ସାଂଘାଇ, ୨୦ା୪ (ଏଏଫ୍ପି)-ଚାଇନିଜ ସୁପର ଲିଗ୍ ଟିମ୍ ଉହାନ୍ ଜାଲ୍ ୩ ମାସରୁ ଊର୍ଦ୍ଧ୍ୱ ସମୟ ପରେ ଘରବାହୁଡ଼ା କରିଛି। ଟିମ୍ର ସଦସ୍ୟମାନେ କରୋନା ଭାଇରସର ଉତ୍ପତ୍ତିସ୍ଥଳ ଉହାନ୍ର ବାସିନ୍ଦା। କୋଭିଡ୍-୧୯ ସଂକ୍ରମଣ ଆଶଙ୍କାରେ ଗତ ଜାନୁୟାରୀରୁ ଉହାନ୍ ସହରକୁ ସିଲ୍ କରିଦିଆଯାଇଥିଲା। ଖେଳାଳିମାନେ ସ୍ପେନ ସମେତ ବିଭିନ୍ନ ସ୍ଥାନରେ ୧୦୪ ଦିନ ଧରି ଅଟକି ରହିଥିଲେ। ଏବେ ଲକ୍ଡାଉନ୍ ହଟିଛି। ଶନିବାର ଟ୍ରେନ୍ ଯୋଗେ ସେମାନେ ଆସି ପହଞ୍ଚତ୍ଛନ୍ତି। ଷ୍ଟେଶନରେ ମାସ୍କ ପିନ୍ଧି ସେମାନଙ୍କ ସମର୍ଥକମାନେ ବିଭିନ୍ନ ବ୍ୟାନର ଧରି ଫୁଲତୋଡ଼ା ସହ ସ୍ଲୋଗାନ୍ ଦେଇ ସେମାନଙ୍କୁ ସ୍ବାଗତ କରିଥିଲେ। ଭାବବିହ୍ବଳ ପରିବେଶ ଦେଖିବାକୁ ମିଳିଥିଲା। ଦଳରେ ସ୍ପାନିଶ୍ କୋଚ୍ ଜୋସ୍ ଗୋଞ୍ଜାଲେଜ୍ ମଧ୍ୟ ଥିଲେ। ଖେଳାଳିମାନେ ସେମାନଙ୍କ ପରିବାର ସହିତ କିଛି ଦିନ କଟାଇବା ପରେ ବୁଧବାର ଟ୍ରେନିଂକୁ ଫେରିବେ। ଜାଲ୍୍ ଟିମ୍ ଜାନୁୟାରୀ ଶେଷ ଭାଗରେ ସ୍ପେନର ମାଲାଗା ଗସ୍ତ କରିଥିଲା। ଉହାନ ସହରରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାପରେ ସରକାରଙ୍କ ପକ୍ଷରୁ ଯାତାୟାତରେ କଟକଣା ଜାରି କରାଯାଇଥିତ୍ଲା।