୩ ପ୍ରମୁଖ ଦଳର ପ୍ରଚାର ଜୋର୍‌ଦାର: ମୁଖ୍ୟ ପ୍ରସଙ୍ଗ ମେଡିକାଲ କଲେଜ

ଭଦ୍ରକ ଅଫିସ, ୨୫।୪ – ଭଦ୍ରକ ଲୋକ ସଭା ଓ ବିଧାନସଭା ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋର୍‌ଦାର ଚାଲିଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ସ୍ବାଧୀନ ପ୍ରାର୍ଥୀ। ୪ର୍ଥ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର ୪ ଦିନ ବାକି ରହିଛି। ଏଣୁ ପ୍ରଚାର ଶେଷ ହେବା ସକାଶେ ହାତରେ ୩ ଦିନ ରହିଲା। ଏଥର ଲୋକ ସଭା ଆସନ ଲାଗି ୮ ଓ ବିଧାନସଭା ପାଇଁ ୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୩ ପ୍ରମୁଖ ଦଳର ନେତା ରାତିଦିନ ଏକକରି ସମସ୍ତ ଗଁା ଓ ପଞ୍ଚାୟତ ବୁଲି ପ୍ରଚାର ଚଳାଇଛନ୍ତି। ଏଥିଲାଗି ରାତିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଦିନରେ କାର୍ଯ୍ୟକାରୀ କରାଯାଉଛି। ବିଜେଡି ବିଧାନସଭା ପ୍ରାର୍ଥୀ ସଞ୍ଜୀବ ମଲ୍ଲିକଙ୍କ ପାଇଁ ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଆସି ସ୍ଥାନୀୟ ନେହେରୁ ଷ୍ଟାଡିୟମରେ ପ୍ରଚାର କରି ଯାଇଛନ୍ତି। ସେ କେନ୍ଦ୍ରୀୟ ନେତାମାନଙ୍କୁ ତୀବ୍ର ସମାଲୋଚନା କରି ଭୋଟରଙ୍କୁ କେନ୍ଦ୍ର ଭୁଅଁା ବୁଲାଉଥିବା କହିଥିଲେ। ସେହିଭଳି ଭାଜପା ପ୍ରଚାର କ୍ଷେତ୍ରରେ ମଧ୍ୟ ପଛରେ ପଡ଼ିନାହିଁ। ଭାଜପା ବିଧାନସଭା ପ୍ରାର୍ଥୀ ଡା. ପ୍ରଦୀପ ନାୟକ ବିଭିନ୍ନ ସ୍ଥାନରେ ରୋଡ୍‌ ଶୋ କରି ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଯୋଜନାକୁ ଗୁରୁତ୍ୱ ଦେବା ସହ ବିଜେଡି ଶାସନ କାଳରେ ଜିଲାରେ କ’ଣ ବିକାଶ ହୋଇଛି ବୋଲି ଭୋଟରଙ୍କ ଆଗରେ ପ୍ରଶ୍ନ ରଖିଛନ୍ତି। ଜିଲାରେ ଶିଳ୍ପ ପ୍ରତିଷ୍ଠାନ, ମେଡିକାଲ କଲେଜ ସ୍ଥାପନ, ଜଳସେଚନ ବ୍ୟବସ୍ଥାରେ ବିକାଶ ତଥା ଅନ୍ୟାନ୍ୟ ବିକାଶମୂଳକ ଯୋଜନା ନେଇ ସେ ଟିପ୍ପଣୀ ରଖୁଛନ୍ତି। ଏହି ୨ ପ୍ରମୁଖ ଦଳକୁ ତାଳ ଦେଇ କଂଗ୍ରେସର ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ରକୁ ସମାଲୋଚନା କରି ପ୍ରଚାର କରୁଛନ୍ତି। ସେ ଜିଲା କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ତୁଲାଉଥିବାରୁ ତୃଣମୂଳସ୍ତରର କର୍ମକର୍ତ୍ତାଙ୍କ ସହ ସମ୍ପର୍କ ରଖିଛନ୍ତି। ସେ ନିର୍ବାଚିତ ହେଲେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରଥମେ ପ୍ରାଥମିକତା ଦେବା ସହ କୃଷକଙ୍କ ବିକାଶ ନିମନ୍ତେ ଯୋଜନା ପ୍ରଣୟନ ଦିଗରେ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଦଳ ପକ୍ଷରୁ ଗ୍ୟାରେଣ୍ଟି କାର୍ଡ ସହ ନିର୍ବାଚନ ପାଇଁ ୧୯ ପ୍ରତିଶ୍ରୁତି ଲିପିବଦ୍ଧ ଥିବା ପୋଷ୍ଟର ରୋଡ୍‌ ଶୋ ବେଳେ ଲୋକଙ୍କୁ ବଣ୍ଟାଯାଉଛି। ଜିଲାବାସୀଙ୍କ ପ୍ରମୁଖ ଦାବି କୁହାଯାଉଥିବା ମେଡିକାଲ କଲେଜ ପ୍ରତିଷ୍ଠାକୁ ପ୍ରମୁଖ ଦଳ ମୁଖ୍ୟ ପ୍ରସଙ୍ଗ କରି ପ୍ରଚାର ଚଳାଇଛନ୍ତି।

୩ ପ୍ରମୁଖ ଦଳର ଲୋକ ସଭା ପ୍ରାର୍ଥୀଙ୍କ ସହ ବିଧାୟକ ପ୍ରାର୍ଥୀମାନେ  ସାମିଲ ହୋଇ ନିଜସ୍ବ ଢଙ୍ଗରେ ଭୋଟରଙ୍କୁ ଭେଟୁଛନ୍ତି। ଲୋକ ସଭା ଆସନର ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ତାଙ୍କ ସ୍ବାମୀ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପରିଚୟ ଓ ଦଳର ଲୋକାଭିମୁଖୀ କାର୍ଯ୍ୟକୁ ଆୟୁଧ କରି ପ୍ରଚାର ଚଳାଇଛନ୍ତି। ଭାଜପା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ତାଙ୍କ ବାପା ୮ ଥର ଏମ୍‌ପି ହୋଇଥିବା ଅର୍ଜୁନ ଚରଣ ସେଠୀଙ୍କ ପରିଚୟ ନେଇ ପ୍ରଚାର କରୁଛନ୍ତି। କଂଗ୍ରେସର ମଧୁମିତା ସେଠୀ ବାପା ପୂର୍ବତନ ଏମ୍‌ପି ତଥା ବିଧାୟକ ଅନନ୍ତ ସେଠୀଙ୍କ ଲୋକପ୍ରିୟତାକୁ ପାଥେୟ କରି ପ୍ରଚାର ଚଳାଇଛନ୍ତି। ଭଦ୍ରକ ବିଧାନସଭା କ୍ଷେତ୍ରରେ ହେବାକୁ ଥିବା ଏହି ନିର୍ବାଚନରେ ୨୫୫ଟି ବୁଥ୍‌ରେ ସମୁଦାୟ ୨ ଲକ୍ଷ ୫୩ ହଜାର ୬୭୦ ଭୋଟର ଏହି ପ୍ରାର୍ଥୀଙ୍କ ପାଇଁ ଆସନ୍ତା ୨୯ ତାରିଖରେ ମତଦାନ ପ୍ରକ୍ରିୟାରେ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ତନିସ୍କ ପକ୍ଷରୁ ବାରିପଦାରେ ଭବ୍ୟ ଷ୍ଟୋରର ଶୁଭାରମ୍ଭ

ବାରିପଦା,୬ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ଟାଟାର ଅଂଶ ତଥା ଭାରତର ସର୍ବବୃହତ୍‌ ଗହଣା ଖୁଚୁରା ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଓ ୧୭ତମ ମୟୂରଭଞ୍ଜ ଜିଲା ବାରିପଦାରେ ଏହାର...

ମଦ ବୋଝେଇ ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଲୋକେ

ସିମୁଳିଆ,୫।୯(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୨କି.ମି. ଦୂର ୧୬ନମ୍ବର ଜାତୀୟ ରାଜପଥର ଭଗିଆ ଗାଁ ନିକଟରେ ଗୁରୁବାର ରାତିରେ ଏକ ମଦ ବୋଝେଇ...

ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା

ସୋର,୪।୯(ଜନ୍ମେଜୟ ମିଶ୍ର): ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା ଯୋଜନା’ ଶହ ଶହ ମହିଳାଙ୍କୁ ଆଧାର କାର୍ଡ ଅପଡେଟ୍ / ସଂଶୋଧନ କରିବା ପାଇଁ ଆଧାର...

୩ ମାସ ତଳେ କରିଥିଲେ ବିବାହ, ଘରୁ ମିଳିଲା ଝୁଲନ୍ତା ମୃତଦେହ: ନବବଧୂଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ

ଖଇରା,୩।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଗଡପୋଖରୀ ପଞ୍ଚାୟତ ଅଧୀନ ତେନ୍ତଳାଗଡିଆ ଗ୍ରାମରେ ମାତ୍ର ୩ ମାସ ତଳେ ବିବାହ କରିଥିବା ଜଣେ ନବବଧୂଙ୍କ...

ମା’ ପାଇଁ ଗଛଟିଏ ଲଗାଇଲେ ବିଧାୟକ

ରସାଳପୁର, ୩।୯(ଶରତ ସାମଲ): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ ଖାନନଗର ପଞ୍ଚାୟତ ବାଙ୍ଗରା ଗ୍ରାମସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ କଲେଜ ପକ୍ଷରୁ...

ବାପଘରୁ ଶାଶୁଘର ଫେରିବା ବେଳେ ମହିଳାଙ୍କୁ ଗଣବଳାତ୍କାର

ବାଲେଶ୍ୱର,୩୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ବାଲିଆପାଳ ଥାନାରେ ଅଭିଯୋଗ...

ଯୁବକ ପାଇଲେ ନୂଆ ପରିଚୟ: ଅଜୟରୁ ଏବେ ରିଙ୍କି

ଜଳେଶ୍ୱର,୩୦ା୮(ନବୀନ ସାହୁ): ଥିଲେ ପୁଅ, ହେଲେ ଝିଅ। ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri