Posted inଜାତୀୟ

୨୦ ଜଣଙ୍କ ନାଁରେ ମାମଲା

ନୂଆଦିଲ୍ଲୀ,୮ା୧(ପି.ଟି./ ଆଇଏଏନ୍‌ଏସ୍‌): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଘଟିଥିବା ହିଂସାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ମଙ୍ଗଳବାର ପୋଲିସ ୨୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ଏଫ୍‌ଆଇଆର୍‌ରେ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶେ ଘୋଷ ଓ ଅନ୍ୟ ୧୯ ଜଣଙ୍କ ନାମ ରହିଛି। ଐଶେଙ୍କ ସହ ବହୁସଂଖ୍ୟକ ଛାତ୍ର ବିକ୍ଷୋଭକାରୀ କମ୍ୟୁନିକେଶନ ଆଣ୍ଡ ଇନଫର୍ମେଶନ ସର୍ଭିସେସ ଅଫିସକୁ ପ୍ରବେଶ କରି ସେଠାରେ ଥିବା ଗ୍ଲାସ୍‌ ଡୋର୍‌କୁ ଭାଙ୍ଗିଦେଇଥିଲେ। ଏହାସହ ଫାଇବର ଅଫ୍‌ଟିକ୍‌ କେବୁଲ, ସର୍ଭର ଓ ବାୟୋମେଟ୍ରିକ୍‌ ଡିଭାଇସ୍‌ଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରି ନଷ୍ଟ କରିଦେଇଥିବା ଏତଲାରେ ଦର୍ଶାଯାଇଛି। ଇତିମଧ୍ୟରେ ହିନ୍ଦୁ ସୁରକ୍ଷା ଦଳ ନାମକ ଏକ ସଙ୍ଗଠନ ଜେଏନ୍‌ୟୁ ହିଂସା ପାଇଁ ନିଜକୁ ଦାୟୀ କରିଛି।
ଜାନୁୟାରୀ ୪ ତାରିଖ ରାତି ୧ଟାରେ ଜେଏନ୍‌ୟୁଏସ୍‌ୟୁ ସଭାପତି ଐଶେ ଘୋଷଙ୍କ ସମେତ ଅନ୍ୟ ୧୯ ଜଣ କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହ ସିକ୍ୟୁରିଟି ଗାର୍ଡମାନଙ୍କୁ ଆକ୍ରମଣ କରିଥିଲେ ବୋଲି ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି। ଜେଏନ୍‌ୟୁର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ଏତଲା ଅନୁସାରେ ରବିବାର ଏକ ମାମଲା ଦାଏର ହୋଇଥିଲା। ସେହିଦିନ ସନ୍ଧ୍ୟାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥତ୍ତ ବୋଲି କୁହାଯାଉଥିବା କେତେଜଣ ମୁଖାପିନ୍ଧା ଗୁଣ୍ଡା ଜେଏନ୍‌ୟୁ କ୍ୟାମ୍ପସକୁ ପଶିଥିଲେ। ସେମାନେ ଐଶେଙ୍କ ସମେତ କେତେଜଣ ଛାତ୍ରୀଛାତ୍ରଙ୍କୁ ଲାଠି ଓ ଲୁହାରଡ୍‌ରେ ଆକ୍ରମଣ କରିବା ପରେ ଫେରାର ହୋଇଯାଇଥିଲେ। ପୋଲିସ ଉପସ୍ଥିତିରେ ଆକ୍ରମଣକାରୀମାନେ ଏହି କାଣ୍ଡ ଭିଆଇଥିଲେ ହେଁ ସେମାନଙ୍କୁ ଧରାଯାଇ ପାରିନାହିଁ। ରବିବାରର ଆକ୍ରମଣ ନେଇ କେତେଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବସନ୍ତକୁଞ୍ଜ ନର୍ଥ ଥାନାରେ ମାମଲା ରୁଜୁ ହୋଇଛି। ସେପଟେ ହିନ୍ଦୁ ରକ୍ଷା ଦଳ ନାମକ ଏକ ଦକ୍ଷିଣପନ୍ଥୀ ସଙ୍ଗଠନ ଜେଏନ୍‌ୟୁରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସଙ୍ଗଠନ ପକ୍ଷରୁ ସୋସିଆଲ ମିଡିଆରେ ସୋମବାର ପୋଷ୍ଟ କରାଯାଇଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ନିଜକୁ ପିଙ୍କି ଚଧରୀ ବୋଲି ପରିଚୟ ଦେଉଥିବା ଜଣେ ବ୍ୟକ୍ତି କହୁଛନ୍ତି, ଦେଶବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କୁ ଜେଏନ୍‌ୟୁ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଭଳି ସମାନ ଢଙ୍ଗରେ ଜବାବ ଦିଆଯିବ। ତେବେ ପିଙ୍କି ଚୌଧରୀଙ୍କ ଏହି ଦାବିକୁ ନେଇ ପୋଲିସ ପକ୍ଷରୁ କିଛି ପ୍ରତିକ୍ରିୟା ଆସିନାହିଁ।
ଛାତ୍ରୀଛାତ୍ରଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଛାତ୍ରୀଛାତ୍ର ବିକ୍ଷୋଭ କରୁଥିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ଜେଏନ୍‌ୟୁ କୁଳପତି ଏମ୍‌. ଜଗଦୀଶ କୁମାର ଅତୀତକୁ ପଛରେ ପକାଇ ବିଶ୍ୱବିଦ୍ୟାଳୟ କ୍ୟମ୍ପସକୁ ଫେରିଆସିବା ପାଇଁ ଆହ୍ବାନ ଦେଇଛନ୍ତି। ଏକ ବିବୃତିରେ କୁଳପତି କହିଛନ୍ତି, ଆହତ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଆମେ ଦୁଃଖିତ। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ସମସ୍ତ ଛାତ୍ରୀଛାତ୍ର ଅତୀତକୁ ଭୁଲି କ୍ୟାମ୍ପସକୁ ଫେରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ପ୍ରକାଶ ଯେ ରବିବାର ସନ୍ଧ୍ୟାରେ ହୋଇଥିବା ଆକ୍ରମଣରେ ୩୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଓ ଫାକଲ୍ଟି ମେମ୍ବର ଆହତ ହୋଇଥିଲେ। ଏହି ହିଂସାକାଣ୍ଡର ତଦନ୍ତ ପାଇଁ ଜେଏନ୍‌ୟୁ କ୍ୟାମ୍ପସରେ ଅନେକ ଫରେନ୍ସିକ୍‌ ଲାବରେଟୋରି (ଏଫ୍‌ଏସ୍‌ଏଲ୍‌) ଟିମ୍‌ ତନାଘନା ଚଳାଇଛନ୍ତି। ଉକ୍ତ ଟିମ୍‌ଗୁଡ଼ିକରେ ଫିଜିକ୍ସ, କେମେଷ୍ଟ୍ରି ଓ ବାୟୋଲୋଜି ବିଭାଗର ସଦସ୍ୟ ରହିଛନ୍ତି। ସେହିପରି ସିସିଟିଭି ଫୁଟେଜ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିବା ଲାଗି ଏକ କମ୍ପ୍ୟୁଟର ଫରେନ୍ସିକ୍‌ ଟିମ୍‌କୁ ପଠାଇବା ପାଇଁ ଏଫ୍‌ଏସ୍‌ଏଲ୍‌କୁ ଦିଲ୍ଲୀ ପୋଲିସ ଅନୁରୋଧ କରିଛି। ହିଂସାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଗକୁ ଯେପରି କୌଣସି ଅଘଟଣ ନ ଘଟେ ତାହା ସୁନିଶ୍ଚିତ କରିବା ପାଇଁ ବହୁସଂଖ୍ୟକ ପୋଲିସ କର୍ମଚାରୀ ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରବେଶପଥରେ ମୁତୟନ ହୋଇଛନ୍ତି। ଗେଟ୍‌ଗୁଡ଼ିକରେ ବ୍ୟାରିକେଡ୍‌ କରାଯାଇଛି। ବୈଧ ପରିଚୟପତ୍ର ଧରିଥିବା ବ୍ୟକ୍ତିଙ୍କୁ ହିଁ ଭିତରକୁ ଛଡ଼ାଯାଉଛି। କ୍ରାଇମବାଞ୍ଚ ଓ ସ୍ଥାନୀୟ ପୋଲିସ ସିସିଟିଭି ଫୁଟେଜ ସଂଗ୍ରହ କରୁଛନ୍ତି। ଏହାସହ ସେମାନେ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ଓ ହ୍ବାଟ୍ସଆପ୍‌ରେ ପ୍ରସାର କରାଯାଇଥିତ୍ବା କେତେକ ଭିଡିଓ କ୍ଲିପ୍‌କୁ ମଧ୍ୟ ଅନୁଧ୍ୟାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଷ୍ଟେଜରେ ବନ୍ଧୁଙ୍କୁ ଉପହାର ଦେଉଥିବା ବେଳେ ହେଲା ହାର୍ଟ ଆଟାକ୍‌…, ଦେଖନ୍ତୁ ଭିଡିଓ

ହାଇଦରାବାଦ,୨୨।୧୧: ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଘଟଣାହେଲା, ରାଜ୍ୟର ଏକ ସ୍ଥାନରେ ଏକ ବିବାହ ଚାଲିଥିଲା, ଯେତେବେଳେ ଜଣେ...

ମାଛଧରା ବୋଟ ସହିତ ମାଡ଼ ହେଲା ନୌସେନାର ବୁଡ଼ା ଜାହାଜ, ୨ ମତ୍ସ୍ୟଜୀବୀ ନିଖୋଜ

ଭୁବନେଶ୍ୱର,୨୨।୧୧:ଗୋଆ ଉପକୂଳ ନିକଟରେ ଏକ ଭାରତୀୟ ନୌସେନା ବୁଡ଼ାଜାହାଜ ଏକ ଭାରତୀୟ ମତ୍ସ୍ୟଜୀବୀ ଜାହାଜ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଦୁଇ ଜାହାଜରେ ୧୩ ଜଣ ନାବିକ...

ମହଙ୍ଗା ପଡିଲା ଅଇଁଠା ଆଇସକ୍ରିମ ବିକିବା, ଜଣାପଡିବା ପରେ…

ଥିରୁଭାନନ୍ତପୁରମ,୨୨।୧୧: କେରଳର କୋଡୁଭାଲୀ ନିକଟ କିଜାକୋଥୁ ପଞ୍ଚାୟତରେ ଅବସ୍ଥିତ ଏକ ପପ୍ସିକଲ ଦୋକାନ ଆଇସ ମି ନିକଟରେ ଭାଇରାଲ ଭିଡିଓ ଯୋଗୁଁ ବିବାଦ ଘେରକୁ ଆସିଯାଇଛି।...

ଏକଜିଟ ପୋଲ ହୋଇଯିବ ଭୁଲ୍‌! ଫଳାଫଳ ପୂର୍ବରୁ ଏହି ଆକଳନ କରିବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୧୧: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ଅର୍ଥାତ୍‌ ୨୩ ନଭେମ୍ବରରେ ଆସିବ। ସେହି ଦିନ ରାଜସ୍ଥାନ ଏବଂ ୟୁପିରେ ଅନୁଷ୍ଠିତ ଉପ-ନିର୍ବାଚନର...

ମ୍ୟାଜିକ୍‌ ନମ୍ବର ନ ଛୁଇଁଲେ ବି ସରକାର ଗଢିବ ମହାୟୁତି! ଜାଣନ୍ତୁ ଭାଜପାର ପ୍ଲାନ୍‌ ବି…

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ନିର୍ବାଚନରେ ଭୋଟ ସରିଛି। ବର୍ତ୍ତମାନ ଫଳାଫଳକୁ ଅପେକ୍ଷା କରାଯାଇଛି। ନିର୍ବାଚନର ଫଳାଫଳ କାହା ସପକ୍ଷରେ ରହିବ ତାହା ଉପରେ ଦେଶର ନଜର ରହିଛି।...

ସୁକମାରେ ବଡ଼ ଏନକାଉଣ୍ଟର: ଟଳିପଡ଼ିଲେ ୧୦ ମାଓବାଦୀ

ରାୟପୁର,୨୨।୧୧: ଛତିଶଗଡର ସୁକମା ଜିଲାର ଭେଜି ପୋଲିସ ଷ୍ଟେଶନ ପରିସରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ୧୦ ଜଣ...

ଆରମ୍ଭ ହେବ ରିସର୍ଟ ପଲିଟିକ୍ସ! ଫଳାଫଳ ପୂର୍ବରୁ ବିଧାୟକଙ୍କୁ ସିପ୍ଟ କରିବାକୁ କଂଗ୍ରେସ କଲାଣି ଯୋଜନା

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଏକଜିଟ ପୋଲ ଶେଷ ହେବା ପରେ କଂଗ୍ରେସ ପାର୍ଟି ସତର୍କତାର ସହିତ ଆଗକୁ ବଢୁଥିବା ଦେଖାଯାଉଛି। କଂଗ୍ରେସ ପାର୍ଟିର...

କଂଗ୍ରେସ ଅଧ୍ୟକ୍ଷ ଖାର୍ଗେଙ୍କୁ ଚିଠି ଲେଖିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ନୂଆଦିଲ୍ଲୀ,୨୨।୧୧: ନିକଟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଣିପୁର ହିଂସା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖିଥିବା ଚିଠିକୁ ନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri