Posted inଜାତୀୟ

୩୭୦ ଉଚ୍ଛେଦକୁ ବିରୋଧ କର

ଶ୍ରୀନଗର,୨୬ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର ନେଇ କେନ୍ଦ୍ରର ନିଷ୍ପତ୍ତି ସମସ୍ତ ଅନ୍ତର୍ଜାତୀୟ ଆଇନ ଓ ଜାତିସଂଘର ସଂକଳ୍ପନାମାକୁ ଉଲ୍ଲଂଘନ କରୁଛି। ଏହାଦ୍ୱାରା କଶ୍ମୀରରେ ଜନସଂଖା ପରିସଂଖ୍ୟାନରେ ପରିବର୍ତ୍ତନ ଆଣି ଉପନିବେଶ ସ୍ଥାପନ କରିବାକୁ ଚାହୁଁଛି କେନ୍ଦ୍ର। ତେଣୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରିବା ପାଇଁ ଉପତ୍ୟକାବାସଙ୍କୁ ଆହ୍ବାନ ଦେଇଛନ୍ତି ଅଲ୍‌ ପାର୍ଟି ହୁରିୟାତ୍‌ କନ୍‌ଫରେନ୍ସ ଅଧ୍ୟକ୍ଷ ସୟଦ ଅଲି ଶାହ ଗିଲାନି। ପାକିସ୍ତାନ ସହ କଶ୍ମୀରର ମିଶ୍ରଣ ପାଇଁ ଓକିଲାତି କରୁଥିବା ୮୯ ବର୍ଷୀୟ କଠୋରପନ୍ଥୀ ବିଚ୍ଛନ୍ନତାବାଦୀ ନେତା ଗିଲାନି କହିଛନ୍ତି, କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ପ୍ରତିବାଦ ଜଣାଇବା ପାଇଁ ଜନସାଧାରଣ ନିଜ ନିଜ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରନ୍ତୁ। ସଶସ୍ତ୍ର ଶତ୍ରୁ (ସୁରକ୍ଷା ବଳ) ଲୋକଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ରହିଛି। ତେଣୁ ଶତ୍ରୁକୁ ଏହାର ସୁଯୋଗ ନ ଦେବା ପାଇଁ ଶୃଙ୍ଖଳିତ ଭାବେ ଆନ୍ଦୋଳନ କରନ୍ତୁ ବୋଲି ଗିଲାନି ପରାମର୍ଶ ଦେଇଛନ୍ତି। ସୁରକ୍ଷା ବଳର ଆକ୍ରମଣରେ ସେମାନଙ୍କର କିଛି ଘଟିଲେ ସେଥିପାଇଁ ଭାରତୀୟ ସେନା ଦାୟୀ ଏବଂ ବିଶ୍ୱ ସମୁଦାୟ ସାକ୍ଷ୍ୟ ରହିବ ବୋଲି ଗିଲାନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାମାରୀ ରୂପ ନେବ HMPV ଭାଇରସ! ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୭।୧: HMPV ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ସମୟରେ, ଭାରତରେ ମଧ୍ୟ ୬ଟିି ମାମଲା ଚିହ୍ନଟ ହେବା ପରେ ଲୋକେ ଭୟଭୀତ...

କୋର୍ଟଙ୍କ ବଡ଼ ରାୟ, ଶାଶୁଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଦେବେ ବୋହୂ

ନୂଆଦିଲ୍ଲୀ,୭।୧:ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁ ମହିଳା ସ୍ବାମୀଙ୍କ ମୃତ୍ୟୁ ପରେ...

ଚୋରି ପାଇଁ ଘରେ ପଶିଥିଲେ ଚୋର;ମୂଲ୍ୟବାନ ସାମଗ୍ରୀ ନ ମିଳିବାରୁ ମହିଳାଙ୍କୁ…

ମୁମ୍ବାଇ,୭।୧: ମୁମ୍ବାଇର ଉପାନ୍ତ ସହର ମାଲାଡରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଚୋରି କରିବାକୁ ଯାଇଥିବା ଚୋର କୌଣସି ମୂଲ୍ୟବାନ ସାମଗ୍ରୀ ନ ପାଇବାରୁ...

ଘୋଷଣା ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ, ୫ରେ ମତଦାନ ୮ରେ ଗଣତି

ନୂଆଦିଲ୍ଲୀ,୭।୧: ମଙ୍ଗଳବାର ଏକ ପ୍ରେସ କନଫରେନ୍ସ ମାଧ୍ୟମରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଏହି ନିର୍ବାଚନ ପାଇଁ...

ବଢିଲା ସଲମାନଙ୍କ ସୁରକ୍ଷା, ଗାଲାକ୍ସି ବାଲକୋନିରେ ଲାଗିଲା ବୁଲେଟ ପ୍ରୁଫ ଗ୍ଲାସ

ମୁମ୍ବାଇ,୭।୧: ଗତ କିଛି ମାସ ମଧ୍ୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମିଳୁଥିବା ଧମକକୁ ଦେଖି ସଲମାନ ଖାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ବର୍ତ୍ତମାନ କିଛି ଫଟୋରେ...

ଅସୁ୍‌ସ୍ଥ ହୋଇ ପଡିଲେ ପ୍ରଶାନ୍ତ କିଶୋର, ହସ୍ପିଟାଲରେ ଭର୍ତ୍ତି

ପାଟନା,୭।୧: ପ୍ରଶାନ୍ତ କିଶୋରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଭୋକ ଉପାସରେ ଥିବା ପ୍ରଶାନ୍ତ କିଶୋରଙ୍କ...

ବିଦେଶରେ ଲୁଚି ରହିଥିବା ପଳାତକ ଏବେ ଚିନ୍ତାରେ, ଶାହା ଲଞ୍ଚ କଲେ Bharatpol ପୋର୍ଟାଲ

ନୂଆଦିଲ୍ଲୀ,୭।୧: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ସିବିଆଇ ଦ୍ୱାରା ପ୍ରସ୍ତୁତ ‘ଭାରତପୋଲ’ ପୋର୍ଟାଲ ଉନ୍ମୋଚନ କରିଛନ୍ତି। ସିବିଆଇ ଦ୍ୱାରା ବିକଶିତ ହୋଇଥିବା ‘ଭାରତପୋଲ’ ପୋର୍ଟାଲ...

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ରାୟପୁର,୭।୧: ଛତିିଶଗଡ଼ ବିଜାପୁର ଜିଲାରେ ସୋମବାର ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଆଇଇଡି ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri