Posted inଜାତୀୟ

୨୦୨୦ ସୁଦ୍ଧା ୨୧ ଭାରତୀୟ ସହର ହେବ ଭୂତଳ ଜଳ ଶୂନ୍ୟ: ନୀତି ଆୟୋଗ ରିପୋର୍ଟ

ନୂଆଦିଲ୍ଲୀ,୨୦।୬: ଦେଶରେ ଜଳସଙ୍କଟ ଉତ୍କଟ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ତଥା କଂକ୍ରିଟ୍‌ ଜଙ୍ଗଲ ଯୋଗୁ ଧୀରେଧୀରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଆସନ୍ତା ୨୦୨୦ ସୁଦ୍ଧା ଦେଶର ୨୧ଟି ସହର ଭୂତଳ ଜଳ ଶୂନ୍ୟ ହେବାର ଆଶଙ୍କ ଦେଖାଦେଇଛି। ଏନେଇ ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏସବୁ ସହର ମଧ୍ୟରେ ଦିଲ୍ଲୀ, ବେଙ୍ଗାଲୁର୍‌, ଚେନ୍ନାଇ, ହାଇଦ୍ରାବାଦ୍‌ ଆଦି ରହିଛି। ଏହାଦ୍ୱାରା ଶହେ ନିୟୁତ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି। ୨୦୩୦ ସୁଦ୍ଧା ଦେଶର ୪୦ ପ୍ରତିଶତ ଲୋକ ପିଇବା ପାଣି ଅଭାବରେ ହନ୍ତସନ୍ତ ହେବେ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଭଲ ବର୍ଷା ହେବା ସତ୍ତ୍ୱେ ସମ୍ପ୍ରତି ଚେନ୍ନାଇରେ ୩ଟି ନଦୀ, ୪ଟି ଜଳ ଉତ୍ସ, ୫ଟି ଆଦ୍ର ଭୂମି ଏବଂ ୬ଟି ଜଙ୍ଗଲ ସମ୍ପୂର୍ଣ୍ଣ ଶୁଖି ଯାଇଛି। ଏହାର ପ୍ରଭାବରେ ଏଠାରେ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଥିବା କୁହାଯାଉଛି। ଏଠାରେ ଥିବା କଂକ୍ରିଟ୍‌ ଜଙ୍ଗଲ ଯୋଗୁ ଏଭଳି ହେଉଥିବା ପରିବେଶ୍‌ବିତ୍‌ ମତପୋଷଣ କରୁଥିବା ରିପୋର୍ଟରେ କୁହାଯାଉଛି। ଅପରପକ୍ଷରେ ଭଲ ବର୍ଷା ହେଉ ନ ଥିବା ଭାରତର ଅନ୍ୟ ସହରର ଅବସ୍ଥା ଆଗାମୀ ଦିନରେ ଚେନ୍ନାଇଠାରୁ ଅଧିକ ଖରାପ ହେବାର ଆଶଙ୍କା ଥିବା ରିପୋର୍ଟ ସୂଚିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଇହୁଦୀ ପର୍ବ ପାଳନ ବେଳେ ବିଚରେ ଫାୟାରିଂ, ୧୦ ମୃତ

ନୂଆଦିଲ୍ଲୀ,୧୪।୧୨: ଆଜି ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍‌ରେ ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ ଘଟିଛି। ଦୁଇଜଣ ସଶସ୍ତ୍ର ଆକ୍ରମଣକାରୀ ସାଧାରଣ ଲୋକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri