Posted inଗଜପତି

୨୦ ଫୁଟ ତଳକୁ ଖସିଲା ବସ୍‌, ୧୨ ଆହତ

ଆର.ଉଦୟଗିରି,୧୯ା୧୦(ଡି.ଏନ.ଏ.)-ନୂଆଗଡ଼ ବ୍ଲକର ତିତିସିଂ ନିକଟସ୍ଥ ତଳସୁରଙ୍ଗିଠାରେ ଏକ ଘରୋଇ ବସ୍‌ ଦୁର୍ଘଟଣାରେ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ଅଛନ୍ତି। ସେମାନେ ହେଲେ ଗାଡ଼ି ଚାଳକ ପରମାଣ ପରମାଣିକ (୪୫), ଟିନା ଦିଗାଲ (୧୫), ଦମୟନ୍ତି ଶବର (୬୫), ଅଜିତ କୁମାର ସାହୁ (୩୪), ବୀର ଲିମା (୪୫) ଓ ସୁଶୀଳ ଶବର (୫୦)। ଅନ୍ୟ ଆହତଙ୍କ ପରିଚୟ ମିଳିନାହିଁ। ପ୍ରକାଶ ଯେ, ବସଟି ଭୁବେନଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ସମୟରେ ତିତିସିଂ ନିକଟସ୍ଥ ତଳସୁରଙ୍ଗି ବୁଲାଣି ରାସ୍ତାରେ ୨୦ ଫୁଟ ତଳକୁ ଖସି ଯାଇଥିଲା। ଖଜୁରିପଦା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଆହତମାନଙ୍କୁ ଉଦ୍ଧାର କରି ଖଜୁରିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଥିରୁ ୭ ଜଣ ଗୁରୁତରଙ୍କୁ ପାରଳାଖେମୁଣ୍ଡି ଚିକିତ୍ସାଳୟକୁ ପଠାଯାଉଛି। ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ଗାଡିର ଅନ୍ୟ ଜଣ ଡ୍ରାଇଭର ଫେରାର ଥିବା ଫାଣ୍ଡି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନାର ଲାଭ ଉଠାଇବାକୁ ସୁନା ବନ୍ଧକ ରଖି ମୋବାଇଲ କିଣିଲେ

ପାରଳାଖେମୁଣ୍ଡି,୧୩ା୯(ଗିରିଧାରୀ ପରିଛା): ଗଜପତି ଜିଲା ଆର. ଉଦୟଗିରି ବ୍ଲକରେ ‘ସୁଭଦ୍ରା’ ଯୋଜନା ପାଇଁ ଜଣେ ହିତାଧିକାରୀ ନିଜ ସୁନା ବନ୍ଧକ ରଖି ମୋବାଇଲ କିଣିବା ପରି...

ଗଜପତିରେ ରେକର୍ଡ ଭାଙ୍ଗୁଛି ବର୍ଷା

ପାରଳାଖେମୁଣ୍ଡି,୧ା୯(ଗିରିଧାରୀ ପରିଛା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ରବିବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି।...

ଆଜି ଏସବୁ ଜିଲାରେ ସ୍କୁଲ ଛୁଟି

କୋରାପୁଟ,୩୦।୮: ଆଜି କୋରାପୁଟ ଜିଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଜିଲାପାଳ ସମସ୍ତ ସ୍କୁଲ ସମେତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ...

ବନ୍ଧରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ପାରଳାଖେମୁଣ୍ଡି,୧୮।୮(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ରାଜୁଗୁରୁ ସାହି ନିକଟ ସଦରା ବନ୍ଧରେ ବୁଡି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ...

ଗୋ ଚାଲାଣ ରୋକିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା

ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ରେ ଯୋଗଦେଇ...

ରାସ୍ତାରେ ଚଲାଇ ଚଲାଇ ଗୋରୁ ନେଉଥିଲେ ଚାଲାଣକାରୀ: ଦେଖି ଅଟକି ଗଲେ ମନ୍ତ୍ରୀ, ଗାଡ଼ିରୁ ଓହ୍ଲାଇ…

ଗଜପତି,୧୫।୮: ଗୋ ଚାଲାଣ ରୋକିଲେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଗୁରୁବାର ଗଜପତି ଜିଲାସ୍ଥରୀୟ ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ମୋହନା...

ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

ଗଜପତି,୭ା୮(ଗିରିଧାରୀ ପରିଚ୍ଛା): ପାହାଡ଼ ଉପରେ ଥିବା କୁଡ଼ିଆରେ ଶୋଇଥିବା ବେଳେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲା ଆର୍‌ ଉଦୟଗିରି...

ହୋଲି ଦିନ ଘରେ ପଶି ସଂଘବଦ୍ଧ ଭାବେ କରିଥିଲେ ହତ୍ୟା: ଆସିଲା ରାୟ

ପାରଳାଖେମୁଣ୍ଡି,୧।୮: ୨୦୦୯ରେ ପାରଳାଖେମୁଣ୍ଡିର ୧ନମ୍ବର ୱାର୍ଡରେ ଘଟିଥିବା ବହୁ ଚର୍ଚ୍ଚିତ ହତ୍ୟା କାଣ୍ଡର ଗୁରୁବାର ରାୟ ପ୍ରକାଶ ପାଇଛି। ପାରଳାଖେମୁଣ୍ଡି ଏଡିଜେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri