Posted inଖେଳ

୩ଦିନିଆ ଅଭ୍ୟାସ ମ୍ୟାଚ: ରାହାନେ, ପୂଜାରା, ବୁମ୍‌ରା ପ୍ରସ୍ତୁତ

କୁଲିଜ(ଆଣ୍ଟିଗୁଆ),୧୭।୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ଶନିବାରଠାରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ ଏକାଦଶ ମଧ୍ୟରେ ଏକ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଆରମ୍ଭ ହେବ। ୨୨ ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଥିବାବେଳେ ଏହି ଓ୍ବାର୍ମଅପ୍‌ ଗେମ୍‌ ବେଶ୍‌ ଗୁରୁତ୍ୱ ବହନ କରୁଛି। ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା ଓ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ସମେତ ବିଶ୍ରାମ କରିବାର ଭଲ ଅବସର ହାସଲ କରିଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏହି ମ୍ୟାଚ୍‌ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବା ବେଳେ ବୁଢ଼ା ଆଙ୍ଗଠିରେ ଆଘାତ ଲାଗିଥିବାରୁ ଅଧିନାୟକ ବିରାଟ କୋହଲିଙ୍କ ସମେତ ଶ୍ରେଷ୍ଠ ୩ଜଣ ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ଆଶା କରାଯାଉଛି।
କୋହଲି ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରେ ଜବରଦସ୍ତ ପ୍ରଦର୍ଶନ କରି ଶ୍ରେଷ୍ଠ ଫର୍ମରେ ରହିବା ସୂଚନା ଦେଇଛନ୍ତି। ୩ଟି ୨୦ ମ୍ୟାଚ୍‌ରେ ସେ୧୦୬ ରନ କରି ସଂଗ୍ରହ କରିଥିବା ବେଳେ ଦୁଇଟି ଦିନିକିଆରେ ୨ଟି ଶତକ ସହ ମୋଟ ୨୩୪ ରନ ସଂଗ୍ରହ କରିଛନ୍ତି। ପ୍ରଥମ ଦିନିକିଆରେ ୧୩ ଓଭର ଖେଳାଯିବାର ପରେ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଦିନିକିଆ ଜିତି ଭାରତ ୨-୦ରେ ସିରିଜ ବିଜୟୀ ହୋଇଥିଲା। ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ମଧ୍ୟ ଭାରତ ୩-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ଯଦି ଟେଷ୍ଟ ସିରିଜରେ ଭାରତ ବିଜୟୀ ହୁଏ ତା’ହେଲେ ଇତିହାସ ସୃଷ୍ଟି ହେବ। ଭାରତ ପ୍ରଥମଥର ପାଇଁ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଇ ସବୁ ୩ଟି ଫର୍ମାଟରେ ବିଜୟୀ ହେବାର ଗୌରବ ଅର୍ଜନ କରିବ।
ଟେଷ୍ଟ ସ୍ପେଶାଲିଷ୍ଟ ପୂଜାରା ସୌରାଷ୍ଟ୍ର ପାଇଁ ରଣଜୀ ଟ୍ରଫି ଫାଇନାଲ ଖେଳିବାର ୬ ମାସ ପରେ ରେଡ୍‌ ବଲ୍‌ କ୍ରିକେଟ ଖେଳିବାକୁ ଯାଉଛନ୍ତି। ଅନ୍ୟପଟେ ରାହାନେ ଇଂଲିଶ୍‌ କାଉଣ୍ଟି କ୍ରିକେଟ ଖେଳିଥିଲେ ମଧ୍ୟ ସେତେଟା ସଫଳ ପ୍ରଦର୍ଶନ କରିପାରି ନାହାନ୍ତି। ସେ ୭ଟି ମ୍ୟାଚ୍‌ ଖେଳି ୨୩.୬୧ ରନ ହାରରେ ମାତ୍ର ୩୦୭ ରନ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ ରହିଥିଲା। ଟେଷ୍ଟରେ ଗତ କିଛି ଦିନ ହେବ ରାହାନେଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇ ପାରି ନ ଥିଲା। ଫଳରେ ଏହି ସିରିଜ ତାଙ୍କ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ତେଣୁ ଏହି ଓ୍ବାର୍ମ ଅପ୍‌ରେ ଭଲ ପ୍ରଦର୍ଶନ କଲେ ସେ ସିରିଜରେ ଲୟକୁ ଫେରିବେ। ସୀମିତ ଓଭର କ୍ରିକେଟ ଖେଳିଥିବା କେତେଜଣ ଖେଳାଳିମାନେ ମଧ୍ୟ ଟେଷ୍ଟ ଖେଳିବା ପୂର୍ବରୁ ଏହି ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଭଲ ଅଭ୍ୟାସ କରିବାର ସୁଯୋଗ ହାସଲ କରିବେ। ବ୍ୟାଟିଂ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସୀମିତ ଓଭର ସିରିଜ୍‌ରେ ଭଲ ପ୍ରଦର୍ଶନ କରି ନ ଥିବା ରୋହିତ ଶର୍ମା, ରିଷଭ ପନ୍ତ ଅଧିକ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିବେ। ରିଦ୍ଧିମାନ ଶାହା ଏ’ ସିରିଜରେ ଦୁଇ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ଓ କିପିଂରେ ପନ୍ତଙ୍କଠାରୁ ପାଦେ ଆଗରେ ରହିବେ। ତେଣୁ ପନ୍ତ ଓ ଶାହଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ମୟଙ୍କ ଅଗ୍ରଓ୍ବାଲ ଇନିଂସ ଓପନ କରିବେ। ତାଙ୍କ ସହ ହନୁମା ବିହାରୀ କିମ୍ବା ଲୋକେଶ ରାହୁଲ ଇନିଂସ ଓପନ କରିବା ଆଶା କରାଯାଉଛି। ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ଉମେଶ ଯାଦବ ମଧ୍ୟ ଭଲ ଅଭ୍ୟାସ କରିବାର ସୁଯୋଗ ହାସଲ କରିବେ। ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ସ୍ପିନ୍‌ ଦାୟିତ୍ୱ ସମ୍ଭାଳିବେ। ଏହି ମ୍ୟାଚ୍‌ରେ ସବୁ ଭାରତୀୟ ବ୍ୟାଟ୍ସମ୍ୟାନ ଓ ବୋଲର ଖେଳିବାର ସୁଯୋଗ ପାଇବେ। ଭାରତ ବିଶ୍ୱର ୧ ନମ୍ବର ଟେଷ୍ଟ ଦଳ ହୋଇଥିବାରୁ ଏହି ମ୍ୟାଚ୍‌ ଓ ଆଗାମୀ ସିରିଜରେ ଫେଭରାଇଟ ମନେ ହେଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ, ମୟଙ୍କ ଅଗ୍ରଓ୍ବାଲ, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ରିଷଭ ପନ୍ତ, ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ, ରିଦ୍ଧିମାନ ଶାହା, ଇଶାନ୍ତ ଶର୍ମା, ରୋହିତ ଶର୍ମା, ହନୁମା ବିହାରୀ ଓ ଉମେଶ ଯାଦବ।
ଓ୍ବେଷ୍ଟଇଣ୍ଡିଜ ଦଳ: ଖେଳାଳି ତାଲିକା ଘୋଷିତ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri