୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଚଳିତ ଥର ରାଜ୍ୟର ୨୧ଲୋକ ସଭା ଏବଂ ୧୪୭ ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଗତ ମଙ୍ଗଳବାର ସୁଦ୍ଧା ୩ଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଯାଇଛି। ଅର୍ଥାତ୍‌ ଏବେ ସୁଦ୍ଧା ୧୫ ଲୋକ ସଭା ଏବଂ ୧୦୫ ବିଧାନସଭା ପାଇଁ ଭୋଟ ଶେଷ ହୋଇସାରିଛି। ଏଥିରେ ରାଜ୍ୟର ବହୁ ହେଭିଓ୍ବେଟ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା ହୋଇସାରିଲାଣି। ଗତ ନିର୍ବାଚନରେ ବିଜୟୀ ହୋଇ ଲୋକ ସଭା ଏବଂ ବିଧାନସଭା ଯାଇଥିବା ନେତାମାନଙ୍କ ମଧ୍ୟରୁ କେତେଜଣ ଏଥର ସଫଳ ହୋଇ ପୁଣି ନିଜ ସ୍ଥିତି ବଜାୟ ରଖିପାରୁଛନ୍ତି ତାଉପରେ ସମସ୍ତଙ୍କ ନଜର ରହିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦୃଢୋକ୍ତିର ସହ ତାଙ୍କ ଦଳ ଏବେଠାରୁ ସରକାର କରିସାରିଥିବା ମତ ରଖିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶପଥ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଦୃଢୋକ୍ତି ପରେ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଛି। ସେପଟେ ୪ର୍ଥ ପର୍ଯ୍ୟାୟ ମତଦାନ ଉପରେ ରାଜ୍ୟବାସୀଙ୍କ ବିଶେଷ ନଜର ରହିଛି। ଏହି ପର୍ଯ୍ୟାୟରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ନେତାମାନଙ୍କ ଭବିଷ୍ୟତ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି।
ଆସନ୍ତା ୨୯ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ୩ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ମଧ୍ୟ ଜୋରଦାର କରାଯାଇଛି। ଏହି ପର୍ଯ୍ୟାୟରେ ମଧ୍ୟ ବହୁ ହେଭିଓ୍ବେଟ୍‌ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ। ଅନ୍ୟପଟେ ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ବିଗତ ଦିନଗୁଡ଼ିକୁ ଅତିକ୍ରମ କରିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ୪ର୍ଥ ପର୍ଯ୍ୟାୟରେ ୬ ଲୋକ ସଭା ଏବଂ ଏହାର ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ମତଦାନ ହେବାର ଥିଲା। ମାତ୍ର କେନ୍ଦ୍ରାପଡା ଲୋକ ସଭା ଆସନ ଅନ୍ତର୍ଗତ ପାଟକୁରା ବିଧାନସଭା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ ହୋଇହୋଇଯିବାରୁ ଏହି ଆସନରେ ଆସନ୍ତା ୧୯ରେ ମତଦାନ ହେବ। ଏହି ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଲୋକ ସଭା ଆସନ ପାଇଁ ଭୋଟ୍‌ ହେବ। ୨୦୧୪ ସାଧାରଣ ନିର୍ବାଚନରେ ଏହି ସମସ୍ତ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ହେଲେ ଏଥର ସେହି ଧାରାକୁ ବିଜେଡି କେତେଦୂର ସମ୍ଭାଳି ରଖିପାରିବ ସେନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଲୋକମାନଙ୍କ ମୁହଁରୁ ଲୋକ ସଭା କ୍ଷେତ୍ରରେ ଭାଜପା ପ୍ରାର୍ଥୀଙ୍କ ପ୍ରତି ଅଧିକ ସମର୍ଥନ ଦେଖି ବିଜେଡି କିଛିଟା କ୍ଷତି ହେବା ନିଶ୍ଚିତ ବୋଲି ଶୁଣିବାକୁ ମିଳୁଛି। ନିକଟରେ ଧରିତ୍ରୀ ପକ୍ଷରୁ ବହୁ ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ସ୍ଥିତି କିପରି ରହିଛି ସେନେଇ ଲୋକମାନଙ୍କ ମତାମତ ନିଆଯାଇଥିଲା। ପଶ୍ଚିମ ଓଡିଶା ଠାରୁ ଆରମ୍ଭ କରି ଦକ୍ଷିଣ ଓଡିଶା ଏବଂ ଉପକୂଳ ଅଞ୍ଚଳ ଲୋକଙ୍କ ସହ ଆଲୋଚନା କରାଯାଇଥିଲା। ଏହି ସମୟରେ ଆମେ ଭେଟିଥିବା ବଲାଙ୍ଗୀରର ଭୁବନ ଭୋଇ, ଅଙ୍କରିଆ ପଦରର ଧରିତ୍ରୀ ବାଗ୍‌, ସୁଶାନ୍ତ ସେସୁଓ୍ବା ପ୍ରମୁଖ ବିଜେଡି ଲୋକମାନଙ୍କ ନିକଟରେ ଠିକ୍‌ ଭାବେ ଯୋଜନା ପହଞ୍ଚାଇ ପାରି ନ ଥିବା କହିଥିଲେ। ସେହିପରି ଦକ୍ଷିଣ ଓଡିଶାର ଆସିକା ନିର୍ବାଚନମଣ୍ଡଳୀର ସୁକାନ୍ତ ପାତ୍ର, ପ୍ରଶାନ୍ତ ପୃଷ୍ଟି ପ୍ରମୁଖଙ୍କ ସହ ଆଲୋଚନା ସମୟରେ ମଧ୍ୟ ସେମାନେ ପରିବର୍ତ୍ତନ କଥାକୁ ଅଧିକ ଗୁରୁତ୍ୱ ଦେବା ସହ ଶାସକ ବିଜେଡିକୁ ସମାଲୋଚନା କରିଥିଲେ। ସେହିପରି ଉପକୂଳର ବହୁ ଲୋକମାନଙ୍କ ସହ ମଧ୍ୟ ଆଲୋଚନା ବେଳେ ସମସ୍ତେ ଏଥର ରାଜ୍ୟରେ ପରିବର୍ତ୍ତନ ଦରକାର ବୋଲି ମତ ରଖିଥିଲେ। ତେଣୁ ଏଥର ଭାଜପା ପ୍ରତି ଲୋକମାନେ ଅଧିକ ଆକୃଷ୍ଟ ହୋଇଥିବା ଏକ ପ୍ରକାର ସ୍ପଷ୍ଟ ସୂଚନା ମିଳୁଛି।
କେନ୍ଦ୍ରାପଡା ଲୋକ ସଭା ଆସନ ଉପରେ ରାଜ୍ୟବାସୀଙ୍କ ବିଶେଷ ନଜର ରହିଛି। ଏହି ଆସନରେ ବିଜେଡିର ବର୍ତ୍ତମାନ ମୁଖ୍ୟ ଶତ୍ରୁ ବୋଲି କୁହାଯାଉଥିବା ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡି ଛାଡିବା ପରେ ବୈଜୟନ୍ତ ଭାଜପାରେ ଯୋଗଦେଇ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପଟେ ଦଳ ଛାଡି ବୈଜୟନ୍ତ ଶାସକ ଦଳ ବିରୋଧରେ ପ୍ରଚାର ମଧ୍ୟ ଜୋର୍‌ଦାର କରିଛନ୍ତି। ତେଣୁ ବୈଜୟନ୍ତଙ୍କୁ ରୋକିବା ଏଥର ନିର୍ବାଚନରେ ବିଜେଡିର ମୁଖ୍ୟ କାର୍ଯ୍ୟ। ଏହି ଆସନରେ ଶାସକ ଦଳ ରାଜ୍ୟ ସଭା ଏମ୍‌ପି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏହି ଆସନରେ ବିଜେଡି ଓ ଭାଜପା ମଧ୍ୟରେ ସବୁଠାରୁ ବଡ ପ୍ରତିଯୋଗିତା ହେବ ବୋଲି ଚର୍ଚ୍ଚା ଚାଲିଛି। ବାଲେଶ୍ୱର ଆସନରେ କିନ୍ତୁ ତ୍ରିମୁଖୀ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ଆସନରେ ବିଜେଡି ରବୀନ୍ଦ୍ର ଜେନା, ଭାଜପା ପ୍ରତାପ ଷଡଙ୍ଗୀ ଏବଂ କଂଗ୍ରେସରୁ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ୩ ରାଜନୈତିକ ଦଳ ଭିତରେ କଡା ପ୍ରତିଯୋଗିତା ଚାଲିଥିବା ଶୁଣାଯାଉଛି। ସେହିପରି ଜଗତ୍‌ସିଂହପୁର ଆସନରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ଭାଜପା ପ୍ରାର୍ଥୀ ବିଭୁପ୍ରସାଦ ତରାଇଙ୍କ ଭିତରେ ଦ୍ୱିମୁଖୀ ଲଢ଼େଇ ହେବା ନେଇ ଚର୍ଚ୍ଚା ହେଉଛି। ମୟୂରଭଞ୍ଜ ଆସନରେ କିନ୍ତୁ ତ୍ରିମୁଖୀ ଲଢ଼େଇ ଆଶଙ୍କା କରାଯାଉଛି। ଏହି ଆସନରେ ବିଜେଡି ଦେବାଶିଷ ମାରାଣ୍ଡି, ଭାଜପାରୁ ବିଶ୍ୱେଶ୍ୱର ଟୁଡୁ ଏବଂ କଂଗ୍ରେସ-ଜେଏମ୍‌ଏମ୍‌ ମିଳିତ ଭାବେ ଅଞ୍ଜନୀ ସୋରେନ୍‌ଙ୍କୁ ପ୍ରାର୍ଥୀ କରିଛି। ଏଠାରେ ୩ ପ୍ରାର୍ଥୀଙ୍କ ମଧ୍ୟ କଡା ମୁକାବିଲା ଚାଲିଛି। ସେହିପରି ଭଦ୍ରକ ଆସନରେ ବିଜେଡିର ମଞ୍ଜୁଲତା ମଣ୍ଡଳ, ଭାଜପାରୁ ଅଭିମନ୍ୟୁ ସେଠୀ ଏବଂ କଂଗ୍ରେସରୁ ମଧୁମିତା ସେଠୀ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରେ ମଧ୍ୟ ବିଜେଡି ଓ ଭାଜପା ମଧ୍ୟରେ କଡା ପ୍ରତିଯୋଗିତା ଚାଲିଛି। ଯାଜପୁରରେ ବିଜେଡିରୁ ଶର୍ମିଷ୍ଠା ସେଠୀ, ଭାଜପାରୁ ଅମୀୟ ଜେନା ଏବଂ କଂଗ୍ରେସରୁ ମାନସ ଜେନା ପ୍ରାର୍ଥୀ ହୋଇଛନ୍ତି। ଏଠାରେ ମଧ୍ୟ ଦ୍ୱିମୁଖୀ ଲଢ଼େଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ସେହିପରି ନିର୍ବାଚନ ହେବାକୁ ଥିବା ୪୨ ବିଧାନସଭା ଆସନ ମଧ୍ୟରୁ ୨୦୧୪ରେ ବିଜେଡିକୁ ଅଧିକ ସଫଳତା ମିଳିଥିଲା। ନିର୍ବାଚନ ହେବାକୁ ଥିବା ରେମୁଣାରେ ଗତଥର ଭାଜପା ଏବଂ ସାଲେପୁର, ଆଳି, ରାଜନଗର ଓ ଜଗତସିଂହପୁର ଆସନ କଂଗ୍ରେସ ହାତରେ ରହିଥିଲା। ବାକି ସମସ୍ତ ୩୨ ଆସନରେ ବିଜେଡି ପ୍ରାର୍ଥୀ ବାଜିମାତ୍‌ କରିଥିଲେ। ତେବେ ଏହି ଧାରା କେତେ ମାତ୍ରାରେ ବିଜେଡି ବଜାୟ ରଖିପାରିବ ତାହା ମଧ୍ୟ ଦେଖିବା ଯୋଗ୍ୟ। ଅନ୍ୟପଟେ ଏଥର ବିଜେଡିର ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସଚୀ ନାୟକ, ପ୍ରତାପ ଦେବ, ଶଶୀଭୂଷଣ ବେହେରା, ପ୍ରତାପ ଜେନା, ଦେବାଶିଷ ସାମନ୍ତରାୟ ପ୍ରମୁଖ ଶେଷ ପର୍ଯ୍ୟାୟରେ ନିଜ ଭାଗ୍ୟ ପରୀକ୍ଷା କରିବେ। ସେହିପରି କଂଗ୍ରେସରୁ ବିଧାୟକ ହୋଇ ନିକଟରେ ଭାଜପାରେ ମିଶା ପ୍ରାର୍ଥୀ ହୋଇଥିବା ପ୍ରକାଶ ବେହେରା, ଦାମୋଦର ରାଉତ, ପ୍ରଭାତୀ ପରିଡା, ଗୋବିନ୍ଦ ଚନ୍ଦ୍ର ଦାସ ଏବଂ କଂଗ୍ରେସର ଅଂଶୁମାନ ମହାନ୍ତି, ଦେବେନ୍ଦ୍ର ଶର୍ମା, ଚିରଞ୍ଜୀବ ବିଶ୍ୱାଳ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଗଣେଶ୍ୱର ବେହେରା ପ୍ରମୁଖ ଏଥର ଦୌଡରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ କେଉଁସବୁ ହେଭିଓ୍ବେଟ୍‌ ଦୌଡରେ ଉତ୍ତୀର୍ଣ୍ଣ ହୋଇ ନିଜ ସ୍ଥିତି ରକ୍ଷା କରିପାରୁଛନ୍ତି ତା’ଉପରେ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ଫରେଷ୍ଟ ଗାର୍ଡ ଚାକିରୀ କରାଇଦେବା ଆଳରେ ୧.୫୦ ଲକ୍ଷ ଠକେଇ

ଭୁବନେଶ୍ୱର,୧୯ା୯(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନା ଆଇଆଇସିଙ୍କ ପୁଅ କହି ଜଣେ ଅଭିଯୁକ୍ତ ଚାକିରି ଦେବା ନାଁରେ ଜଣେ ଆଶାୟୀଙ୍କଠାରୁ ୧.୫୦ ଲକ୍ଷ ଟଙ୍କା ଠକିନେଇଛନ୍ତି। ଏନେଇ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri