୩୩ ବର୍ଷ ତଳେ ବିମାନ ବନ୍ଦରରେ ହଜିଥିବା ୧୦ଦିନର ଶିଶୁପୁତ୍ର ଯୁବକ ହୋଇ ଘରକୁ ଫେରିଲେ

ଲଣ୍ଡନ,୧୬।୫: କଥାରେ ଅଛି ରଖେ ହରି ମାରେ କିଏ। ଏହା ଷ୍ଟିଭ୍‌ ହାଇଇସ୍‌ଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି। ଷ୍ଟିଭ୍‌ଙ୍କ କାହାଣୀ ଫିଲ୍ମ ପରି। ତାଙ୍କୁ ୧୦ ଦିନ ହୋଇଥିବାବେଳେ ସେ ୧୯୮୬ରେ ଗେଟ୍‌ଓ୍ବିକ୍‌ ବିମାନ ବନ୍ଦରର ମହିଳା ଶୌଚାଳୟରେ କମ୍ବଳ ଏବଂ ଟାଓ୍ବେଲରେ ଘୋଡାହୋଇଥିବା ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ମିଳିଥିଲେ। କୌଣସି କାରଣରୁ ତାଙ୍କ ମାତା ଷ୍ଟିଭ୍‌ଙ୍କୁ ଶୌଚାଳୟରେ ଛାଡିଦେଇଥିଲେ। ଏହାପରେ ସେ ଅନାଥାଶ୍ରମରେ ବଢ଼ିଥିଲେ। ୧୮ ବର୍ଷ ହୋଇଥିବାବେଳେ ଷ୍ଟିଭ୍‌ ନିଜ ଡିଏନ୍‌ଏ ସାମ୍ପଲ୍‌ ଆଧାରରେ ମାତାପିତାଙ୍କୁ ଖୋଜିବା ଆରମ୍ଭ କଲେ। ଏଥି ପାଇଁ ବିଭିନ୍ନ ଥାନାରେ ପହଞ୍ଚି ଅଧିକାରୀଙ୍କୁ ତାଙ୍କ ଦୁଃଖଭରା କାହାଣୀ କହିଲେ। ତେବେ କୌଣସି ତଥ୍ୟ ହାସଲ ହୋଇପାରି ନ ଥିଲା। ତେବେ ଏକ ଥାନା ରେକର୍ଡରୁ ଜଣାପଡ଼ିଥିଲା ଗେଟ୍‌ଓ୍ବିକ୍‌ ବିମାନ ବନ୍ଦରରେ ଥିବା ଶିଶୁପୁତ୍ର ତାଙ୍କର ବୋଲି ଜଣେ ମହିଳା ୩୩ ବର୍ଷ ତଳେ ଫୋନ୍‌ କରି ଜଣାଇଥିଲେ। ଏହି ସୂଚନା ଆଧାରରେ ଷ୍ଟିଭ୍‌ ତାଙ୍କ ଘରେ ପହଞ୍ଚତ୍ଥିଲେ। ତେବେ ତାଙ୍କ ମାତାଙ୍କ ମୃତ୍ୟୁ ହୋଇସାରିଥିବାବେଳେ ପିତା ଜୀବିତ ଥିଲେ। ତାଙ୍କର ଆଉଜଣେ ଭାଇ ମଧ୍ୟ ଥିବା ସେ ଜାଣିପାରିଥିଲେ। ଏବେ ଷ୍ଟିଭ୍‌ଙ୍କ ସ୍ତ୍ରୀ ଏବଂ ଦୁଇ ସନ୍ତାନଙ୍କୁ ରକ୍ତ ସମ୍ପର୍କୀୟଙ୍କ ସହିତ ମିଳିତ ହେବାର ସୁଯୋଗ ପାଇଛନ୍ତି। ଷ୍ଟିଭ୍‌ ଏନେଇ ଟୁଇଟର ଏବଂ ଫେସବୁକ୍‌ରେ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି। ଷ୍ଟିଭ୍‌ଙ୍କ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅହମଦାବାଦ ଭଳି ପୁଣି ଆକାଶମାର୍ଗରେ ଖରାପ ହେଲା ଇଞ୍ଜିନ ପାଇଲଟ କହିଲେ Mayday Mayday

ଓ୍ବାଶିଂଟନ,୨୯।୭: ଅହମଦାବାଦରେ ବୋଇଂ ବିମାନ ଦୁର୍ଘଟଣା ପରେ, ଆମେରିକାରେ ସମାନ ଘଟଣା ଘଟିଥିଲା, ଯେଉଁଠାରେ 787-8 ଡ୍ରିମଲାଇନରର ଇଞ୍ଜିନ ଉଡ଼ାଣ ଭରିବା ମାତ୍ରେ ବିଫଳ ହୋଇଯାଇଥିଲା।...

୨୦୨୫ରେ ସତରେ କ’ଣ ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ସତର୍କ କରାଇଲେଣି ବୈଜ୍ଞାନିକ

ନର୍ଥ ମାସିଡୋନିଆ,୨୯।୭: ଜ୍ୟୋର୍ତିବିଦମାନେ ଜୁଲାଇ ୧, ୨୦୨୫ ରେ 3I/ATLAS ନାମକ ଏକ ରହସ୍ୟମୟ ଅନ୍ତଃନକ୍ଷତ୍ରୀୟ ପିଣ୍ଡ ଆବିଷ୍କାର କରିଥିଲେ। ଏହି ବସ୍ତୁଟି ଘଣ୍ଟା ପ୍ରତି...

ପାକିସ୍ତାନ ଆତଙ୍କବାଦୀଙ୍କ ଟାର୍ଗେଟରେ ପୁଣିଥିରେ ଜାଫର ଏକ୍ସପ୍ରେସ! ବିସ୍ଫୋରଣରେ ୩ ବଗି ଲାଇନ ଚ୍ୟୁତ

ଇସଲାମାବାଦ,୨୯।୭: ପାକିସ୍ତାନର ଦକ୍ଷିଣ-ପୂର୍ବ ପ୍ରଦେଶ ସିନ୍ଧରେ ସୋମବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି, ବିସ୍ଫୋରଣ ଯୋଗୁ ଜାଫର ଏକ୍ସପ୍ରେସ ଟ୍ରେନର ତିନୋଟି କୋଚ ଲାଇନଚ୍ୟୁତ ହୋଇଛି।...

ଆମେରିକାର ସାଂଘାତିକ ଖୁଲାସା! ଯୁଦ୍ଧବେଳେ ଭାରତ ଲୁଚାଛପାରେ କରିଛି…

ଓ୍ବାଶିଂଟନ୍‌,୨୯।୭: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ଏବଂ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ, ଭାରତ ଏବଂ ଚାଇନାକୁ ନେଇ...

ପୁଟିନଙ୍କୁ ଶେଷ ଚେତାବନୀ ଦେଲେ ଟ୍ରମ୍ପ: ୨ ସପ୍ତାହ ମଧ୍ୟରେ ବନ୍ଦ କର, ନଚେତ୍‌…

ଓ୍ବାଶିଂଟନ୍‌,୨୯।୭: ସ୍କଟଲାଣ୍ଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହ ଏକ ବୈଠକରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆକୁ ଶେଷ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦୁଇ ସପ୍ତାହରୁ...

ନ୍ୟୁୟର୍କରେ ଆଖିବୁଜା ଗୁଳିମାଡ଼: ଜଣେ ପୋଲିସ ଅଫିସରଙ୍କ ସମେତ ୫ ମୃତ

ନ୍ୟୁୟର୍କ,୨୯ା୭: ଆମେରିକାର ନ୍ୟୁୟର୍କ ସହରର ମିଡଟାଉନ୍ ମାନହାଟନ୍‌ରେ ମଙ୍ଗଳବାର ଏକ ଭୟଙ୍କର ଗୁଳିମାଡ଼ ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ...

ଟ୍ରମ୍ପଙ୍କ ଘୋଷଣା: ବିଶ୍ୱବ୍ୟାପୀ ଟାରିଫ ୧୫ରୁ ୨୦ ପ୍ରତିଶତ ହେବ

ନୂଆଦିଲ୍ଲୀ,୨୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଯେଉଁ ଦେଶମାନଙ୍କ ସହ ଆମେରିକାର ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନାହିଁ, ସେମାନଙ୍କ ପାଇଁ ଏକ...

ସ୍ପଷ୍ଟୀକରଣ ଦେଇ ଥକି ଗଲେଣି ଭାରତ ସରକାର, ସେପଟେ ପୁଣି ଦାବି ଦୋହରାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍କଟଲାଣ୍ଡର ଟର୍ନବେରୀ ରିସର୍ଟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ସହ ବୈଠକ ସମୟରେ ଦାବି କରିଛନ୍ତି ଯେ, ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image