୨୭୨ ନିର୍ବାଚନ କର୍ମଚାରୀ ମୃତ,୧,୮୭୮ ଅସୁସ୍ଥ

ଜାକର୍ତ୍ତା,୨୯ା୪: ଇଣ୍ଡୋନେସିଆ ନିର୍ବାଚନ ଭୋଟ ଗଣତିବେଳେ କାର୍ଯ୍ୟ ଚାପରେ ୨୭୨ ଜଣଙ୍କ ମୃତ୍ୟୁ ହୋଇଛି। ଏକ ସଙ୍ଗେ ରାଷ୍ଟ୍ରପତି ନିର୍ବାଚନ ସହ ଜାତୀୟ ପାର୍ଲାମେଣ୍ଟ ଓ ଆଞ୍ଚଳିକ ପାର୍ଲାମେଣ୍ଟ ଲାଗି ନିର୍ବାଚନ ହୋଇଥିଲା। ଦୀର୍ଘ ସମୟ ଧରି ଭୋଟ୍‌ ଗଣତିରେ କର୍ମଚାରୀମାନେ କ୍ଲାନ୍ତ ହୋଇପଡିଥିଲେ। ଶନିବାର ରାତି ସୁଦ୍ଧା ୨୭୨ ନିର୍ବାଚନ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧,୮୭୮ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ହାତରେ ବହୁ ଘଣ୍ଟାଧରି କୋଟି କୋଟି ବାଲଟ୍‌ପେପର୍‌ ଗଣିବାରୁ ସେମାନେ ଥକିପଡିବା ସହ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ଏପ୍ରିଲ ୧୭ ତାରିଖରେ ୨୬ କୋଟି ଲୋକଙ୍କ ପାଇଁ ପ୍ରଥମ ଥର ଲାଗି ଇଣ୍ଡୋନେସିଆର ରାଷ୍ଟ୍ରପତି ନିର୍ବାଚନ, ସଂସଦୀୟ ନିର୍ବାଚନ ଓ ବିଧାନସଭା ନିର୍ବାଚନ ଏକକାଳୀନ ଗୋଟିଏ ଦିନରେ କରାଯାଇଥିଲା। ଅଧିକ ବ୍ୟୟ ରୋକିବା ଲାଗି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଭୋଟଗ୍ରହଣ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଥିଲାବେଳେ ପ୍ରାୟ ୮୦ ପ୍ରତିଶତ ମତଦାନ କରାଯାଇଥିଲା। ପ୍ରାୟ ୧୯.୩ ନିୟୁତ ଭୋଟର ଏଥିରେ ଅଂଶଗ୍ରହଣ କରିଥିଲେ। ନିର୍ବାଚନ କର୍ମଚାରୀମାନେ ଭୋଟ୍‌ଲାଗି ଦୂରଦୂରାନ୍ତକୁ ଯିବା ଓ ଦୀର୍ଘ ସମୟଧରି ବିଶ୍ରାମ ନ ପାଇ ବାଲଟ୍‌ପେପର୍‌ ଗଣିବା ଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ନିର୍ବାଚନ କମିଶନଙ୍କ ମୁଖପାତ୍ର ଆରିଫ ପ୍ରିୟୋ ସୁଶାନ୍ତୋ ପ୍ରକାଶ କରିଛନ୍ତି। ଗତ ୨୩ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସର୍କୁଲାର ଜାରି କରିଥିଲେ। ଅର୍ଥ ମନ୍ତ୍ରଣାଳୟ ତରଫରୁ ମୃତ୍ୟୁବରଣ କରିଥିବା ନିର୍ବାଚନ କର୍ମଚାରୀଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ଲାଗି ପ୍ରୟାସ କରାଯାଉଥିବା ସୁଶାନ୍ତୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ୟୁରୋପର ୪୪ ଦେଶରେ ମୁସଲମାନ ଶାସନ!

ନୂଆଦିଲ୍ଲୀ,୧୮।୪: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୪୩ ସୁଦ୍ଧା ମୁସଲିମ ସମ୍ପ୍ରଦାୟ ୟୁରୋପରେ ମହାନ ରାଜନୈତିକ ଶକ୍ତି ହାସଲ କରିବେ। ୨୦୨୫ରୁ ୟୁରୋପରେ ଏକ ବଡ଼...

Pakistani Dating App: ପାକିସ୍ତାନରେ ଚହଳ ପକାଇଛି ଏହି ଡେଟିଂ ଆପ୍‌, ଅନଲାଇନରେ ପ୍ରେମ ଖୋଜୁଛନ୍ତି ଯୁବପିଢି

ଇସଲାମବାଦ,୧୮।୪: ଏବେ ଅନେକ ଯବୁପିଢି ଡେଟିଂ ଆପ୍‌ ବ୍ୟବହାର କରୁଛନ୍ତି। ଏହି ଡେଟିଂ ଆପ୍‌ରେ ସେମାନେ ନିଜ ଜୀବନସାଥୀ ମଧ୍ୟ ପାଇ ପାରୁଛନ୍ତି। ତେବେ ଭାରତରେ...

Russia Ukraine War: ରୁଷିଆ-ୟୁକ୍ରେନକୁ ଅଲଟିମେଟମ ଦେଲେ ଟ୍ରମ୍ପ, କିଛି ସପ୍ତାହ ମଧ୍ୟରେ ଚୁକ୍ତି ନ ହେଲେ…

ଓ୍ବାଶିଂଟନ,୧୮।୪: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ, ଟ୍ରମ୍ପଙ୍କ ନିଷ୍ପତ୍ତି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ସୃଷ୍ଟି କରିବ ବୋଲି ମନେ ହେଉଥିଲା।...

ଟ୍ରମ୍ପ୍‌ଙ୍କୁ ‘ସୁପ୍ରିମ’ ଝଟ୍‌କା: ନିଷ୍ପତ୍ତି ଉପରେ ଲାଗିଲା ରୋକ

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି। ଜନ୍ମରୁ ନାଗରିକତା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ କୋର୍ଟ...

‘ବିଶ୍ୱରେ ତାଙ୍କ ପରି କେହି ନାହିଁ, ୧୦୦ ପ୍ରତିଶତ ହେବ ଚୁକ୍ତି’, Giorgia Meloniଙ୍କୁ ଭେଟିବା ପରେ ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଭେଟିଥିଲେ, ଯିଏ ଗୁରୁବାର ଶୁଳ୍କ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସର ଏକ ସରକାରୀ...

Houthi ବିଦ୍ରୋହୀଙ୍କ ଉପରେ ପୁଣି ଆମେରିକା ସେନାର ଆକ୍ରମଣ, ବୋମା ମାଡରେ ୩୮ ମୃତ, ୧୦୨ ଆହତ

ଦୁବଇ,୧୮।୪: ୟେମେନର Houthi ବିଦ୍ରୋହୀମାନେ ଦାବି କରିଛନ୍ତି ଯେ ଆମେରିକା ରାସ ଇସା ତୈଳ ବନ୍ଦର ଉପରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି...

ପାକିସ୍ତାନକୁ ନାଲି ଆଖି ଦେଖାଇଲା ବାଂଲାଦେଶ! କହିଲା କ୍ଷମା ମାଗୁ ପାକିସ୍ତାନ, ଜାଣନ୍ତୁ Yunusଙ୍କ ପ୍ଲାନ

ଢାକା,୧୮।୪: ୧୯୭୧ ମସିହାର ମୁକ୍ତି ଯୁଦ୍ଧ ସମୟରେ ପାକିସ୍ତାନୀ ସେନା ଦ୍ୱାରା ବଙ୍ଗାଳୀମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ପାଇଁ ବାଂଲାଦେଶ ପାକିସ୍ତାନକୁ ଆନୁଷ୍ଠାନିକ ଭାବରେ କ୍ଷମା...

୧୦ଲକ୍ଷ ମହିଳାଙ୍କୁ ବଳାତ୍କାର, ୩୦ ଲକ୍ଷ ଲୋକଙ୍କୁ ହତ୍ୟା, Pakistan ସେନାର ଏମିତି କାଣ୍ଡ, ଯାହାକୁ ଆଜିବି ଭୁଲି ନାହିଁ ବାଂଲାଦେଶ

ଢାକା,୧୮।୪: ମହମ୍ମଦ ୟୁନୁସଙ୍କ ଶାସନରେ, ଭାରତ ସହିତ ବାଂଲାଦେଶର ସମ୍ପର୍କ ହ୍ରାସ ପାଇବାରେ ଲାଗିଛି। ଚାଲାକ ପାକିସ୍ତାନ ଏହାର ସଂପୂର୍ଣ୍ଣ ଫାଇଦା ନେବାକୁ ଚାହୁଁଛି। ସେଥିପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image