Posted inଖେଳ

୩ୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ପରାସ୍ତ: ଅଷ୍ଟ୍ରେଲିଆର ସିରିଜ ସୁଇପ୍‌

ସିଡ୍‌ନୀ, ୬।୧ (ଏପି)- ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାନୀୟ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ଅନ୍ତିମ ତଥା ୩ୟ ଟେଷ୍ଟ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୨୭୯ ରନରେ ବୃହତ୍‌ ବିଜୟ ଲାଭ କରିଛି। ୪୧୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ସୋମବାର ୪ର୍ଥ ଦିବସରେ ମାତ୍ର ୧୩୬ ରନରେ ସୀମିତ ରହିଥିଲା। ପୂର୍ବରୁ ପର୍ଥ ଓ ମେଲବୋର୍ନ ଟେଷ୍ଟକୁ ଯଥାକ୍ରମେ ୨୯୬ ଓ ୨୪୭ ରନରେ ଜିତିଥିବା ଟିମ୍‌ ପାଇନ୍‌ଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୩-୦ରେ ହାତେଇ ସିରିଜ କ୍ଲିନ୍‌ ସୁଇପ୍‌ କରିଛି। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ୨ୟ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ ଏହାର ନୈରାଶ୍ୟଜନକ ଟୁର୍‌ ଶେଷ କରିଛି। ଅପରପକ୍ଷରେ ସିରିଜ ଜିତିଥିବା ଅଷ୍ଟ୍ରେଲିଆ ଦଳ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ରେ ୧୦ ମ୍ୟାଚ୍‌ରୁ ୭ ବିଜୟ ଓ ୨ ପରାଜୟ ଓ ଗୋଟିଏ ଡ୍ର ସହ ୨୯୬ ପଏଣ୍ଟ ପାଇ ଟେବୁଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଭାରତ ୭ ମ୍ୟାଚ୍‌ରୁ ୭ ବିଜୟ ସହ ୩୬୦ ପଏଣ୍ଟ ପାଇ ପୂର୍ବବତ୍‌ ତାଲିକାର ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଛି। ନ୍ୟୁଜିଲାଣ୍ଡ ୫ ମ୍ୟାଚ୍‌ ଖେଳି ୪ ପରାଜୟ ଓ ଗୋଟିଏ ବିଜୟ ସହ ୬୦ ପଏଣ୍ଟ ପାଇ ୫ମ ସ୍ଥାନ ଲାଭ କରିଛି।
ଅସମାପ୍ତ ୨ୟ ଇନିଂସ ସ୍କୋର ୪୦/୦ରୁ ଖେଳ ଆରମ୍ଭ କରି ଅଷ୍ଟ୍ରେଲିଆ ସୋମବାର ୨୧୭/୨ରେ ଇନିଂସ ଘୋଷଣା କରିଥିଲା। ଇନ୍‌ଫର୍ମ ଓପନର ଡେଭିଡ୍‌ ଓ୍ବାର୍ନର ୧୧୧ ରନ (୯ ଚୌକା)ର ଅପରାଜିତ ଶତକୀୟ ଇନିଂସ ଖେଳିଥିଲେ। ଟେଷ୍ଟରେ ଏହା ତାଙ୍କର ୨୪ତମ ଶତକ ରହିଥିଲା। ଅନ୍ୟମାନଙ୍କ ମଧ୍ୟରେ ଜୋ ବନର୍‌ସ ୪୦ ଓ ପ୍ରଥମ ଇନିଂସର ଦ୍ୱିଶତକ ହାସଲକାରୀ ମାର୍ନସ ଲାବୁସେନ ୫୯ ରନ କରିଥିଲେ। ଫଳରେ ପ୍ରଥମ ଇନିଂସରେ ୧୯୮ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ଲାଭ କରିଥିବା ଅଷ୍ଟ୍ରେଲିଆ ୪୧୬ ରନର କଷ୍ଟସାଧ୍ୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଥିଲା।
୪୧୬ ରନର ଲକ୍ଷ୍ୟକୁ ପିଛା କରିଥିବା କିଓ୍ବି ଦଳ ସ୍ପିନର ନାଥନ ଲିୟନଙ୍କୁ ସାମ୍ନା କରି ନ ପାରି ୪୭.୫ ଓଭରରେ ୧୩୬ ରନରେ ସମସ୍ତ ଉଇକେଟ୍‌ ହରାଇଥିଲା। ଦଳ ପକ୍ଷରୁ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୫୨, ରସ ଟେଲର ୨୨, ଉଇକେଟ୍‌କିପର ବିଜେ ଓ୍ବାଟ୍‌ଲିଂ ୧୯, ଟଡ୍‌ ଆଷ୍ଟଲ ୧୭ ରନ କରିଥିଲେ। ପ୍ରଥମ ଇନିଂସ (୫/୬୮) ଭଳି ଲିୟନ ୫୦ ରନ ବିନିମୟରେ ୫ ଉଇକେଟ୍‌ ସଫଳତା ପାଇଥିଲେ। ଫଳରେ ମ୍ୟାଚ୍‌ରେ ସେ ୧୧୮ ରନ ବ୍ୟୟରେ ମୋଟ୍‌ ୧୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଦ୍ୱିଶତକ ହାସଲକାରୀ ଲାବୁସେନ (୨୧୫)ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୪୫୪/୧୦ (ଲାବୁସେନ ୨୧୫, ନେଲ୍‌ ଓ୍ବାଗନର ୩/୬୬)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୨୫୬/୧୦ (ଗ୍ଲେନ ଫିଲିପ୍ସ ୫୨, ଲିୟନ ୫/୬୮)।
ଅଷ୍ଟ୍ରେଲିଆ ୨ୟ ଇନିଂସ- ୨୧୭/୨, ଘୋଷଣା (ଓ୍ବାର୍ନର ୧୧୧*, ଲାବୁସେନ ୫୯)।
ନ୍ୟୁଜିଲାଣ୍ଡ ୨ୟ ଇନିଂସ- ୧୩୬/୧୦ (ଗ୍ରାଣ୍ଡହୋମ୍‌ ୫୨, ଟମ୍‌ ଲଥାମ ୧, ଜିତ୍‌ ରାଭାଲ ୧୨, ଲିୟନ ୫/୫୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri