିଛନ୍ତି। ସେ କହିଛନ୍ତି, କାରଗିଲ୍ ଯୁଦ୍ଧବେଳେ ସେଠାକୁ ଯିବାକୁ ମୋତେ ସୁଯୋଗ ମିଳିଥିଲା। ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଦଳ ପାଇଁ କାର୍ଯ୍ୟ କରୁଥିଲାବେଳେ ସେଠାରେ ବାହାଦୂର ଭାରତୀୟ ସୈନ୍ୟଙ୍କୁ ଭେଟି କଥାବାର୍ତ୍ତା ହେବା ଅବିସ୍ମରଣୀୟ ବୋଲି ମୋଦି କହିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ବୀର ଯବାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।