କଥାରେ ଅଛି ରଖେ ହରି, ମାରେ କିଏ। ଏହାକୁ ସତ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଚାଇନାର ଜଣେ ୩ ବର୍ଷର ଶିଶୁ। ଶିଶୁଟି ୨୯ ମହାଳା ବିଶିଷ୍ଟ ଏକ ଆପାର୍ଟମେଣ୍ଟରୁ ତଳକୁ ଖସିପଡ଼ିଥିବା ବେଳେ ଏବେ ସେ ଜୀବିତ ଅଛନ୍ତି। ଏତେ ଉଚ୍ଚରୁ ପଡ଼ି ମଧ୍ୟ ଶିଶୁର ବଞ୍ଚିଯିବା ଚମତ୍କାରରୁ କିଛି କମ୍ ନୁହେଁ।
ଘଟଣାଟା ହେଲା, ଏହି ସମୟରେ ଘରେ ମା’ବାପା ନ ଥିଲେ। ଶିଶୁର ଜେଜେ ମା’ ତାର ଦାୟିତ୍ୱ ନେଉଥିଲେ। ଜେଜେ ମା’ କୌଣସି କାମରେ ବ୍ୟସ୍ତ ଥିବା ବେଳେ ଶିଶୁଟି ଖେଳୁ ଖେଳୁ ତଳେ ପଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବାନୁଯାୟୀ, ବର୍ତ୍ତମାନ ଶିଶୁଟି ସୁସ୍ଥ ଅଛି। ୯ ଦିନ ଆଇସିୟୁରେ ରହିବା ପରେ ତାକୁ ଘରକୁ ଛଡ଼ାଯିବ ବୋଲି ଡାକ୍ତର କହିଛନ୍ତି।