୩୧ ରାଜସ୍ଥାନୀଙ୍କୁ ସହାୟତା ଦେଲା ଏନଏସି ପ୍ରଶାସନ

ନୂଆପଡା ଅଫିସ,୩୧ା୩- ବର୍ତମାନ ସାରା ଦେଶ ଲକ ଡାଉନ । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟସୀମାକୁ ଯିବା ମନା ହୋଇଛି । ହେଲେ ଏଭଳି ସ୍ଥିତିରେ ମଧ୍ୟ ଲୋକେ ନିଜ ଘର ମୁହାଁ ହେଉଛନ୍ତି । ସୁଦୂର ବିଶାଖାପାଟଣାରୁ ଏକ ଗାଡି ଯୋଗେ ଛତିଶଗଡ ଦେଇ ରାଜସ୍ଥାନକୁ ଯାଉଥିବା ୩୧ଜଣଙ୍କୁ ଛତିଶଗଡ ପୋଲିସ ମାରପିଟ କରି ଘଉଡାଇ ଦେବାପରେ ନୂଆପଡା ସୀମାନ୍ତରେ ଖରିଆରରୋଡ ଏନଏସି ତରଫରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପରେ ଏକ ସୁରକ୍ଷିତ ଜାଗାରେ ଥଇଥାନ କରିଛନ୍ତି। ଏମାନେ ବିଶାଖାପାଟଣାରେ ବିଭିନ୍ନ ବ୍ୟବସାୟ କରି ପେଟ ପୋଷୁଥିଲେ। ଜିଲା ପ୍ରଶାସନର ଦୃଷ୍ଟିକୁ ଆଣିବା ପରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦେବେନ୍ଦ୍ର ନାଥ ମହାରଣା, ପରିମଣ ବିଶେଷଜ୍ଞ ସୁନୀଲ କୁମାର, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ନାଏକ ପ୍ରମୁଖଙ୍କ ସ୍ବତନ୍ତ୍ର ତତ୍ତ୍ୱାବଧାନରେ ରଖିଥିବା ପ୍ରକାଶ । ଲୋକେମାନେ ଏଠାରେ ସୁରକ୍ଷିତ ରହିଥିବାବେଳେ ଲକଡାଉନ ଉଠିବା ପରେ ନିଜ ଘରକୁ ଯିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ବାଇକ ମୁହାଁମୁହିଁ ଧକ୍କା, ୨ ଗୁରୁତର,୭ ଆହତ ମଧ୍ୟରେ ଅଛନ୍ତି ଜଣେ ଶିଶୁ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ଗୋଲାପଡା ଛକରେ ରବିବାର ସକାଳେ ଏକ ଅଟୋ ଓ ବାଇକ ମୁହାମୁହିଁ ଧକ୍କା ହୋଇଛି।...

ଆୟୁଷ୍ମାନ ସ୍ବାସ୍ଥ୍ୟ କାର୍ଡ, ଇ-କେୱାଇସି ନାଁରେ ଟଙ୍କା ଆଦାୟ ଅଭିଯୋଗ: ଜିଲାପାଳଙ୍କଠାରେ ଫେରାଦ ହେଲେ ହିତାଧିକାରୀ

ଭବାନୀପାଟଣା,୨୦।୪( ଉତ୍ତମ କୁମାର ଦାଶ ): ରାଜ୍ୟରେ ନୂଆ ସରକାର ଆସିବାପରେ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’, ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’...

ଆଇଆଇଟି-ଜେଇଇ (ମେନ୍‌) ପ୍ରବେଶିକା ପରୀକ୍ଷା: କ୍ରୀଷ୍ଣା ବିକାଶ ଛାତ୍ରୀଛାତ୍ରଙ୍କ ବାଜିମାତ୍‌

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ): ଶନିବାର ପ୍ରକାଶିତ ଆଇଆଇଟି-ଜେଇଇ (ମେନ୍‌) ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ...

ରେଳଲାଇନ୍‌ ନିର୍ମାଣକୁ ବିରୋଧ: ପୋଲିସ-ଜନତା ଖଣ୍ଡଯୁଦ୍ଧ

ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତର ଡୁମେର୍ତ୍ତା ରେଳଷ୍ଟେଶନରୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଯାଏ ହେଉଥିବା ରେଳ ଲାଇନ୍‌ କାମକୁ ସ୍ଥାନୀୟ...

ଛାତ୍ରୀଙ୍କୁ ବଳାତ୍କାର କରି ଶିକ୍ଷକ ଗିରଫ

ଲାଞ୍ଜିଗଡ଼,୨୦।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ଏକ ହାଇସ୍କୁଲରେ ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ...

୨୦୩୦ ସୁଦ୍ଧା ୧୦ଲକ୍ଷ ହେନ୍ତାଳ ବୃକ୍ଷ ଲଗାଇବାକୁ ପ୍ରୟାସ, ଓପ୍ସାକୁ ୧ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ଧରିତ୍ରୀ ସିଇ

କାକଟପୁର/ଅସ୍ତରଙ୍ଗ,୧୯ା୪(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ)-ପୁରୀ ଜିଲା ଅସ୍ତରଙ୍ଗ ଭଉଁରିଆ ସେତୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ପର୍ଯ୍ୟାବରଣ ସଙ୍ଗଠନ, ଅସ୍ତରଙ୍ଗ ସବୁଜ ଶାଖା ଓ ‘ଧରିତ୍ରୀ’ ପକ୍ଷରୁ...

‘କାହାଣୀ କାନ୍ଦୁଛି ଆଖି ଲୁଚେଇ ‘ ନାଟକ ମଞ୍ଚସ୍ଥ 

ଦିଗପହଣ୍ଡି,୧୯। ୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ଚୌଧୁରୀ ଟିକରପଡା ଗ୍ରାମରେ ଶ୍ରୀ ହନୁମାନ ଜୟନ୍ତୀ ଉତ୍ସବ ଉଦଯାପନୀ ଉପଲକ୍ଷେ ଶୁକ୍ରବାର ରାତିରେ ଶ୍ରେଷ୍ଠ ସାମାଜିକ...

ଦିଗପହଣ୍ଡିରେ ଭାଜପାର ସକ୍ରୀୟ ସଦସ୍ୟ ସମ୍ମିଳନୀ, ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟସ୍ଥ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପରେ ଶନିବାର ଭାଜପା ପକ୍ଷରୁ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image