୩ ଦିନିଆ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ:ଭାଗନେଲେ ୪ ଶହ ପ୍ରଶିକ୍ଷାର୍ଥୀ

ଡୁବୁରୀ/କଳିଙ୍ଗନଗର,୩୦-୮(ଡି.ଏନ୍‌.ଏ.)- ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ପକ୍ଷରୁ ଦାନଗଦୀ ନଡିଆଭଙ୍ଗା ପଞ୍ଚାୟତର ଶାଳିଜଙ୍ଗାଠାରେ ୩ ଦିନିଆ ଫୁଟବଲ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଟାଟା ଷ୍ଟିଲ କରପୋରେଟ୍‌ ସୋସିଆଲ ରେଶପନସିବିଲିଟି (ସିଆରଏସ), ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ଓ ଜାମଶେଦପୁର ଫୁଟବଲ କ୍ଲବର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ୮ରୁ ୧୮ ବର୍ଷ କମ୍‌ ଯୁବ ଓ ଶିଶୁ ଖେଳାଳୀଙ୍କୁ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ। କଳିଙ୍ଗନଗର, ସୁକିନ୍ଦା ଓ ବ୍ରାହ୍ମଣୀପାଳ ଅଞ୍ଚଳରୁ ୪ ଶହ ଯୁବ ଓ ଶିଶୁ ପ୍ରତିଭା ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଉଛନ୍ତି। ତେବେ ଉନ୍ନତ ମାନର ପ୍ରଶିକ୍ଷଣ ପାଇଁ ୨୭ ଓ ୨୮ ତାରିଖ ଦୁଇଦିନ ଧରି ପ୍ରଶିକ୍ଷକମାନଙ୍କୁ ମଧ୍ୟ ତାଲିମ ଦିଆଯାଇଥିଲା। ମୋଟ ୨୩ ଜଣ ପ୍ରଶିକ୍ଷକ ଏହି ଶିବିରରେ ପ୍ରଶିକ୍ଷଣ ଦେଉଛନ୍ତି । ଗ୍ରାମାଞ୍ଚଳରେ ଲୁଚି ରହିଥିବା କ୍ରୀଡାପ୍ରେମୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣି ସେମାନଙ୍କର ବିକାଶ କରାଇବା ଲକ୍ଷ୍ୟରେ ଏହି ପ୍ରଶିକ୍ଷଣ ଶିବିର ବିଶେଷ ସହାୟକ ହେବ ବୋଲି ବିଧାୟକ ଘଡ଼ାଇ କହିଥିଲେ। ଏଥିସହ ସୁକିନ୍ଦା ଜିଲା ତଥା ସୁକିନ୍ଦା ଅଞ୍ଚଳର ଯୁବ ବର୍ଗଙ୍କୁ କ୍ରୀଡା କ୍ଷେତ୍ରରେ ଟାଟା ଷ୍ଟିଲ ସବୁ ପ୍ରକାର ସହାୟତା ଓ ସୁଯୋଗ ଦେଇ ଖେଳାଳିଙ୍କର ପ୍ରତିଭାର ବିକାଶ କରାଇବା ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଶିବିରରେ ଆଧୁନିକ କୌଶଳ ଓ ଉନ୍ନତ ମାନର କ୍ରୀଡା ପ୍ରଶିକ୍ଷଣ ପାଇ ତୃଣମୂଳ ସ୍ତରରୁ ଖେଳାଳିମାନେ ସେମାନଙ୍କ ଭବିଷ୍ୟତ ଗଢିବାର ସୁଯୋଗ ପାଇବେ ବୋଲି ଟାଟା ଷ୍ଟିଲ କଳିଙ୍ଗନଗରର ଜନେରାଲ ମ୍ୟାନେଜର ଆର୍‌.ଆର ଶତପଥୀ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ କହିଛନ୍ତି। ଟାଟା ଫୁଟବଲ ଏକାଡେମୀର ମୁଖ୍ୟ କୋଚ୍‌ ତଥା ଆଥଲେଟିକୋ ଡି ମାଦ୍ରିଦର ପୂର୍ବତନ କୋଚ କର୍ଲୋସସଣ୍ଟାମେରିନା କର୍ମଶାଳାରେ ଯୋଗଦେଇ ଖେଳାଳି ଓ କୋଚମାନଙ୍କ ମଧ୍ୟରେ ନିଜ ଅଭିଞ୍ଜତା ବାଣ୍ଟିଥିଲେ। ଟାଟା ଷ୍ଟିଲ ସିଆରଏସ୍‌ ମୁଖ୍ୟ ସୌରଭ ରାୟ, ଓଡ଼ିଶା ସିଆରଏସ୍‌ ମୁଖ୍ୟ ଅମ୍ବିକା ନନ୍ଦ, ସ୍ଥାନୀୟ ନଡିଆଭଙ୍ଗା, ଗୋବରଘାଟି, ରଣାଗୁଣ୍ଡି ପଞ୍ଚାୟତର ଜନପ୍ରତିନିଧି ଯୋଗ ଦେଇ ଟାଟା ଷ୍ଟିଲର ସାମାଜିକ ପତିବଦ୍ଧତାକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରରେ ଏକାଠି ଦେଖାଗଲେ ବର୍ଷା-ଅନୁଭବ, ରାଜନୀତିରେ ହଲଚଲ!

ଭୁବନେଶ୍ୱର,୮।୧୧:ଯାଜପୁର କାଳୀପୂଜାରେ ଏକାଠି ହୋଇଛନ୍ତି ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ହେଲେ କେହି କାହା ବିଷୟରେ ମୁହଁ...

ଅଧିକ ଭୋଟ୍‌ ପାଇଁ ଭୋଟରମାନଙ୍କୁ ପ୍ରଣାମ ଜଣାଇଲେ ବବି ଦାସ, କହିଲେ ଯାଜପୁର ମାଟି…

ବରୀ,୪ା୧୧(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ରବିବାର ବିଜେଡିର ଏକ ଜନସମ୍ପର୍କ ପଦଯାତ୍ରା ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହା ସ୍ଥାନୀୟ...

ମଦବୋଝେଇ ମିନି ଟ୍ରକ୍‌-ଆମ୍ବୁଲାନ୍ସ ଧକ୍କା: ଲୋକ ବୋହିନେଲେ ମଦପେଟି

ଚଣ୍ଡିଖୋଲ,୩।୧୧(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ...

ମାଟି ତଳେ ଥିଲା ଶ୍ରମିକଙ୍କ ହାତଗୋଡ଼ ବନ୍ଧା ମୃତଦେହ

ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୩।୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା ଷ୍ଟିଲ୍‌ ଦ୍ୱାରା ପରିଚାଳିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌(ଏନ୍‌ଆଇଏନ୍‌ଏଲ୍‌)ର ବ୍ୟାଚିଂ ପ୍ଲାଣ୍ଟ ନିକଟରେ ମାଟି...

ଏନ୍‌ଆଇଏନ୍‌ଏଲ୍‌ କାରଖାନାରେ ଶ୍ରମିକ ନିଖୋଜ ମାମଲା: ମାଟି ତଳୁ ମିଳିଲା ମୃତଦେହ

ଯାଜପୁର/କଳିଙ୍ଗନଗର(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ),୨ା୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା ଷ୍ଟିଲ୍‌ ଦ୍ୱାରା ପରିଚାଳିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌(ଏନ୍‌ଆଇଏନ୍‌ଏଲ୍‌)ର ବ୍ୟାଚିଂ ପ୍ଲାଣ୍ଟ ନିକଟ ମାଟି...

ମଧ୍ୟାହ୍ନ ଭୋଜନରେ ଖାଲି ଭାତ ଦେବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର,୨ା୧୧: ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ପୁଷ୍ଟିକର ସ୍ବାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ୍‌-ପୋଷଣ ଅଭିଯାନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର...

ମଧ୍ୟାହ୍ନ ଭୋଜନରେ ନାହିଁ ଡାଲି କି ଅଣ୍ଡା ମାଗିବାରୁ ଶିକ୍ଷୟିତ୍ରୀ କହୁଛନ୍ତି ଲଙ୍କା, ଲୁଣ ଲଗେଇ ଖା

କଳିଙ୍ଗନଗର,୧।୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ଦାନଗଦି ବ୍ଲକ ଟୋଲକାନି ଝାଡଶ୍ୱର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଖାଲି ଭାତ ଖାଇବାକୁ ଦିଆଯାଉଛି। ଶୁକ୍ରବାର ମଧ୍ୟାହ୍ନ ଭୋଜନରେ ପ୍ରଥମରୁ...

କମ୍ପାନୀକୁ କାମ କରିବାକୁ ଆସି ପୁଅ ନିଖୋଜ: ବଢୁଛି ସନ୍ଦେହ…

କଳିଙ୍ଗନଗର,୧।୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ଭେଣ୍ଡର ପାର୍ଟନର ସତ୍ୟମ୍‌ ଏଣ୍ଟରପ୍ରାଇଜେସ ଅଧୀନରେ ହେଲପର ଭାବେ କାର୍ଯ୍ୟ କରୁଥିବା ସିଲୁ ପ୍ରଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri