୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବ। ୪ଟି ସଂସଦୀୟ ନିର୍ବାଚନମଣ୍ଡଳୀରେ ମହିଳା ମତଦାତାଙ୍କ ସଂଖ୍ୟା ପୁରୁଷଙ୍କଠାରୁ ଅଧିକ ରହିଛି। ମୋଟ ମତଦାତାଙ୍କ ମଧ୍ୟରୁ ୩୧ ଲକ୍ଷ ୮୭ ହଜାର ୭୭୧ ଜଣ ମହିଳା ମତଦାତା ଥିବାବେଳେ ୩୦ ଲକ୍ଷ ୯୬ ହଜାର ୨୪୩ ଜଣ ପୁରୁଷ ମତଦାତା ରହିଛନ୍ତି। ଏହା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ବୋଲି ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି।
କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ପ୍ରତି ୧ ହଜାର ପୁରୁଷରେ ୯୯୯ ମହିଳା ମତଦାତା ଥିବାବେଳେ ନବରଙ୍ଗପୁରରେ ୧୦୩୯, ବ୍ରହ୍ମପୁରରେ ୯୯୬ ଏବଂ କୋରାପୁଟରେ ୧୦୯୫ ମହିଳା ଭୋଟର ଅଛନ୍ତି। ଏହି ୪ଟି ସଂସଦୀୟ କ୍ଷେତ୍ର ପାଇଁ ମୋଟ ୭,୨୮୯ଟି ଭୋଟଗ୍ରହଣ କେନ୍ଦ୍ର କରାଯାଇଛି। ୧୫୦୦ ଭୋଟରରୁ ଅଧିକ ଥିବା ସ୍ଥାନରେ ୧୪ଟି ଅତିରିକ୍ତ ବୁଥ୍‌ କରାଯାଇଛି। ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ମତଦାତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧.୬୬ ଲକ୍ଷ ମହିଳା ଓ ୧.୭୦ ଲକ୍ଷ ପୁରୁଷ ମତଦାତା ଅଛନ୍ତି। ସେହିପରି ୧୮ରୁ ୧୯ ବର୍ଷ ଭୋଟରଙ୍କ ସଂଖ୍ୟା ୮.୬୯ ଲକ୍ଷ ରହିଥିବାବେଳେ ୨୦ରୁ ୨୯ ବର୍ଷ ଭୋଟରଙ୍କ ସଂଖ୍ୟା ୭୦.୪୦ ଲକ୍ଷ ରହିଛି। ସି-ଭିଜିଲ ଜରିଆରେ ଲୋକମାନଙ୍କଠାରୁ ଏପର୍ଯ୍ୟନ୍ତ ମୋଟ ୩,୮୭୩ ଅଭିଯୋଗ ଆସିଛି। ସେଥିରୁ ୩,୮୫୪ର ସମାଧାନ ହୋଇଛି। ବିଶେଷକରି ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ, କନ୍ଧମାଳ ଓ ଗଞ୍ଜାମ ଜିଲାରୁ ଅଧିକ ଅଭିଯୋଗ ଆସିଛି। ପୋଷ୍ଟର, ବ୍ୟାନରକୁ ନେଇ ଅଧିକ ଅଭିଯୋଗ ଆସିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁହେବା ପରଠାରୁ ମାର୍ଚ୍ଚ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୧୮ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ସେଥିରେ ୧୮.୧୯ କୋଟି ଟଙ୍କାର ମଦ, ୪୩.୬୯ କୋଟି ଟଙ୍କାର ବ୍ରାଉନସୁଗାର ଓ ଗଞ୍ଜେଇ, ୭.୧୭ କୋଟି ଟଙ୍କାର ସୁନା ଏବଂ ୪୭ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଉକ୍ତ ୪ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପରିଚାଳନା କରିବାକୁ ୩ ଜଣ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ଜଣେ ଆଇଏଏସ୍‌ ଅଫିସର, ଜଣେ ଆଇପିଏସ୍‌ ଅଫିସର ଓ ଜଣେ ଆଇଆର୍‌ଏସ୍‌ ଅଫିସର ଅଛନ୍ତି। ସେମାନେ ଆଇନଶୃଙ୍ଖଳା, ନିର୍ବାଚନ ଖର୍ଚ୍ଚ ଇତ୍ୟାଦି ତଦାରଖ କରିବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ସହିତ ମୁଖ୍ୟ ନିର୍ବାଚନ ଅଧିକାରୀ ଆଲୋଚନା କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନାମାଙ୍କନପତ୍ର ଦାଖଲ ସମୟରେ ବଡ଼ ରାଲି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନକୁ ଅନୁସରଣ କରିବାକୁ ସେ ଅନୁରୋଧ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଇଭିଏମ୍‌ଗୁଡ଼ିକୁ ଜିଲାରେ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌କୁ ସ୍ଥାନାନ୍ତର କରାଯାଇଛି। ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri