କେନ୍ଦୁଝର, ୧୫।୪(ସ୍ବ.ପ୍ର.)-କେନ୍ଦୁଝର ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତିି। ସେମାନଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୩୪ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ଶେଷ ହୋଇଛି। ଜିଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହଁ। ସଂକ୍ରମଣ ନ ବ୍ୟାପିବା ପାଇଁ ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରିବା ସହ ଚାରିଆଡେ ସାନିଟାଇଜେଶନ କରାଯାଉଛି। ଗ୍ରୋଶରି ଦୋକାନ ତଥା ପରିବା, ମାଛ, ମାଂସ ଦୋକାନ ଆଦିରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଅପରପକ୍ଷରେ ଜିଲାରେ ଲକ୍ଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପୋଲିସ ସୋମବାର ତିନୋଟି ଦୋକାନ ସିଲ୍ କରିବା ସହ ପାଟ୍ରୋଲିଂକୁ ଜୋରଦାର କରିଛି।