୪ର୍ଥ ଦିନରେ ଲକ୍ଷ୍ମୀ ପୂଜାଉତ୍ସବ: ବଢୁଛି ଭିଡ଼, ଜମୁଛି ପୂଜା

ଢେଙ୍କାନାଳ ଅଫିସ, ୧୮।୧୦- କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ଐତିହ୍ୟ, ପରମ୍ପରା ଏବଂ କିମ୍ବଦନ୍ତୀକୁ ଆଧାର କରି ହେଉଥିବା ଏହି ପୂଜା ଉତ୍ସବ ସାରା ରାଜ୍ୟରେ ସ୍ବତନ୍ତ୍ରତା ହାସଲ କରିଛି। ଚଳିତ ବର୍ଷ ଅନୁକୂଳ ପାଗ ଥିବାରୁ ପୂଜା ବଜାରର ଭରପୂର ମଜା ଉଠାଉଛନ୍ତି ଶ୍ରଦ୍ଧାଳୁ।
ଐତିହ୍ୟ ସମ୍ପନ୍ନ ଲକ୍ଷ୍ମୀପୂଜା ବୁଧବାର ୪ର୍ଥ ଦିନରେ ପହଞ୍ଚତ୍ଛି। ୧୧ଦିନ ବ୍ୟାପୀ ଆୟୋଜିତ ପୂଜା ଉତ୍ସବ ପାଇଁ ଏକାକାର ହୋଇପଡ଼ିଛନ୍ତି ସହରବାସୀ। ପୂଜା କମିଟିଗୁଡ଼ିକ ପକ୍ଷରୁ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଚଳିତ ବର୍ଷ ପ୍ରତିଯୋଗିତାମୂଳକ ପୂଜାକୁ ଓହ୍ଲାଇଛନ୍ତି ୩୮ ପ୍ରତିଷ୍ଠାନ। ସହରର ପ୍ରବେଶ ଦ୍ୱାର କଲେଜ ବାଇପାସ୍‌, ମହିଷାପାଟ ବାଇପାସ୍‌, କଣ୍ଟାନାଳୀ ବାଇପାସ, କୋରିଅଁା ବାଇପାସ୍‌, ରାମେଶ୍ୱରପୁର ଓଭରବ୍ରିଜ୍‌ ଠାରୁ ସହରର ପ୍ରମୁଖ ବଜାର ଆଲୋକ ବର୍ଣ୍ଣାଳୀରେ ଝଲସୁଛି। ସହର ଭିତରେ ୩୫୦ଟି ଅତ୍ୟାଧୁନିକ ବୈଦ୍ୟୁତିକ ତୋରଣ କରାଯାଇଛି।
ଗଣେଶ ବଜାର, ଲକ୍ଷ୍ମୀବଜାର, ଜବାହରଚୌକ, ମିନାବଜାର, କାଞ୍ଚନବଜାର, ଗୁଡିଆନାଳୀ, ବସ୍‌ଷ୍ଟାଣ୍ଡ, କଲେଜ ଛକ, ବାଜିଚୌକ ପୂଜା ମଣ୍ଡପ ପକ୍ଷରୁ ତିଆରି କରାଯାଇଥିବା ତୋରଣ ବେଶ୍‌ ମନଲୋଭା ହୋଇଛି। ମିନାବଜାର, ଗଣେଶ ବଜାର, କୈବଲ୍ୟ ବଜାର, ଗୁଡିଆନାଳୀ ପୂଜା ପ୍ରତିଷ୍ଠାନର ଚାନ୍ଦିମେଢ଼ ଦେଖିବାକୁ ହଜାର ହଜାର ଲୋକଙ୍କ ସାମଗମ ହେଉଛି। ମହାବୀର ବଜାର, ଜବାହରଚୌକ, ବାଜିଚୌକ, ଆନନ୍ଦ ବଜାର, ଲକ୍ଷ୍ମୀବଜାର, କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ପୌରାଣିକ କଥାବସ୍ତୁକୁ ମଣ୍ଡପରେ ସ୍ଥାନିତ କରାଯାଇଛି। ତଦନୁଯାୟୀ ଅଳଙ୍କାରରେ ମା’ଙ୍କ ପ୍ରତିମା ଏବଂ ପାର୍ଶ୍ୱ ଦେବଦେବୀଙ୍କୁ ସାଜସଜ୍ଜା କରାଯାଇଛି। ଶିଳ୍ପୀଙ୍କ ଦ୍ୱାରା ନିର୍ମିତ କଳାକୁଞ୍ଜଗୁଡ଼ିକ ବେଶ୍‌ ଜୀବନ୍ତ ହୋଇଛି। ଚଳିତବର୍ଷ ଅଧିକାଂଶ ପୂଜା ମଣ୍ଡପକୁ ପ୍ଲାଷ୍ଟିକ୍‌ ଫ୍ରି ଜୋନ୍‌ କରାଯାଇଛି। ସଚେତନତା ବାର୍ତ୍ତା ମାଧ୍ୟମରେ ପ୍ଲାଷ୍ଟିକ ବର୍ଜନ କରିବାକୁ ବାର୍ତ୍ତା ଦିଆଯାଉଛି।
ଗୁଡ଼ିଆନାଳୀ, ରଥଗଡା ଓ ସରସମେଳା ପଡ଼ିଆ ନିକଟରେ ବିଭିନ୍ନ କିସମର ଦୋଳି ପଡ଼ିଛି। ଏହାର ମଜା ନେବାକୁ ସବୁ ବର୍ଗର ଲୋକଙ୍କ ଭିତରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହେଉଛି। ପୂଜା ବଜାରରେ କଟକ ଚାଟ୍‌, ଦହିବରା ଆଳୁଦମ୍‌, ଠୁଙ୍କାପୁରି, ଢାକାଇ ପୁରି, ମଥୁରା କେକ୍‌, ଢେଙ୍କାନାଳ ବରା, ମାଲପୁଆ ଡାଲମା, ଫାଷ୍ଟଫୁଡ୍‌ ଖାଦ୍ୟ ଷ୍ଟଲ୍‌ଗୁଡ଼ିକରେ ନାହିଁ ନ ଥିବା ଭିଡ଼ ଜମୁଛି। ସହରର ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ୱରେ ଉଠା ଦୋକାନୀମାନେ ନିଜର ପସରା ମେଲାଇ ବସିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା କରିବା ୧୫ ପ୍ଲାଟୁନ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ବିଜେଡି ପ୍ରତିଶ୍ରୁତି ଅନୁଯାୟୀ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା’

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ ଏହା...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଆଜିଠୁ ୩ଦିନ ରତ୍ନଭଣ୍ଡାରର ବୈଷୟିକ ସର୍ଭେ: ଅପରାହ୍ନ ୧ଟାରୁ କାର୍ଯ୍ୟ ଶେଷ ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୨୧ା୯(ଅଜିତ୍‌ କୁମାର ମହାନ୍ତି):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ସେପ୍ଟେମ୍ବର ୨୧, ୨୨ ଏବଂ ୨୩ ତାରିଖ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri