Posted inଖେଳ

୨ ଫିଜିକାଲ ଏଜୁକେଶନ କଲେଜରୁ ସ୍ବୀକୃତି ପ୍ରତ୍ୟାହାର: ଅନ୍ଧାରରେ ଖେଳ ଶିକ୍ଷକଙ୍କ ଭବିଷ୍ୟତ

ଭୁବନେଶ୍ୱର, ୨୨।୮(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାରେ ଖେଳ ଭିତ୍ତିଭୂମି ବଢ଼ିଛି। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାର ଖେଳ ଭିତ୍ତିଭୂମିକୁ ନେଇ ଚର୍ଚ୍ଚା। ଭୁବନେଶ୍ୱର ଏବେ ଦେଶର ଅଘୋଷିତ କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି। ଏଠାରେ ଏବେ ବିଭିନ୍ନ କ୍ରୀଡ଼ାର ହାଇ ପରଫର୍‌ମାନ୍ସ ସେଣ୍ଟର ପ୍ରତିଷ୍ଠା ହୋଇଛି। ମାତ୍ର ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇଛି। ସ୍କୁଲସ୍ତରରେ ପିଲାମାନଙ୍କୁ ଖେଳ ସମ୍ପର୍କରେ ଜ୍ଞାନ ଦେବା ଏବଂ ପ୍ରତିଭା ଚିହ୍ନଟ କରିବା କ୍ଷେତ୍ରରେ ଖେଳ ଶିକ୍ଷକଙ୍କ ଭୂମିକା ଅନସ୍ବିକାର୍ଯ୍ୟ। ମାତ୍ର ଖେଳର ମୂଳଦୁଆ ପକାଉଥିବା ଏହି ଖେଳ ଶିକ୍ଷକଙ୍କ ପାଇଁ କାହାରି ଆଗ୍ରହ ନାହିଁ। ଏପରିକି ଆଗକୁ ଆଉ ଖେଳ ଶିକ୍ଷକ ନ ବାହାରିବା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶାରେ ଥିବା ୨ଟି ସରକାରୀ କଲେଜରୁ ନ୍ୟାଶନାଲ କାଉନ୍‌ସିଲ ଅଫ ଟିଚର ଏଜୁକେଶନ (ଏନ୍‌ସିଟିଇ) ସ୍ବୀକୃତି ପ୍ରତ୍ୟାହାର କରି ନେଇଛି। ଫଳରେ ଖେଳ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଚାଲିଯାଇଛି।
ଓଡ଼ିଶାରେ ୨ଟି ସରକାରୀ ଫିଜିକାଲ ଏଜୁକେଶନ କଲେଜ ଅଛି। ଗୋଟିଏ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏବଂ ଅନ୍ୟଟି ସମ୍ବଲପୁରସ୍ଥିତ କୁଲୁଣ୍ଡିରେ। ୨ଟି ଯାକ କଲେଜ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଅଧୀନରେ ଅଛି। କେତେ ଫାକଲ୍ଟି ଅଛନ୍ତି, ଗ୍ରାଉଣ୍ଡ ଏବଂ କଲେଜ ପାଇଁ ଘର ଆଦି ସମ୍ପର୍କରେ ସବିଶେଷ ବିବରଣୀ ଦେବା ପାଇଁ ନ୍ୟାଶନାଲ କାଉନ୍‌ସିଲ ଅଫ ଟିଚର ଏଜୁକେଶନ (ଏନ୍‌ସିଟିଇ) ପକ୍ଷରୁ ନୋଟିସ ଜାରି କରାଥିଲା। କଳିଙ୍ଗ ଷ୍ଟାଡିୟମରେ ଥିବା କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଥମେ ୨୦୧୮ ଏପ୍ରିଲ ୨୦ ଏବଂ ୨୦୧୮ ନଭେମ୍ବର ୨୮ରେ ୨ଥର କାରଣଦର୍ଶାଅ ନୋଟିସ ହୋଇଥିଲା। ସେହିପରି କୁଲୁଣ୍ଡି କଲେଜ କର୍ତ୍ତୃପକ୍ଷଙ୍କୁ ୨୦୧୯ ଫେବୃୟାରୀ ୨୧ ଏବଂ ମେ’ ୨୧ରେ ୨ ଥର କାରଣଦର୍ଶାଅ ନୋଟିସ ହୋଇଥିଲା। ମାତ୍ର ସନ୍ତୋଷଜନକ ଉତ୍ତର ଦିଆଯାଇପାରି ନ ଥିବାରୁ ଏନ୍‌ସିଟିଇ ପକ୍ଷରୁ ଏହି ୨ଟି କଲେଜରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଆଡ୍‌ମିଶନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି। କଳିଙ୍ଗ ଷ୍ଟାଡିୟମରେ ଥିବା କଲେଜ ଭାରତର ଦ୍ୱିତୀୟ ସର୍ବପୁରାତନ କଲେଜ। ମାତ୍ର ଏପର୍ଯ୍ୟନ୍ତ ଏହି କଲେଜର ନିଜସ୍ବ ଗ୍ରାଉଣ୍ଡ ନାହିଁ କି ଆବଶ୍ୟକ ଫାକଲ୍‌ଟି ନାହାନ୍ତି। ଏବେ ଏହି କଲେଜ ପାହାଳସ୍ଥିତ ଆପେକ୍ସ ଇଞ୍ଜିନିୟରିଂ କଲେଜକୁ ଉଠି ଯାଉଥିବା ଶୁଣିବାକୁ ମିଳୁଛି। ମାତ୍ର ସେଠାରେ ମଧ୍ୟ ଉପଯୁକ୍ତ ପଡ଼ିଆ ନାହିଁ କିମ୍ବା ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଏନସିଟିଇକୁ ଅବଗତ କରାଯାଇ ନାହିଁ ବୋଲି ଜାଣିବାକୁ ମିଳିଛି। କଲେଜ ପାହାଳକୁ ଉଠାଇ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ବ୍ୟବହାର କରିବାକୁ ସମ୍ଭବତଃ ସରକାର ଚାହୁଁଛନ୍ତି। ମାତ୍ର ସେଠାରେ ମଧ୍ୟ ଏନସିଇଟିର ଆବଶ୍ୟକ ପୁରଣ ହେବାଭଳି ଭିତ୍ତିଭୂମି ନାହିଁ। ତେଣୁ ଫିଜିକାଲ ଏଜୁକେଶନ ଟିଚର୍ସ ଟ୍ରେନିଂ କଲେଜ ପାଇଁ କେହି ଆଗ୍ରହ ଦେଖାଉ ନ ଥିବା ପରିଲକ୍ଷିତ ହେଉଛି। ଘରୋଇ ଫିଜିକାଲ ଏଜୁକେଶନ କଲେଜ ଗୁଡ଼ିକ ଯେତେବେଳେ ଏନସିଟିଇର ସମସ୍ତ ନିୟମକୁ ପାଳନ କରୁଛନ୍ତି ସେ କ୍ଷେତ୍ରରେ ସରକାରୀ କ୍ଷେତ୍ରରେ ପାଳନ ହୋଇ ନ ପାରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁରି ମୂଳରେ ହେଲା କଳିଙ୍ଗ ଷ୍ଟାଡିୟମରେ ଥିବା କଲେଜର ଆବଶ୍ୟକ ଫାକ୍‌ଲଟି ନାହାନ୍ତି। ନିଜସ୍ବ ଗ୍ରାଉଣ୍ଡ କିମ୍ବା ଘର ନାହିଁ। ଆବଶ୍ୟକ ଷ୍ଟାଫ୍‌ ନ ଥିଲେ କେମିତି କଲେଜ ଚାଲିବ ବୋଲି ଜଣେ ପୂର୍ବତନ ଛାତ୍ର ପ୍ରଶ୍ନ କରିଛନ୍ତି।
କଲେଜର ପୂର୍ବତନ ପ୍ରିନ୍ସିପାଲମାନେ ମଧ୍ୟ ଅନୁରୂପ ମତ ଦେଇଛନ୍ତି। କଳିଙ୍ଗ ଷ୍ଟାଡିୟମ ପରିସର କଲେଜ ୧୯୫୭ ମସିହାର। ତେବେ ଏପର୍ଯ୍ୟନ୍ତ ଏହାର ନିଜସ୍ବ ଜାଗାବାଡ଼ି କିଛି ନ ଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ହିଁ ହେଉଛି ବାସ୍ତବତା। ୧୯୫୭ରୁ ୧୯୯୪ ପର୍ଯ୍ୟନ୍ତ ଏହା ବାରବାଟୀ ଷ୍ଟାଡିୟମରେ ପରିଚାଳିତ ହେଉଥିଲା। ୧୯୯୪ରୁ ଏହା କଳିଙ୍ଗ ଷ୍ଟାଡିୟମରେ ଚାଲୁଛି। ଏନ୍‌ସିଟିଇ ପକ୍ଷରୁ ୧୯୯୬ରେ ସର୍ବଭାରତୀୟ ସ୍ତରରେ ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଇଥିଲା। ଏପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମର ଜାଗା ଜମି ଦେଖାଇ ଏହି କଲେଜର ସମସ୍ତ ଔପଚାରିକତା ପୂରଣ କରାଯାଉଥିଲା। ମାତ୍ର ଏବେ ଏନ୍‌ସିଟିଇ ଅନୁଭବ କଲା ଯେ, ଏହି କଲେଜର ନିଜସ୍ବ ବିଲ୍ଡିଂ କିମ୍ବା ପଡ଼ିଆ ନାହିଁ କି ନିୟମ ଅନୁସାରେ ଆବଶ୍ୟକ ଷ୍ଟାଫ୍‌ ନାହାନ୍ତି। ତେଣୁ ୨୦୨୦-୨୧ ପାଇଁ ସ୍ବୀକୃତି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପୂର୍ବତନ ପ୍ରିନ୍ସିପାଲ ପ୍ରକାଶ କରିଛନ୍ତି। ୧୯୫୭ରେ ଗ୍ବାଲିୟରରେ ଏଲଏନ୍‌ଇପି ଫିଜିକାଲ ଏଜୁକେଶନ କଲେଜ ପ୍ରତିଷ୍ଠା ହୋଇଥିଲା। ତାହା ଏବେ ୟୁନିଭର୍ସିଟି ହୋଇ ଅନ୍ତର୍ଜାତୀୟସ୍ତରର ହୋଇସାରିଲାଣି। ଏକା ବର୍ଷ ୨ଟି ଯାକ କଲେଜ ଆରମ୍ଭ ହୋଇଥିଲେ ହେଁ ଆମେ ପଛରେ ପଡ଼ିଯାଇଛୁ। ଏଥିପାଇଁ ସରକାରୀସ୍ତରରେ କେହି ଆନ୍ତରିକତା ଦେଖାଉନାହାନ୍ତି। ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି ସେ କହିଛନ୍ତି। ମୋ ସମୟରେ ଯେତେବେଳେ ଏନ୍‌ସିଟିଇ ଟିମ୍‌ ଆସିଥିଲା, ସେତେବେଳେ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମିକୁ ଦେଖାଇ ଆମେ ସ୍ଥିତିକୁ ସମ୍ଭାଳି ନେଇଥିଲୁ। ପରେ ବୋଧହୁଏ ଏହାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯାଇ ପାରିନାହିଁ। ଫଳରେ ସ୍ବୀକୃତି ପ୍ରତ୍ୟାହାର ପର୍ଯ୍ୟନ୍ତ କଥା ଯାଇଛି ବୋଲି ସେ କହିଛନ୍ତି। କଲେଜ ଏବେ ପାହାଳସ୍ଥିତ ଆପେକ୍ସ ଇଞ୍ଜିନିୟରିଂ କଲେଜକୁ ଉଠିଯାଉଛି ବୋଲି ଶୁଣିବାକୁ ପାଉଛି। ତାହା ହେଲେ ସ୍ଥିତି ଆହୁରି ସାଂଘାତିକ ହେବ। କଲେଜ ପୂରା ବନ୍ଦ ହୋଇଯିବ। ଏନ୍‌ସିଟିଇ ନିୟମ ଅନୁସାରେ କଲେଜ ନାମରେ ଅତିକମ୍‌ରେ ୮ ଏକର ଜମି ଏବଂ ଖେଳପଡ଼ିଆ ଥିବା ଆବଶ୍ୟକ। ଟ୍ରାକ୍‌, ଫୁଟ୍‌ବଲ ପଡ଼ିଆ, ହଷ୍ଟେଲ, ଷ୍ଟାଫ୍‌ ଥିବା ଆବଶ୍ୟକ। ଏତେସବୁ ସୁବିଧା ସୁଯୋଗ ଆପେକ୍ସରେ ନାହିଁ। ତେଣୁ ଏହି କଲେଜକୁ ଦେଖିଲେ ଏନ୍‌ସିଟିଇ ପୂରା କଲେଜକୁ ରିଜେକ୍ଟ କରିଦେବା ସମ୍ଭାବନା ରହିଛି। ଏବେ ୨ଟି ଯାକ କଲେଜରୁ ସ୍ବୀକୃତି ପ୍ରତ୍ୟାହାର ଦ୍ୱାରା ଏହାକୁ ପେସା କରିବାକୁ ଚାହୁଁଥିବା ପିଲାଙ୍କ ଭବିଷ୍ୟତ ଅନ୍ଧାର ହୋଇଗଲା ବୋଲି କହିବାକୁ ହେବ। ସମ୍ବଲପୁର କଲେଜରେ ଜମି କିମ୍ବା ବିଲ୍ଡିଂ ସମସ୍ୟା ନାହିଁ। ସେଠାରେ କେବଳ ଫାକଲ୍‌ଟି ସମସ୍ୟା ରହିଛି। ସରକାର ନିଯୁକ୍ତି ଦେବାକୁ କୁଣ୍ଠିତ ହେଉଛନ୍ତି। ଗେଷ୍ଟ ଫାକଲ୍‌ଟି ନେଇ ମଧ୍ୟ କାମ ଚଳାଇ ହୁଅନ୍ତା, ମାତ୍ର ତାହା ବି ହେଉନି। ତେଣୁ କଲେଜରୁ ସ୍ବୀକୃତି ପ୍ରତ୍ୟାହାର ପର୍ଯ୍ୟନ୍ତ କଥା ଯାଇଛି। ଏବେ ରି-ଆପ୍ଲାଏ କରିବାକୁ ପଡ଼ିବ। ଏନ୍‌ସିଟିଇର ସମସ୍ତ ଆବଶ୍ୟକତାକୁ ପୂରଣ କରି ଆବେଦନ କଲେ ଯାଇ କିଛି ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri