Posted inଜାତୀୟ

୨୦୨୪ ସୁଦ୍ଧା ସାରା ଦେଶରେ ଏନ୍‌ଆର୍‌ସି: ସବୁ ଅନୁପ୍ରବେଶକାରୀ ବିଦାହେବେ

ରାଞ୍ଚି,୩ା୧୨(ପି.ଟି.): ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) କାର୍ଯ୍ୟକାରୀ ହେବାର ସମୟସୀମା ୨୦୨୪। ଏହି ସମୟ ମଧ୍ୟରେ ଦେଶରୁ ସମସ୍ତ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ବିଦା କରାଯିବ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ସୋମବାର କହିଛନ୍ତି। ଏନ୍‌ଆର୍‌ସି ପ୍ରସଙ୍ଗ ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନରେ ଭାଜପା ପାଇଁ ମହଙ୍ଗା ପଡିଲା ବୋଲି ରାଜ୍ୟର କେତେଜଣ ଭାଜପା ନେତା ଅଭିଯୋଗ କରୁଥିବାବେଳେ ଏହାକୁ ଶାହା ଖଣ୍ଡନ କରିଛନ୍ତି। ବିରୋଧୀ ଦଳଗୁଡିକର ଭିନ୍ନମତ ସତ୍ତ୍ୱେ ଦେଶବ୍ୟାପୀ ଏନ୍‌ଆର୍‌ସି କାର୍ଯ୍ୟକାରୀ କରାଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଝାଡଖଣ୍ଡରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସାରା ଦେଶରେ ଏନ୍‌ଆର୍‌ସି କାର୍ଯ୍ୟକାରୀ ହୋଇଥିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।
ଏହି ଅବସରରେ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଥିଲେ। ସେ ରାହୁଲଙ୍କୁ ବ୍ୟଙ୍ଗ କରି କହିଥିଲେ, ରାହୁଲ ବାବା ବେଆଇନ ଅନୁପ୍ରବେଶକାରୀମାନଙ୍କୁ ବାହାର ନ କରିବା ପାଇଁ କହୁଛନ୍ତି। ସେମାନେ କୁଆଡେ ଯିବେ, କ’ଣ ଖାଇବେ କହିି କଂଗ୍ରେସ ନେତା ସେମାନଙ୍କ ପ୍ରତି ଦରଦ ଦେଖାଉଛନ୍ତି। ବେଆଇନ ଭାବେ ରହିଥିବା ଲୋକମାନେ ବିଦାହେବା ଉଚିତ ନୁହେଁ କି ବୋଲି ଶାହା ଝାଡ଼ଖଣ୍ଡର ବାହାରଗୋରା ସହରରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ପ୍ରଶ୍ନ କରିଥିଲେ। ଆତଙ୍କବାଦ, ମାଓବାଦର ମୂଳୋତ୍ପାଟନ, ଅଯୋଧ୍ୟାରେ ବିଶାଳ ରାମମନ୍ଦିର ନିର୍ମାଣ ଭଳି ଝାଡ଼ଖଣ୍ଡର ସ୍ଥାନୀୟ ସମସ୍ୟା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ବୋଲି ଭାଜପା ଅଧ୍ୟକ୍ଷ କହିଥିଲେ। ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣିକୁ ବ୍ୟର୍ଥ କରିବା ପାଇଁ କଂଗ୍ରେସ ଉଦ୍ୟମ କରୁଥିଲା। ରାମ ଜନ୍ମଭୂମି ମାମଲାର ଶୁଣାଣି ଆବଶ୍ୟକ ନାହିଁ ବୋଲି କଂଗ୍ରେସ ନେତାମାନେ କହୁଥିଲେ। ତେବେ ଅଯୋଧ୍ୟାର ବିବାଦୀୟ ସ୍ଥଳରେ କେବଳ ରାମମନ୍ଦିର ନିର୍ମାଣ ଲାଗି କୋର୍ଟ ରାୟ ଦେଲେ। ଝାଡ଼ଖଣ୍ଡରେ କଂଗ୍ରେସ-ଜେଏମ୍‌ଏମ୍‌-ଆର୍‌ଜେଡି ମେଣ୍ଟକୁ ଶାହା କଡା ସମାଲୋଚନା କରିଥିଲେ। ଭାଜପା ସରକାର ଯୋଗୁ ଉକ୍ତ ରାଜ୍ୟରେ ମାଓବାଦୀ ଭୟ ଦୂର ହୋଇ ବିକାଶ ଆସିଥିବା ସେ କହିଥିଲେ। ସେଠାରେ କଂଗ୍ରେସ କ୍ଷମତାରେ ଥିଲାବେଳେ ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ଲାଠିଚାଳନା କରୁଥିଲା। ଏଭଳି ଦଳ ସହ ଜେଏମ୍‌ଏମ୍‌ କିପରି ହାତ ମିଳାଇଛି ବୋଲି ଶାହା ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘୩୭୦’ କୁ ନେଇ ଇନ୍ଦିରାଙ୍କୁ ମାନେ ପକାଇଲେ ଅମିତ ଶାହା, ଜାଣନ୍ତୁ କାହିଁକି ?

ପରଭାନି/ଜଲଗାଓଁ/ଧୁଲେ,୧୩ା୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସ୍ବର୍ଗରୁ ଓହ୍ଲାଇ ଆସିଲେ ବି ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିପାରିବେ...

ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ଯୋଗୀ ସରକାର, କହିଲେ…

ଲକ୍ଷ୍ନୌ,୧୩।୧୧: ୟୁପିର ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ଦେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଜଣେ ଅଭିଯୁକ୍ତ ବୋଲି ତାଙ୍କ ଘରକୁ ଭାଙ୍ଗିଦିଆଯିବା ଉଚିତ...

୧୨.୫ ଲକ୍ଷ ମେଧାବୀଙ୍କୁ କମ୍ପିଟେଟିଭ ପରୀକ୍ଷା ପ୍ରସ୍ତୁତି ପାଇଁ ସାହାଯ୍ୟ କରିବେ ସରକାର

ନୂଆଦିଲ୍ଲୀ,୧୩।୧୧: ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଅଶାୟୀଙ୍କ ସାହାଯ୍ୟ କରିବେ ଭାରତ ସରକାର। ବର୍ଷ ୨୦୨୯ ସୁଦ୍ଧା ସରକାର ୧୨.୫ ଲକ୍ଷ ମେଧାବୀଙ୍କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ମୋଦି ବି ପାଳନ କରିଛନ୍ତି ବୁଲ୍‌ଡୋଜର ଆଇନ: ଓଓ୍ବାଇସି

ନୂଆଦିଲ୍ଲୀ,୧୩ା୧୧: ବୁଧବାର ସୁପ୍ରିମକୋର୍ଟ ‘ବୁଲ୍‌ଡୋଜର ଆଇନ’ର ଧାରା ଉପରେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ପାରିବେ...

ଭାଷଣ ଦେଉଥିଲେ ମୋଦି, ହଠାତ୍‌ ମୋଦିଙ୍କ ଗୋଡ ଧରି ପକାଇଲେ ନୀତିଶ, ଆଉ ତା’ ପରେ…

ପାଟନା,୧୩।୧୨: ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବିହାରର ଦରଭଙ୍ଗାଠାରେ ରାଜ୍ୟର ଦ୍ୱିତୀୟ ଏମ୍ସର ଶିଳାନ୍ୟାସ ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଦ...

ଟେଲିଗ୍ରାମ ସିଇଓଙ୍କ ନିଆରା ଅଫର୍‌: ‘ମୋର ସ୍ପର୍ମ ନିଅନ୍ତୁ, ମାଗଣାରେ ଆଇଭିଏଫ୍‌ ଟ୍ରିଟ୍‌ମେଣ୍ଟ କରନ୍ତୁ’; ସର୍ତ୍ତ କେବଳ…

ନୂଆଦିଲ୍ଲୀ,୧୩।୧୧: ପୁଣି ଚର୍ଚ୍ଚାରେ ଟେଲିଗ୍ରାମ୍‌ ଆପ୍‌ର ସିଇଓ ପାଭେଲ୍‌ ଡ୍ୟୁରୋଭ। ନିକଟରେ ସେ ୧୦୦ରୁ ଅଧିକ ପିଲାଙ୍କ ଜୈବିକ ପିତା ବୋଲି କହି ବିଶ୍ୱକୁ ଚମକାଇଥିଲେ।...

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନୂଆବର୍ଷରେ ମିଳିପାରେ ଖୁସି ଖବର!

ନୂଆଦିଲ୍ଲୀ,୧୩।୧୧: ଗତ ମାସରେ ମୋଦି ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଫଳରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ଡିଏରେ ଆଉ ୩% ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri