୨୩୪୮କୋଟି ଜାଲିଆତି ମାମଲା: ଭୂଷଣ ଷ୍ଟିଲ ଅଧ୍ୟକ୍ଷଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି

ନୂଆଦିଲ୍ଲୀ,୨୫-୪: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୨୩୪୮ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ମାମଲାରେ ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ୍‌ ଲିମିଟେଡର ଅଧ୍ୟକ୍ଷ ସଞ୍ଜୟ ସିଂଘଲ ଏବଂ ତାଙ୍କ ସ୍ତ୍ରୀ ଆରତୀ ସିଂଘଲଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି କରିଛି। ଆରତୀ କମ୍ପାନୀର ଉପାଧ୍ୟକ୍ଷ ରହିଛନ୍ତି। କର୍ତ୍ତୃପକ୍ଷ ତଥା ଯାଞ୍ଚ ଏଜେନ୍ସିଙ୍କ ଅନୁମତି ବିନା ସେମାନେ ଯେପରି ଦେଶରୁ ପଳାୟନ କରି ନ ପାରିବେ ସେଥିନେଇ ସିବିଆଇ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ ଯେ, କୌଣସି ବ୍ୟକ୍ତି ଉପରେ ନଜର ରଖିବା ପାଇଁ ଲୁକ୍‌ ଆଉଟ ସର୍କୁଲାର ଜାରି କରାଯାଇଥାଏ। ଏହାଦ୍ୱାରା ଦେଶର ସମସ୍ତ ବିମାନ ବନ୍ଦର ତଥା ଦେଶର ପ୍ରବେଶ-ପ୍ରସ୍ଥାନ ସ୍ଥାନରେ କର୍ତ୍ତବ୍ୟରତ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ବାଧ୍ୟ ରହିଥାଏ। ସିଂଘଲ ଦମ୍ପତ୍ତି ବିଦେଶକୁ ପଳାୟନ କରିବାକୁ ଉଦ୍ୟମ କଲେ ସେମାନେ ଏ ସମ୍ପର୍କରେ ସିବିଆଇକୁ ଜଣାଇବେ। ପୂର୍ବରୁ ୨୩୪୮ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଜାଲିଆତି ମାମଲାରେ ସିବିଆଇ ଚଳିତ ମାସ ୬ରେ କମ୍ପାନୀ ସହ ଜଡ଼ିତ ୧୮ ସ୍ଥାନରେ ଚଢ଼ାଉ କରିଥିଲା। କମ୍ପାନୀ, ଏହାର ନିର୍ଦ୍ଦେଶକ, ପ୍ରମୋଟରଙ୍କ ଦିଲ୍ଲୀ-ଏନ୍‌ସିଆର୍‌, ଚଣ୍ଡିଗଡ଼ ଏବଂ କୋଲକାତା ସମେତ କେତେକ ସହରରେ ଥିବା କାର୍ଯ୍ୟାଳୟ ଏବଂ ବାସସ୍ଥାନରେ ଚଢ଼ାଉ ହୋଇଥିଲା। ଯାଞ୍ଚ ଏଜେନ୍ସି ପକ୍ଷରୁ ପୂର୍ବରୁ ସଞ୍ଜୟ ସିଂଘଲ, ଆରତୀ ସିଂଘଲ,କମ୍ପାନୀ ନିର୍ଦ୍ଦେଶକ ରବି ପ୍ରକାଶ ଗୋୟଲ, ରାମ ନରେଶ ଯାଦବ, ହରଦେବ ଚନ୍ଦ ବର୍ମା, ରବିନ୍ଦର କୁମାର ଗୁପ୍ତା, ରିତେଶ କପୁର ଏବଂ ଅନ୍ୟ ଅଜ୍ଞାତ ଅଧିକାରୀ/କର୍ମଚାରୀଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଉକ୍ତ କମ୍ପାନୀ ୨୦୦୭ରୁ ୨୦୧୪ ମଧ୍ୟରେ ୩୩ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନରୁ ୪୭,୨୦୪ କୋଟି ଟଙ୍କା ଋଣ ନେଇଥିଲା। କିନ୍ତୁ ଏହାକୁ ପରିଶୋଧ  ନ କରି କମ୍ପାନୀ ଏହାକୁ ଅପ୍ରାପ୍ୟ ଋଣ ଭାବେ ଦର୍ଶାଇବାରୁ ବ୍ୟାଙ୍କଗୁଡ଼ିକ ପ୍ରାୟ ୨୩୪୮ କୋଟି ଟଙ୍କା କ୍ଷତି ସହିଛନ୍ତି ବୋଲି ସିବିଆଇ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri