Posted inଜାତୀୟ

୪ ରାଜ୍ୟରେ ବନ୍ୟା ନେଲାଣି ୧୬୦ ଜୀବନ

ଥିରୁଭାନନ୍ଥପୁରମ୍‌ / ବେଙ୍ଗାଲୁରୁ,୧୨ା୮(ପି.ଟି.): ଲାଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତି ଭୟଙ୍କର ହୋଇପଡ଼ିଛି। କେରଳ, କର୍ନାଟକ, ମହାରାଷ୍ଟ୍ର, ଗୁଜରାଟରେ ସ୍ଥିତି ଗମ୍ଭୀର ରହିଥିବାବେଳେ ମୃତ୍ୟୁସଂଖ୍ୟା ୧୪୦ ଟପିଛି। କେରଳରେ ଅଗଷ୍ଟ ୮ରୁ ଅଦ୍ୟାବଧି ଏହି ବନ୍ୟାରେ ୬୪ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ରାଜ୍ୟର ପ୍ରାୟ ୨ ଲକ୍ଷ ୨୭ ହଜାର ଲୋକ ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ରବିବାର ସକାଳେ ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ସମୀକ୍ଷା କରିଛନ୍ତି। ବର୍ଷା କମିଥିଲେ ହେଁ ଭୂସ୍ଖଳନର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କନ୍ନୁର, କାସରାଗଡ଼ ଓ ଓ୍ବାୟନାଡ଼ ଜିଲାରେ ରେଡ୍‌ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ଚିନ୍ତାର କାରଣ ନୁହେଁ ବୋଲି ବିଜୟନ୍‌ ପ୍ରକାଶ କରିଛନ୍ତି। ଓ୍ବାୟନାଡ଼ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଅପରାହ୍ନରେ ଦୁଇଦିନିଆ କେରଳ ଗସ୍ତରେ ଆସି କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ସହ ସ୍ଥିତି ସମୀକ୍ଷା ଆରମ୍ଭ କରିଛନ୍ତି। ନିଜ ନିର୍ବାଚନମଣ୍ଡଳୀ ଓ୍ବାୟନାଡ଼ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ବିଭିନ୍ନ ରିଲିଫ କ୍ୟାମ୍ପ ଯିବାର କାର୍ଯ୍ୟକ୍ରମ ରହିଛି। କୋଟ୍ଟାକାଲ୍‌, ନିଲମ୍ବୁର, ମମ୍‌ବାଦ୍‌, ଇଡ୍ଡାଭାନାପାର ରିଲିଫ କ୍ୟାମ୍ପ ବୁଲିଦେଖିବା ପରେ ମାଲାପୁରମ୍‌ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ସୋମବାର ସେ ଓ୍ବାୟନାଡ଼ର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦୁଇଦିନ ବନ୍ଦ ରହିବା ପରେ ରବିବାର ଅପରାହ୍ନରେ କୋଚି ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି। ତେବେ କେତେକ ରେଳସେବା ବନ୍ଦ ରହିଛି। ନୌସେନା, ତଟରକ୍ଷୀ ବାହିନୀ, ଏନ୍‌ଡିଆର୍‌ଏଫ୍‌, ସ୍ଥାନୀୟ ପୋଲିସ, ସ୍ବେଚ୍ଛାସେବୀମାନେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ପ୍ରକାଶ।
ସେହିଭଳି କର୍ନାଟକରେ ଗତ ୪ ଦିନ ଭିତରେ ରାଜ୍ୟରେ ବନ୍ୟା ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଥିବାବେଳେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଦେଖିଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ଶାହ ଆସି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ବେଳାଗାଭି ଅଞ୍ଚଳର ସ୍ଥିତି ସମୀକ୍ଷା କରିଥିଲେ। ତାଙ୍କ ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀ, ସୁରେଶ ଅଙ୍ଗଦି, ଏମ୍‌ପି ପ୍ରଭାକର କୋରେ, ବିଧାୟକ ଉମେଶ କାଟ୍ଟୀ ଥିଲେ। ରାଜ୍ୟର ୧୭ ଜିଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ବେଲଗାଭିକୁ ଛାଡ଼ି ବାଗଲ୍‌କେଟେ, ଗଡ଼କ୍‌, ଉତ୍ତର କନ୍ନଡ଼ ରାଇଚୁର, ୟାଦିଗିର୍‌, ଦକ୍ଷିଣ କନ୍ନଡ଼, ଉଡ଼ୁପି, ଚିକ୍କାମାଗାଲୁରୁ, କୋଡ଼ାଗୁ ଜିଲା କ୍ଷତିଗ୍ରସ୍ତ ହୋଇଥିବା ପ୍ରକାଶ। ଗୁଜରାଟରେ ମଧ୍ୟ ସ୍ଥିତି ଜଟିଳ ରହିଛି। ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଥିବାବେଳେ ମୃତ୍ୟୁସଂଖ୍ୟା ରାଜ୍ୟରେ ୩୨ରେ ପହଞ୍ଚିଛି। ସୌରାଷ୍ଟ୍ର ଓ କଚ୍ଛରେ ବର୍ଷାର ତାଣ୍ଡବ ଜାରିରହିଛି। ସମୁଦ୍ରକୁ ଯାଇଥିବା ୨୦ ମତ୍ସ୍ୟଜୀବୀଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ଭାରତୀୟ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ଲାଗି ସତର୍କ ସୂଚନା ଜାରି କରିଥିବାରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ମହାରାଷ୍ଟ୍ରରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚିଥିବାବେଳେ ପରିସ୍ଥିତି ଉଗ୍ରରୂପ ଧାରଣ କରିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ରବିବାର ଆକାଶ ମାର୍ଗରୁ କୋହ୍ଲାପୁର, ସାଙ୍ଗଲି ଆଦି ଅଞ୍ଚଳ ବୁଲିଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକଙ୍କ ଦେହାନ୍ତ, ମୃତ୍ୟୁ ପରେ ଅଙ୍ଗଦାନ

ବୁଗୁଡା,୨୮।୭(କାଳିଚରଣଦାଶ): ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ଗ୍ରାମସ୍ଥିତ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ପ୍ରଫୁଲ୍ଲ କୁମାର ମହାପାତ୍ର(୭୨)ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।...

ଟାଟା କନସଲଟାନ୍ସି ସର୍ଭିସେସର ୧୨,୦୦୦ରୁ ଅଧିକ କର୍ମଚାରୀ ଛଟେଇ! ଆଇଟି ମନ୍ତ୍ରଣାଳୟର କଡ଼ା ନଜର

ନୂଆଦିଲ୍ଲୀ,୨୮।୭: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ଦ୍ୱାରା ୧୨,୨୬୧ କର୍ମଚାରୀ, ଅର୍ଥାତ୍‌ ବିଶ୍ୱବ୍ୟାପୀ କର୍ମଚାରୀଙ୍କ ୨ ପ୍ରତିଶତଙ୍କୁ ଛଟେଇ କରିବା ନିଷ୍ପତ୍ତି ଉପରେ ଭାରତ ସରକାରଙ୍କ...

ଆକ୍ସନରେ ସରକାର: ଏହି ସବୁ ଚାଷୀଙ୍କୁ ହେଲା ନୋଟିସ, ଚେକ୍‌ କରିନିଅନ୍ତୁ ଆପଣଙ୍କ ନାଁ ଅଛି କି!

ଭୁବନେଶ୍ୱର,୨୮ା୭: ରବି ଋତୁ ଧାନ ସଂଗ୍ରହରେ ଚାଷୀଙ୍କ ମିଥ୍ୟା ତଥ୍ୟ ଧରାପଡ଼ିବା ଘଟଣା। ମିଥ୍ୟା ତଥ୍ୟ ଦେଇଥିବା ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି...

ଏମ୍ସରୁ ଆସିଲା ବଡ଼ ଖବର: ଡ୍ୟୁଟିରେ ଥିବା ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ଡାକ୍ତର ଚାମ୍ବରକୁ ଡାକି…

ଭୁବନେଶ୍ୱର,୨୮।୭(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ହସ୍ପିଟାଲରେ ଜଣେ ମହିଳା ଆଟେଣ୍ଡାଣ୍ଟ୍‌ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା...

ସ୍ପଷ୍ଟୀକରଣ ଦେଇ ଥକି ଗଲେଣି ଭାରତ ସରକାର, ସେପଟେ ପୁଣି ଦାବି ଦୋହରାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍କଟଲାଣ୍ଡର ଟର୍ନବେରୀ ରିସର୍ଟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ସହ ବୈଠକ ସମୟରେ ଦାବି କରିଛନ୍ତି ଯେ, ସେ...

ମୋଦି-ଟ୍ରମ୍ପ ମଧ୍ୟରେ ୨୨ ଏପ୍ରିଲରୁ ୧୭ ଜୁନ ମଧ୍ୟରେ କୌଣସି ଫୋନ କଲ୍‌ ହୋଇନାହିଁ: ଜୟଶଙ୍କର

ନୂଆଦିଲ୍ଲୀ,୨୮।୭: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲୋକସଭାରେ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ସହ ସଂଘର୍ଷ ସମୟରେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଆଲୋଚନାରେ...

‘ଟ୍ରମ୍ପଙ୍କ ସାମ୍ନାରେ ୫୬ ଇଞ୍ଚର ଛାତି ୩୬ ଇଞ୍ଚକୁ ଖସିଯାଏ’: ତୃଣମୂଳ ସାଂସଦଙ୍କ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ

ନୂଆଦିଲ୍ଲୀ,୨୮।୭: ସଂସଦର ମୌସୁମୀ ଅଧିବେଶନରେ ଲୋକସଭାରେ ଅପରେଶନ ସିନ୍ଦୁର ଉପରେ ତୀବ୍ର ବିତର୍କ ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଦୁର୍ନୀତି କରି ଯନ୍ତ୍ରୀ ଠିକାଦାର ମାଲାମାଲ, ୧୫ ଦିନରେ ଧୋଇଗଲା ୧୦ ଲକ୍ଷ ଟଙ୍କାର ପୋଲ

ଥୁଆମୂଳ ରାମପୁର,୨୮।୭(ଦୁର୍ଗା କୀର୍ତ୍ତି): ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image