ସଉକ୍ ପାଇଁ ମଣିଷ ବେଳେ ବେଳେ ଅଜବ କାମ କରୁଥିବା ଦେଖିବାକୁ ମିଳିଥାଏ। ସେମିତି ଚାଇନାର ଜଣେ କୃଷକ ନିଜର ସୌକ ପାଇଁ ୨ କୋଟି ଟଙ୍କାର ଏକ ଏସ୍ୟୁଭି ଗାଡ଼ି କିଣିଥିଲେ କିଛିଦିନ ପର୍ଯ୍ୟନ୍ତ ଏହାକୁ ବେଶ୍ ମଜାରେ ଚଳାଇଥିଲେ। ହେଲେ ପାଖରେ ଅର୍ଥର ଅଭାବ ହେବାରୁ ଧୀରେ ଧୀରେ ବ୍ୟକ୍ତି ଜଣଙ୍କ ପାଖ ପଡିଶାଙ୍କ ଘରୁ କୁକୁଡା ଓ ବତକ ଚୋରି କରିବା ଆରମ୍ଭ କରିଥିଲେ। ଏହି କୁକୁଡା ଓ ବତକଙ୍କୁ ବିକ୍ରି କରି ସେ ଗାଡିରେ ପେଟ୍ରୋଲ୍ ପକାଉଥିଲେ ବୋଲି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା।