ଭଞ୍ଜନଗର,୧୦ା୧୦(ଡି.ଏନ୍.ଏ.)-ଭଞ୍ଜନଗର ଥାନା ତୁରୁମରେ ସୋମବାର ରାତିରେ ୨ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୬ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଦୀପ ପଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟଆହତମାନେ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେବାପରେ ବୁଧବାର ଗ୍ରାମକୁ ଫେରିଛନ୍ତି ପୋଲିସ ଏନେଇ ଉଭୟ ପକ୍ଷର ୪ଜଣଙ୍କୁ ବୁଧବାର ଥାନାକୁ ନେଇ ତଦନ୍ତ ଚଳାଇଛି। ଘଟଣାକୁ ନେଇ ୨ ରାଜନୈତିକ ଦଳ ଫାଇଦା ନେବାକୁ ଉଦ୍ୟମ ଚଳାଇଛନ୍ତି। ପ୍ରକାଶ ଯେ, ନିରାକାର ଦାସ ଓ ପ୍ରଦୀପ ପଣ୍ଡାଙ୍କ ପରିବାର ମଧ୍ୟରେ କିଛିଦିନ ହେଲା କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା। ସୋମବାର ରାତିରେ ୩ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ନିରାକାର ଓ ତାଙ୍କ ୨ ପୁଅ ଆହତ ହୋଇଥିଲେ। ବିପକ୍ଷ ଗୋଷ୍ଠୀର ପ୍ରଦୀପ, ଭାଗ୍ୟ ଓ ବିଜୟ ମଧ୍ୟ ଆହତ ହୋଇଥିଲେ। ସେମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଉଭୟ ପକ୍ଷରୁ ୧୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି।

ବ୍ରହ୍ମପୁର ଏମପିଙ୍କ ଛତ୍ରପୁର ଏନଏସି ପ୍ରତିନିଧି ହେଲେ ରୁଇନା ପଟ୍ଟନାୟକ
ଛତ୍ରପୁର, ୨୦।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ବ୍ରହ୍ମପୁର ଏମ୍ପି ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଛତ୍ରପୁର ଏନଏସି ପ୍ରତିନିଧି ଭାବେ ଦିପ୍ତୀଶ ପଟ୍ଟନାୟକ(ରୁଇନା) ମନୋନୀତ ହୋଇଛନ୍ତି। ଏ ସମ୍ପର୍ଜରେ...

ଦିଗପହଣ୍ଡି ବ୍ଳକରେ ନୂତନ ବିଡିଓଙ୍କ ଦାୟିତ୍ୱ ଗ୍ରହଣ
ଦିଗପହଣ୍ଡି,୨୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ନୂତନ ବିଡ଼ିଓ ଭାବେ ଅନାମିକା ପାଣ୍ଡେ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଗତ...

ପ୍ରସିଦ୍ଧ ହୁମା ପଞ୍ଚୁଦୋଳ ଯାତ୍ରା ଆରମ୍ଭ
ଗଞ୍ଜାମ,୨୦।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ହାଟ ପଡିଆଠାରେ ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଗୁରୁବାର ଆରମ୍ଭ ହୋଇଛି l ପୂର୍ବାହ୍ନରେ ପଞ୍ଚୁ ଦୋଳ ଯାତ୍ରାକୁ...

ଚୋରା ମଦ କାରବାରବେଳେ ଦୁଇ ଯୁବକଙ୍କୁ ବାନ୍ଧିଲା ପୋଲିସ: ବିପୁଳ ବିଦେଶୀ ମଦ ଜବତ
ପୁରୁଷୋତ୍ତମପୁର,୨୦।୩ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସମା ଗ୍ରାମରେ ଦୀର୍ଘ ଦିନ ଧରି ଚୋରାରେ ମଦକାରବାର କରୁଥିବା ଦୁଇ ଜଣ ଯୁବକଙ୍କୁ...

କୂଅରେ ପଡିଗଲେ ମହିଳା: ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
ଛତ୍ରପୁର,୨୦।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ତାକରିଆ ବ୍ରହ୍ମପୁର ଗାଁରେ ଗୁରୁବାର ସକାଳେ ଜଣେ ମହିଳା ଅସାବଧାନତା କାରଣରୁ କୂଅ ମଧ୍ୟକୁ ପଡିଯାଇଥିଲେ। ସେ...

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି: ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବୈଠକ
ଛତ୍ରପୁର,୨୦।୩(ଦିଲ୍ଲୀପ ସାମଲ): ନିର୍ବାଚନ କମିଶନ ପକ୍ଷରୁ ନିଭୁଲ ଭୋଟର ତାଲିକା ପ୍ରସ୍ତୁତିକୁ ଗୁରୁତ୍ୱ ଦେଇଛନ୍ତି, ତେଣୁ ଜିଲ୍ଲା ର୍ନିବାଚନ କାର୍ଯ୍ୟାଳୟ ଗୁଡିକ ତୃଣମୂଳ ସ୍ତରରୁ ତଥ୍ୟ...

ବସ୍ଷ୍ଟାଣ୍ଡରେ ଶୋଇଥିଲେ, ଶ୍ରମିକଙ୍କ ଉପରେ ଚଢ଼ିଗଲା ସରକାରୀ ବସ୍
ଭଞ୍ଜନଗର,୨୦।୩(ବାବୁଲା ପ୍ରଧାନ)- ବସ୍ଷ୍ଟାଣ୍ଡରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ସରକାରୀ ବସ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ...

ପଖାଳ ଦିବସର ମଜା ଉଠାଇଲେ ଲୋକେ
ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ କ୍ୟାଣ୍ଟିନରେ ଗୁରୁବାର ବିଶ୍ବ ପଖାଳ ଦିବସ ପାଳିତ ହୋଇଛି। ଏଥିରେ କଲେଜ...