୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ନୂଆଦିଲ୍ଲୀ,୮-୨: ୨୦୨୩ ସେପ୍ଟେମ୍ବର ସୁଦ୍ଧା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ(ଟିଏଫ୍‌ଏଲ୍‌) କାର୍ଯ୍ୟକ୍ଷମ ହେବ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି.ସଦାନନ୍ଦ ଗୌଡା ଶୁକ୍ରବାର ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଗୌଡା କହିଛନ୍ତି ଯେ, ବନ୍ଦ ହୋଇ ପଡିଥିବା ଭାରତୀୟ ସାର ନିଗମ ଲିମିଟେଡ(ଏଫ୍‌ସିଆଇଏଲ୍‌ )ର ତାଳଚେର ୟୁନିଟକୁ କାର୍ଯ୍ୟକ୍ଷମ କରାଇବା ଲାଗି ଭାରତ ସରକାର ଏକାଧିକ ପ୍ରସ୍ତାବକୁ କ୍ୟାବିନେଟ ଜରିଆରେ ମଞ୍ଜୁରୀ ଦେଇଛନ୍ତି। ଏହି ୟୁରିଆ ୟୁନିଟକୁ ପୁନଃ କାର୍ଯ୍ୟକ୍ଷମ କରାଇବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ମେସର୍ସ ପିଡିଆଇଏଲ୍‌କୁ ସାର କାରଖାନା କାର୍ଯ୍ୟକାରୀ କରିବା ଲାଗି ପରିଚାଳନା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୭ରେ ପେଟ୍‌ କୋକ୍‌ ଯୋଗାଣ ଲାଗି ଇଣ୍ଡିଆନ ଅଏଲ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ୨୦୧୮ରେ ଏହି ପ୍ରକଳ୍ପ ପରିବେଶ ମଞ୍ଜୁରୀ ଲାଭ କରିଥିବା ସେ ସ୍ପଷ୍ଟ କରିଛନ୍ତି।
ସୂଚନା ଯୋଗ୍ୟ, ୨୦୧୮ ସେପ୍ଟେମ୍ବରରେ ଆର୍ଥତ୍କ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆର୍‌ସିଏଫ୍‌ ଇକ୍ୱିଟି ଯୋଗଦାନ ଲାଗି ମଞ୍ଜୁରୀ ଦେଇଥିଲା। ସେହିଭଳି ୨୦୧୮ ଡିସେମ୍ବରରେ କ୍ୟାପ୍ଟିଭ କୋଇଲା ଖଣି ଲାଗି ଖଣି ଆବଣ୍ଟନ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରମୋଟରଙ୍କଠାରୁ ଅନୁମୋଦନ ଲାଭ କରିବା ପରେ ଟିଏଫ୍‌ଏଲ୍‌ ବୋର୍ଡ ପକ୍ଷରୁ ପ୍ରକଳ୍ପ ଲାଗି ନିବେଶ ମଞ୍ଜୁରୀ ଦିଆଯାଇଥିଲା। କୋଇଲା ବାଷ୍ପୀକରଣ ଏବଂ ଆମୋନିଆ, ୟୁରିଆ ପ୍ଲାଣ୍ଟ ପାଇଁ ଏଲ୍‌ଏସ୍‌ଟିକେ ଚୁକ୍ତି ଗତ ବର୍ଷ ସେପ୍ଟେମ୍ବରରେ ସ୍ବାକ୍ଷିତ ହୋଇଛି। ଓଡିଶା ସରକାରଙ୍କ ରାଜ୍ୟ ସ୍ତରୀୟ କ୍ଲିୟରାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ବର୍ଷ ୩୧ ଅଗଷ୍ଟରେ ବିଏଫ୍‌ଏଲ୍‌ ପ୍ରକଳ୍ପକୁ ମଞ୍ଚୁରୀ ମିଳି ସାରିଥିବା ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଷ୍ଟକ୍‌ ମାର୍କେଟର ଐତିହାସିକ ରେକର୍ଡ

ମୁମ୍ବାଇ,୨୧।୯: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ ମାକେର୍ଟ ଏକ ନୂଆ ମାଇଲଖୁଣ୍ଟ ସହ ଐତିହାସିକ ରେକର୍ଡ ସ୍ଥାପନ କରିଛି। ଏପରିକି ଘରୋଇ ଶେୟାର ବଜାର...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri