Posted inଜାତୀୟ

୩୭୦ ଧାରା କ’ଣ, କାହିଁକି ତାକୁ ନେଇ ଉଠୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୫।୮:କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ରାଷ୍ଟ୍ରପତି ଏହି ବିଜ୍ଞପ୍ତିକୁ ଅନୁମୋଦନ ଦେଇଥିବା ସମ୍ପର୍କରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ସଭାରେ କହିଛନ୍ତି। ଜମ୍ମୁ-କଶ୍ମୀର ଏବଂ ଲଦାଖ ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ସୋମବାର ଭାରତୀୟ ଲୋକତନ୍ତ୍ର ପାଇଁ ଏକ କଳାଦିବସ। ଏହାର ପରିଣାମ ଭୟଙ୍କର ହେବ ବୋଲି ସେ ଧମକ ଦେଇଛନ୍ତି। ଧାରା ୩୭୦କୁ ଉଚ୍ଛେଦ ସରକାରଙ୍କ ନିଜସ୍ବ ନିଷ୍ପତ୍ତି, ଯାହା ଅସାମ୍ବିଧାନିକ ବୋଲି ସେ ମତ ଦେଇଛନ୍ତି।

୩୭୦ ଧାରା କ’ଣ, କାହିଁକି ତାକୁ ନେଇ ଉଠୁଛି ଚର୍ଚ୍ଚା
ନୂଆଦିଲ୍ଲୀ, ୫।୮: ଦୁଇ ଭାଗ ହୋଇଛି ଜମ୍ମୁ-କଶ୍ମୀର। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ଧାରା ଉଚ୍ଛେଦ ପରେ ସେଠାକାର ନେତାମାନେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କଶ୍ମୀରବାସୀଙ୍କ ସହ ଛଳନା କରାଯାଇଛି ବୋଲି ସେମାନେ କହିଛନ୍ତି। ତେବେ ଏହି ୩୭୦ ଧାରା କ’ଣ, କାହିଁକି ତାକୁ ନେଇ ଉଠୁଛି ଚର୍ଚ୍ଚା ଆସନ୍ତୁ ଜାଣିବା….
୩୭୦ ଧାରା କ’ଣ
ଭାରତ ସ୍ବାଧୀନ ହେବା ପରେ ସମସ୍ତ ରାଜ୍ୟ ଭଳି ଜମ୍ମୁ-କଶ୍ମୀରକୁ ମଧ୍ୟ ରାଜ୍ୟ ମାନ୍ୟତା ଦିଆଯାଇଥିଲା। ସେହି ସମୟରେ ସେଠାରେ ଶାସକ ଥିଲେ ହରି ସିଂ। ୧୯୪୭ ଅକ୍ଟୋବର ୨୦ରେ ପାକିସ୍ତାନ ସମର୍ଥକ ଆଜାଦ୍‌ କଶ୍ମୀର ସେନା ପାକିସ୍ତାନ ସେନା ସହ ମିଶି କଶ୍ମୀର ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲେ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଶେଖ୍‌ ଅବଦୁଲ୍ଲାଙ୍କ ସହମତିରେ ହରି ସିଂ ସେତେବେଳେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ମିଶି ଜମ୍ମୁ-କଶ୍ମୀରରେ ସ୍ବତନ୍ତ୍ର ଧାରା ୩୭୦ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନେଇଥିଲେ।

୩୭୦ ଧାରା ଅନୁଯାୟୀ କଶ୍ମୀରେ ଦୁଇଟି ପତାକା ଥିଲା। ଗୋଟିଏ ରାଜ୍ୟର ଏବଂ ଅନ୍ୟଟି ଭାରତର। କଶ୍ମୀରବାସୀ ଭାରତୀୟ ଜାତୀୟ ପତାକାକୁ ସମ୍ମାନ ଜଣାଇବା ବାଧ୍ୟତାମୂଳକ ନୁହେଁ।

ଦେଶର କୌଣସି ନାଗରିକ ଜମ୍ମୁ-କଶ୍ମୀରରେ ଜାଗା କିଣିପାରିବେ ନାହିଁ। ଏପରିକି ସେଠାରେ ଭାରତର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଚାହିଁଲେ ଇଞ୍ଚେ ଜାଗା ବି କିଣିପାରିବେ ନାହିଁ।

ଜମ୍ମୁ-କଶ୍ମୀର ଲୋକଙ୍କୁ ଦୈତ(ଉଭୟ ଭାରତ ଏବଂ ଜମ୍ମୁ-କଶ୍ମୀର) ନାଗରିକତା ପ୍ରଦାନ କରାଯାଉଥିଲା।

ଉଭୟ ରାଜ୍ୟର ସମ୍ବିଧାନକୁ ବରଖାସ୍ତ କରିବା ଅଧିକାର ମଧ୍ୟ ଭାରତର ରାଷ୍ଟ୍ରପତିଙ୍କ ନିକଟରେ ନାହିଁ।

ଯଦି କୌଣସି ଜମ୍ମୁ-କଶ୍ମୀର ଝିଅ ରାଜ୍ୟ ଛଡା ଭାରତର ଅନ୍ୟ କୌଣସି ରାଜ୍ୟରେ ବିବାହ କରନ୍ତି, ତେବେ ସେଠାକାର ନାଗରିକତା ତାଙ୍କର ରଦ୍ଦ ହୋଇଯାଏ। କିନ୍ତୁ ପାକିସ୍ତାନରେ ବିବାହ କଲେ ଦୁଇଟି ସ୍ଥାନର ନାଗରିକତା କାଏମ ଥାଏ।

ଯଦି ପାକିସ୍ତାନ ପୁରୁଷ କଶ୍ମୀରରେ ବିବାହ କରୁଛନ୍ତି ତେବେ ତାଙ୍କୁ ଭାରତର ନାଗରିକତା ମିଳିଥାଏ।

ଜମ୍ମୁ-କଶ୍ମୀରରେ ଯଦି କେହି ଭାରତୀୟ ପତାକାକୁ ଅସମ୍ମାନ କରନ୍ତି, ତେବେ ତାକୁ ଅପରାଧ ବିବେଚନା କରାଯାଏ ନାହିଁ।

କୌଣସି ବାହାର ରାଜ୍ୟର ଲୋକ ଚାହିଁଲେ ଜମ୍ମୁ-କଶ୍ମୀରରେ ବ୍ୟବସାୟ କିମ୍ବା କୌଣସି ପ୍ରତିଷ୍ଠାନ ସ୍ଥାୟୀ ଭାବେ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ୍‌ର ୧୦୦ କୋଟିକୁ ଅଗ୍ରାହ୍ୟ କଲେ ତେଲଙ୍ଗାନା ସରକାର

ହାଇଦ୍ରାବାଦ,୨୬ା୧୧: ତେଲଙ୍ଗାନାରେ ଯୁବବର୍ଗଙ୍କ ମଧ୍ୟରେ ଔଦ୍ୟୋଗିକ ଦକ୍ଷତା ବଢ଼ାଇବା ଲକ୍ଷ୍ୟରେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀସମୂହ ଆଦାନୀ ଗ୍ରୁପ ଦକ୍ଷତା ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ୧୦୦ କୋଟି...

କେରଳରେ ବଢ଼ୁଛି ଶିଶୁ ଯୌନ ଶୋଷଣ ମାମଲା

କୋଚି, ୨୬।୧୧: ଦେଶରେ ଦେଖାଦେଉଥିବା ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରୁ ସର୍ବାଧିକ ମାମଲା କେରଳରୁ ସାମ୍‌ନାକୁ ଆସିଛି। କେରଳ ଷ୍ଟେଟ୍‌ କମିଶନ ଫର୍‌ ପ୍ରୋଟେକ୍ସନ ଅଫ୍‌...

ଦିଲ୍ଲୀରେ ଜିଆର୍‌ଏପି-୪ ବଳବତ୍ତର ରହିବ

ନୂଆଦିଲ୍ଲୀ,୨୬ା୧୧(ପି.ଟି.): ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ବି ଉତ୍କଟ ରହିଥିବାରୁ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ର ଚତୁର୍ଥ ପର୍ଯ୍ୟାୟ (ଜିଆର୍‌ଏପି-୪) ବଳବତ୍ତର ରହିବ ବୋଲି ସୁପ୍ରିକୋର୍ଟ ସୋମବାର...

ଆଣ୍ଡାମାନ୍‌ ସାଗରରୁ ୫ ଟନ୍‌ ଡ୍ରଗ୍ସ ଜବତ

ନୂଆଦିଲ୍ଲୀ,୨୬ା୧୧: ଆଣ୍ଡାମାନ୍‌ ସାଗରରେ ଏକ ମାଛଧରା ବୋଟ୍‌ରୁ ତଟସୁରକ୍ଷା ବାହିନୀ (ଆଇସିଜି) ୫ ଟନ୍‌ରୁ ଊର୍ଦ୍ଧ୍ୱ ଡ୍ରଗ୍ସ ଜବତ କରିଛି। ମ୍ୟାନ୍‌ମାର ଫିଶିଂ ବୋଟ୍‌ରୁ ଏହି ମେଥାମ୍ଫେଟାମାଇନ୍‌...

ସମ୍ଭଲ ହିଂସାକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ/ସମ୍ଭଲ,୨୬ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଜୁମା ମସ୍‌ଜିଦ ପରିସରରେ ରବିବାର ସର୍ଭେକୁ ବିରୋଧ ବେଳେ ହିଂସାକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ୭ ଜଣଙ୍କୁ...

୩ ବର୍ଷରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ

ନୂଆଦିଲ୍ଲୀ, ୨୬।୧୧:୨୦୨୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୭୧ ବାଘଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୋମବାର ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଜଙ୍ଗଲ,...

ସମ୍ବିଧାନରେ ‘ସମାଜବାଦ’, ‘ଧର୍ମନିରପେକ୍ଷ’ ଶବ୍ଦ ରହିବ

ନୂଆଦିଲ୍ଲୀ,୨୬ା୧୧(ପି.ଟି.):ସମ୍ବିଧାନର ପ୍ରସ୍ତାବନାରେ ରହିଥିବା ସମାଜବାଦ, ଧର୍ମନିରପେକ୍ଷ ଏବଂ ଅଖଣ୍ଡତା ଶବ୍ଦକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା କେତେକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ୧୯୭୬ରେ...

କରଦାତାଙ୍କ ପାଇଁ ଖୁସି ଖବର: ପାନ୍‌ ୨.୦କୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨୬ା୧୧(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥତ୍କ ବ୍ୟାପାର କ୍ୟାବିନେଟ୍‌ କମିଟି ଆୟକର ବିଭାଗର ସ୍ଥାୟୀ ଅକାଉଣ୍ଟ ନମ୍ବରର ଦ୍ୱିତୀୟ ପର୍ଯ୍ୟାୟ (ପାନ୍‌ ୨.୦) ପ୍ରକଳ୍ପକୁ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri