କୋରେଇ,୧୨।୮(ସ୍ବ.ପ୍ର.): ପରୀ ୩ କାର୍ଯ୍ୟକ୍ରମ ମାଧ୍ୟମରେ କୋରେଇ ପୋଲିସ ରବିବାର ୩ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରିଛି। କୋରାଇ ଓ ଏହାର ଆଖ ପାଖରେ କାର୍ଯ୍ୟାରତ ଥାନା ଅନ୍ତର୍ଗତ ରଘୁନାଥ ପୁର, ବଟିରା, ବ୍ରାହ୍ମଣଦା ଆଦି ଗ୍ରାମର ୩ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଥାନାଧିକାରୀ ରଣଜିତ ମହାନ୍ତି, ଏଏସ୍ଆଇ ସଲିଳ କୁମାର ମଲ୍ଲିକ ସମେତ ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ ା