Posted inଜାତୀୟ

୨୬/୧୧ ମୁମ୍ବାଇ ଆକ୍ରମଣ ଷଡ଼ଯନ୍ତ୍ରକାରୀ ତହଓ୍ବୁର ରାଣା ଗିରଫ: ଭାରତକୁ ପ୍ରତ୍ୟର୍ପଣର ହେବ ବିଚାର

ଲସ୍‌ ଏଞ୍ଜେଲସ୍‌/ ନୂଆଦିଲ୍ଲୀ, ୨୦।୬: ମୁମ୍ବାଇ ୧୬/୧୧ ଆକ୍ରମଣର ଷଡ଼ଯନ୍ତ୍ରକାରୀ ତହଓ୍ବୁର ରାଣାଙ୍କୁ ଲସ୍‌ ଏଞ୍ଜେଲସ୍‌ ପୋଲିସ ଗିରଫ କରିଛି। ମୂଳ ପାକିସ୍ତାନୀ ରାଣା କାନାଡ଼ାରେ ରହି ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନକୁ ସହାୟତା ଯୋଗାଉଥିଲେ। ସେ ଗତ ୧୪ ବର୍ଷ ଧରି ସିକାଗୋ ଜେଲ୍‌ରେ ଥିଲେ। ତେବେ ତାଙ୍କ ନମୁନା ପରୀକ୍ଷା କରୋନା ପଜିଟିଭ୍‌ ଆସିବା ପରେ ଗତ ସପ୍ତାହରେ ସେ ଜେଲ୍‌ରୁ ମୁକ୍ତ ହୋଇଥିଲେ। ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି ଅପିଲ୍‌ କରାଯାଇଥିଲା। ତେଣୁ ତାଙ୍କୁ ଲସ୍‌ ଏଞ୍ଜେଲସ୍‌ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ହତ୍ୟା ଏବଂ ଷଡ଼ଯନ୍ତ୍ର ଅଭିଯୋଗ ରହିଛି। ମାତ୍ର ଆମେରିକାରେ ଗୋଟିଏ ଅପରାଧରେ ଏକାଧିକ ଥର ଦଣ୍ଡାଦେଶ କରାଯାଉ ନ ଥିବାରୁ କୋର୍ଟ ପକ୍ଷରୁ ଆମେରିକା ସରକାରଙ୍କୁ ଜୁନ୍‌ ୨୬ ସୁଦ୍ଧା ତଥ୍ୟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍‌ ୧୧ରେ ଶୁଣାଣି ହୋଇଥିବାବେଳେ ଏହାର ପରବର୍ତ୍ତୀ ଶୁଣାଣି ଜୁନ୍‌ ୩୦ରେ ହେବ। ଜୁନ ୨୨ ସୁଦ୍ଧା ଜାମିନ ଆବେଦନ କରିବାକୁ ରାଣାଙ୍କ ଆଇନଜୀବୀଙ୍କୁ କୁହାଯାଇଛି। ସୂଚନାଯୋଗ୍ୟ, ୧୨ ବର୍ଷ ତଳେ ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୧୦ ଜଣ ଆତଙ୍କବାଦୀ ସାମିଲ୍‌ ହୋଇଥିଲେ। ସେମାଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅଜମଲ କସାବଙ୍କୁ ଗିରଫ କରାଯାଇଥିଲା। ପରେ କସାବଙ୍କୁ ଫାଶୀ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତି ଗସ୍ତ ବାତିଲକୁ ନେଇ ଚନ୍ଦ୍ରବାବୁ-ଜଗନ ମୁହଁାମୁହିଁ

ଅମରାବତୀ,୨୮ା୯(ପି.ଟି.): ଓ୍ବାଇଏସ୍‌ଆର୍‌ସିପି ମୁଖ୍ୟ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କୁ ନିଜ ଧର୍ମ ଷୋଷଣା କରିବାକୁ କୁହାଯିବାରୁ ସେ ତାଙ୍କର ତିରୁପତି ଭେଙ୍କଟେଶ୍ୱର ମନ୍ଦିର ଗସ୍ତ କାର୍ଯ୍ୟକ୍ରମକୁ ଶୁକ୍ରବାର...

ପାର୍ବଣରେ ଗଡ଼ିବ ୬ ହଜାର ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ, ୨୮।୯: ପାର୍ବଣ ଋତୁ ପାଖେଇ ଆସୁଥିବାରୁ ରେଲଓ୍ବେ ଦେଶବ୍ୟାପୀ ୬ ହଜାର ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ପ୍ରାୟ ୧ କୋଟି ଯାତ୍ରୀ...

ମ୍ୟୁନିସିପାଲିଟି କମିଶନରଙ୍କ କାର୍ଯ୍ୟାଳୟରେ ଅଧିକାରୀଙ୍କ ଶ୍ରାଦ୍ଧ ଦେଲେ ଭାଜପା କାଉନସିଲର: ଜାଣନ୍ତୁ କାହିଁକି

ମେରୁଟ,୨୮।୯: ମେରୁଟ ମ୍ୟୁନିସିପାଲିଟି କର୍ପୋରେସନ ସର୍ବଦା ଜନସାଧାରଣ ଏବଂ କାଉନସିଲରଙ୍କ ଟାର୍ଗେଟ ରହିଆସିଛି। କାଉନସିଲରମାନେ ଅଧିକାଂଶ ସମୟ ବିଭିନ୍ନ ସମସ୍ୟାକୁ ନେଇ ଘେରାଓ ଏବଂ ବିରୋଧ...

ଦୁଃଖଦ ଘଟଣା: ୪ ଦିବ୍ୟାଙ୍ଗ ଝିଅଙ୍କ ସହ ଆତ୍ମହତ୍ୟା କଲେ ପିତା

ନୂଆଦିଲ୍ଲୀ,୨୮।୯: ରାଜଧାନୀ ଦିଲ୍ଲୀରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ପରିବାରର ପାଞ୍ଚ ଜଣ ଆତ୍ମହତ୍ୟା କରଛନ୍ତି। ସୂଚନା ପାଇବା ମାତ୍ରେ ପୋଲିସ...

ଅଭିଯୋଗ ଗମ୍ଭୀର: ପ୍ରମାଣିତ ହେଲେ ସନ୍ଦୀପ୍‌ ଘୋଷଙ୍କୁ ମିଳିପାରେ ଏହି ଦଣ୍ଡ, କହିଲେ ସିବିଆଇ କୋର୍ଟ

କୋଲକାତା,୨୭ା୯: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷ ଏବଂ ତଲା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିଜିତ ମଣ୍ଡଳଙ୍କ ବିରୋଧରେ ଆସିଥିବା...

ମହାକାଳରେ ଅଘଟଣ: ମନ୍ଦିର ପାଚେରି ଭୁଶୁଡ଼ି ଚାଲିଗଲା ଦୁଇ ଜୀବନ

ଉଜ୍ଜୟିନୀ,୨୭ା୯: ପ୍ରବଳ ବର୍ଷା ଯୋଗୁ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରର ପାଚେରି ଭାଙ୍ଗି ୨ ଜଣଙ୍କ ମୃତ୍ୟୁ ଘଟିବା ସହ ଭଗ୍ନାବଶେଷ ତଳେ...

ଦିଲ୍ଲୀ ବାୟୁ ପ୍ରଦୂଷଣ ରୋକିବାରେ କମିଶନ ବିଫଳ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭ା୯: ବାୟୁ ମାନ ଉପରେ ନଜର ରଖିବା ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରଦୂଷଣ ରୋକିବା ଦିଗରେ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ସୁପ୍ରିମକୋର୍ଟ...

୬ ବର୍ଷ ପାଇଁ ୧୩ ନେତାଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ

ଚଣ୍ଡିଗଡ଼,୨୭।୯: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ରାଜ୍ୟ କଂଗ୍ରେସ କମିଟି ଶୁକ୍ରବାର ଏକ ବଡ ପଦକ୍ଷେପ ନେଇଛି। ଦଳ ୧୩ ଜଣ ନେତା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri