Posted inଜାତୀୟ

୨୦ରେ ହେବ ପବନଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୮।୧: ନିର୍ଭୟା ଗଣବଳାତ୍କାରର ଅନ୍ୟତମ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ସେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଏହାର ଶୁଣାଣି ଆସନ୍ତା ୨୦ ତାରିଖରେ ହେବ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ପବନ କହିଥିଲେ ଘଟଣା ସମୟରେ ଅର୍ଥାତ୍‌ ୨୦୧୨ରେ ସେ ନାବଳକ ଥିଲେ। ଏହା ସେ ହାଇକୋର୍ଟରେ ଦର୍ଶାଇଥିଲେ ମଧ୍ୟ କୋର୍ଟ ଏହା ଶୁଣି ନ ଥିବା ସେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ତେବେ ୨୦୧୨ରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଚଳନ୍ତା ବସରେ ଗଣବଳାତ୍କାର କରିବା ଘଟଣା ସେତେବେଳେ ସମଗ୍ର ରାଜଧାନୀକୁ ଦୋହଲାଇ ଦେଇଥିଲା। ଦୀର୍ଘ ୭ ବର୍ଷ ତଳର ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ମୁକେଶ କୁମାର ସିଂ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିବା ବେଳେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଖାରଜ କରି ଦେଇଛନ୍ତି। ଫଳରେ କୋର୍ଟଙ୍କ ରାୟ ଅନୁଯାୟୀ ସମସ୍ତ ୪ ଦୋଷୀଙ୍କୁ ଏକ ପ୍ରକାର ଫାଶୀ ଦେବା ନିଶ୍ଚିତ ହୋଇଯାଇଛି। ଏମିତିକି କୋର୍ଟ ପକ୍ଷରୁ ଫାଶୀ ଦେବାକୁ ଫେବୃୟାରୀ ୧ ସକାଳ ୬ଟା ବୋଲି ସ୍ଥିର ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଜୁଛି ବିଜେଡି କଳି: ନବୀନଙ୍କୁ ବରିଷ୍ଠଙ୍କ ପାଲଟା ଚ୍ୟାଲେଞ୍ଜ

ଭୁବନେଶ୍ୱର, ୧୨ା୪(ସୁନିତ୍‌ ମିଶ୍ର):ଦିନ ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାହା କହୁଥିଲେ ଏହା ଉପରେ କେହି ପଦାରେ ମଧ୍ୟ ଆଲୋଚନା...

୩୦ ଓଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ୱର,୧୨।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀ(ଏସ୍‌ଏଜି)ଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେଥିମଧ୍ୟରୁ...

ଜିଲାର ୧୪ଲକ୍ଷ ହିତାଧିକାରୀ ପାଇବେ କାର୍ଡ

ଭବାନୀପାଟଣା,୧୨ା୪(ଉତ୍ତମ କୁମାର ଦାଶ): ଶୁକ୍ରବାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା...

ନାତୁଣୀଙ୍କ ଅଶ୍ଳୀଳ ଫଟୋ ପ୍ରଘଟ କରି ବନ୍ଧାହେଲେ ଅଜା

ନୀଳଗିରି,୧୨।୪(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଶ୍ଳୀଳ ଫଟୋ ପ୍ରଘଟ କରିବା ଅଭିଯୋଗରେ ସମ୍ପର୍କୀୟ ଅଜାଙ୍କୁ...

ପ୍ରଭାବିତ ହେବ ବିଶ୍ୱ ଅର୍ଥନୀତି

ବେଜିଂ/ଓ୍ବାଶିଂଟନ୍‌,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକତରଫା ଭାବେ ଚାଇନା ସାମଗ୍ରୀଗୁଡ଼ିକ ଉପରେ ୧୪୫% ଟାରିଫ୍‌ ବୃଦ୍ଧି ଘୋଷଣା କରିଥିବା ଶୁକ୍ରବାର ବେଜିଂ ଦର୍ଶାଇଛି। ଚାଇନା...

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image