ଚାଇନାରେ ୪ ମାସର ଲକ୍ଡାଉନ୍ ପରେ ଏବେ ସ୍କୁଲ ଖୋଲିଛି। ଲକ୍ଡାଉନ୍ରେ ଘରେ ରହିବା ପରେ ଜଣେ ଛାତ୍ରଙ୍କ ଓଜନ ଏତେ ବଢ଼ିଯାଇଛି ଯେ ପରିବାରଲୋକଙ୍କୁ ଏଥିପାଇଁ ନାକେଦମ ହେବାକୁ ପଡ଼ିଛି। ଛାତ୍ରଙ୍କୁ ଏବେ ତାଙ୍କ ସ୍କୁଲ ପୋଷାକ ହେଉ ନାହିଁ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
୪ ମାସ ଘରେ ରହିବା ପରେ ୫ ବର୍ଷୀୟ ଛାତ୍ରଙ୍କ ଓଜନ ୫୦ କେଜି ହୋଇଯାଇଛି। ଜେଜେ ମା’ ତାଙ୍କୁ ସ୍କୁୁଲ ପୋଷାକ ପିନ୍ଧାଇ ବଟମ ଦେବାକୁ ଚେଷ୍ଟା କରୁଛନ୍ତି। ମାତ୍ର ତାହା ସେ କରିପାରୁ ନାହାନ୍ତି। ଏହି ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।