ଛତ୍ରପୁର,୨୬।୯(ଡି.ଏନ୍.ଏ.): ସମ୍ଭାବ୍ୟ ଗୁଲାବକୁ ନେଇ ଗଞ୍ଜାମ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଜିଲାରେ ୩୩୩ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ଚିକିତ୍ସାଳୟ କିମ୍ବା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ବିପଦପୂର୍ଣ୍ଣ ଅଞ୍ଚଳର ୧୦ ରୁ ୧୨ ଜଣ ଗାଁ ଲୋକଙ୍କର ଟେଲିଫୋନ ନମ୍ବର ରଖିବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କ ସହିତ ଯୋଗାଯୋଗ କରି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇପାରିବ ।