୨ସ୍ତ୍ରୀ, ୯ ସନ୍ତାନ ଥାଇ ପ୍ରାର୍ଥତ୍ପତ୍ର କାଏମ

କୁଆଁରମୁଣ୍ଡା,୨୫।୧(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ଦଲକି ପଞ୍ଚାୟତରେ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କର ୨ସ୍ତ୍ରୀ ଓ ୯ସନ୍ତାନ ଥାଇ ମଧ୍ୟ ପ୍ରାର୍ଥତ୍ପତ୍ର କାଏମ ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ପ୍ରାର୍ଥତ୍ପତ୍ର ନାକଚ କରା ନ ଯିବା ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ କୁଆଁରମୁଣ୍ଡା ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ସୁନ୍ଦରଗଡ଼ ଜିଲା କଂଗ୍ରେସ ସଭାପତି ତଥା ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଅପରାହ୍ନ ୩ଟାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଶାସନ ବିରୋଧରେ ବିଭିନ୍ନ ନାରାବାଜି ଦେଇଥିଲେ।
ପୂର୍ବତନ ବିଧାୟକ ତିର୍କୀ କୁଆଁରମୁଣ୍ଡା ବିଡିଓ ବିକାଶ ଚନ୍ଦ୍ର ସାହୁଙ୍କୁ ଉକ୍ତ ଘଟଣା ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ଏପରି କି ପ୍ରାର୍ଥୀଙ୍କର ଚିହ୍ନ ଆସିବା ପୂର୍ବରୁ ଉକ୍ତ ବେନିୟମ ଘଟଣା ଉପରେ ନିରପେକ୍ଷ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କଂଗ୍ରେସ ନେତାମାନେ ଦାବି କରିଛନ୍ତି। ନଚେତ୍‌ ଏଭଳି ବେଆଇନ କାର୍ଯ୍ୟ ବିରୋଧରେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ କୁଆଁରମୁଣ୍ଡା ବ୍ଲକ ଘେରାଉ କରାଯିବ ବୋଲି ଜିଲା କଂଗ୍ରେସ ଉପସଭାପତି ବିରେନ୍‌ ସେନାପତି, ସାହିଦ୍‌ ଆଲମ, କୁଆଁରମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ଜୟଶଙ୍କର ନନ୍ଦ, ସୁଷମା ମିଞ୍ଜ, ଶ୍ୟାମବିହାରି ଜୟସ୍ବାଲ, ଉର୍ମିଳା କୁଜୁର, ନିମନ୍ତୀ ଏକ୍କା ପ୍ରମୁଖଙ୍କ ସହ ଅନ୍ୟମାନେ ଚେତାବନୀ ଦେଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବୀରମିତ୍ରପୁର ଏସ୍‌ଡିପିଓ ଦାୟିତ୍ୱରେ ଥିବା ଡିଏସ୍‌ପି ଅର୍ପିତା ଖଟୁଆ, ରାଏବୋଗା ଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାଶ, ହାତୀବାରି ଥାନା ଅଧିକାରୀ ହୃଷୀକେଶ ବେହେରାଙ୍କ ସହ ଏକ ପ୍ଲାଟୁନ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ।
କୁଆଁରମୁଣ୍ଡା ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦଲକି ପଞ୍ଚାୟତର ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କର ୨ଟି ସ୍ତ୍ରୀ ଓ ୯ ସନ୍ତାନ ଥିବା ନେଇ ଅନ୍ୟ ଜଣେ ପ୍ରାର୍ଥୀ ଅଭିଯୋଗ କରିଥିଲେ। ହେଲେ ନିର୍ବାଚନ ଅଧିକାରୀ ଏନେଇ ପଦକ୍ଷେପ ନେବା କହି ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ଆଶ୍ୱାସନା ଦେଇଥିଲେ। ସମ୍ପୃକ୍ତ ପ୍ରାର୍ଥୀଙ୍କର ପ୍ରାର୍ଥିତ୍ୱ କାଏମ ରହିଥିବା ଖବର ପାଇ ସମ୍ପୃକ୍ତ ଅଭିଯୋଗକାରୀ ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ଘଟଣା କଂଗ୍ରେସ ନେତାଙ୍କ ନଜରକୁ ଆସିବା ପରେ ପ୍ରଶାସନର କାର୍ଯ୍ୟକୁ ଦଳ ବିରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri