୨ ବର୍ଷ ପରେ ବି ଚାଷୀଙ୍କୁ ମିଳିନି ଗଭୀର ନଳକୂପ

ଚମ୍ପୁଆ, ୫ା୧୨(ଡି.ଏନ.ଏ)- ଚମ୍ପୁଆ ଉଠାଜଳସେଚନ ବିଭାଗରେ ଦୁଇ ବର୍ଷ ତଳୁ ଗଭୀର ନଳକୂପ ପାଇଁ ଆବେଦନ କରିଥିବା ଚାଷୀମାନେ ବର୍ତ୍ତମାନ ସୁଦ୍ଧା ନଳକୂପ ପାଇ ନ ଥିବା ଜଣାଯାଇଛି। ଫଳରେ ଚାଷ ଓ ଚାଷୀ ଉଭୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଚମ୍ପୁଆ ଉଠା ଜଳସେଚନ ବିଭାଗରେ ଚମ୍ପୁଆ ଓ ଝୁମ୍ପୁରା ବ୍ଲକର ୫୪୪ ଗୋଟି ଗଭୀର ନଳକୂପ ଖନନ ପାଇଁ ଚାଷୀମାନେ ଆବେଦନ କରିଥିଲେ। ଆବେଦନ ବାବଦକୁ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ୧୦ ହଜାର ଟଙ୍କା ଓ ସାଧାରଣ ଚାଷୀଙ୍କ ପାଇଁ ୨୦ ହଜାର ଟଙ୍କାର ଫିକ୍ସ ଡିପୋଜିଟ ଏକ ବ୍ୟାଙ୍କ ଜରିଆରେ ମଗାଯାଇଥିଲା। ଚାଷୀମାନେ ଆବଶ୍ୟକ କାଗଜ ପତ୍ର ସହ ଏଥିପାଇଁ ଆବଦେନ କରିଥିଲେ। ମାତ୍ର ଦୁଇ ବର୍ଷ ହେବ ଆବେଦନ କରିଥିଲେ ମଧ୍ୟ ନଳକୂପ କେବେ ଖୋଳାଯିବ ତାହା ଏବେ ଚାଷୀକୁ ଚିନ୍ତାଗ୍ରସ୍ତ କରିପକେଇଲାଣି। ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରତ୍ୟେକ ବର୍ଷ ଏହି ନଳକୂପ ପାଇଁ ଆବେଦନ ହେଉଥିବା ବେଳେ ୨ ବର୍ଷ ହେବ ଏହାର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ନୂତନ ଭାବେ ନଳକୂପ ଖୋଳିବା ପାଇଁ ଅପେକ୍ଷା କରିଥିବା ଚାଷୀ ବାରମ୍ବାର ବିଭାଗକୁ ଆସି ନିରାଶ ହୋଇ ଫେରୁଛନ୍ତି। ଯେଉଁମାନେ ପୂର୍ବରୁ ସମ୍ପୃକ୍ତ ବ୍ୟାଙ୍କ ମାଧ୍ୟମରେ ଏଥିପାଇଁ ଫିକ୍ସ ଡିପୋଜିଟ କରି ଆବେଦନ କରିଥିଲେ ସେମାନଙ୍କର ମୂଳ ଅର୍ଥର ସୁଧ ବଢୁଥିବା ବେଳେ ଯେଉଁ ଚାଷୀମାନେ ଡିମାଣ୍ଡ ଡ୍ରାଫ ମାଧ୍ୟମରେ ଆବେଦନ କରିଥିଲେ ସେମାନଙ୍କର ମୂଳ ଅର୍ଥ ଛଡା ସୁଧ ପାଇବାର ଆଶା ମଉଳିଯାଇଛି। ଗଭୀର ନଳକୂପ ନ ହେବାରୁ ଚାଷୀ ଆଶାନୁରୂପକ ଚାଷ କରିପାରୁନଥିବା ଅଭିଯୋଗ ହେଉଛି। ଏ ନେଇ ସହକାରୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗର ସୁବାଷ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ଏହା ଷ୍ଟେଟ ଲେବଲ ଟେଣ୍ଡର ହେଉଛି। ମାତ୍ର ୩ ଥର ଯାକ କେହି ଟେଣ୍ଡର ପକାଇଲେ ନାହିଁ ଫଳରେ ଟେଣ୍ଡର କାର୍ଯ୍ୟ ଆରମ୍ଭ କରାଯାଇ ପାରୁନଥିଲା ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଚମ୍ପୁଆ ଅଞ୍ଚଳରେ ଅନେକ ସମୟରେ ବୋରିଙ୍ଗ ଅସଫଳ ହେଉଥିବାରୁ ଠିକାଦାରମାନେ କ୍ଷତି ଭୟରେ ଟେଣ୍ଡର ପକାଉନାହାନ୍ତି। ମାତ୍ର ଏଥର ଠିକାଦାର ମାନଙ୍କୁ ଡକାଇ ଏକ ବୈଠକ କରାଯାଇଥିଲା। ବୋଧହୁଏ ଅମଳ ପରେ ପୁଣି କାର୍ଯ୍ୟ ଆରମ୍ଭ କରାଯିବ। ପୂର୍ବରୁ କାର୍ଯ୍ୟ କରୁଥିବା ଏକ ଠିକାଦାର ସଂସ୍ଥା ଏହି କାମ ପାଇଁ ରାଜି ହୋଇଥିବା ଜଣାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

ସବୁଠି ଦେବଶିଳ୍ପୀଙ୍କୁ ଆହ୍ବାନ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଖଣି ଖାଦାନ ଜିଲା ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ...

ବ୍ରିଜ୍‌ ଉପରେ ୪ ଫୁଟର ପାଣି, କେନ୍ଦୁଝର-ମୟୂରଭଞ୍ଜକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୧୬ା୯(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତ କୁମୂଳା ବାହାଳୀ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ...

‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’

କେନ୍ଦୁଝର,୧୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା...

କାଠ ଫାଳିଆରେ ପିଟି ମା’ଙ୍କୁ ହତ୍ୟା

ଯୋଡ଼ା,୧୪ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ସନ୍ଧ୍ୟା ୭ଟାରେ ସାହିର ଜନୈକ...

ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ

କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅଧୀନ ଡୁମୁରିନାଳି ଗ୍ରାମର ମା’ ଜଙ୍ଗଲ ଜନନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri