ଭୁବନେଶ୍ୱର, ୨୬।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରସ୍ଥ ଖଣ୍ଡଗିରି ଥାନା ପୋଲିସ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ପଞ୍ଚଶଖା ଅଞ୍ଚଳରେ ଚଢ଼ାଉକରି ୨ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲାର ରାଜୀବ ପାତ୍ର ଓ ଉଜ୍ୱଳ ପ୍ରଧାନ। ସେମାନଙ୍କ ନିକଟରୁ ପୋଲିସ ୪୦ କେଜି ଗଞ୍ଜେଇ ଜବତ କରିଛି। ଏହାର ମୂଲ୍ୟ ୫ରୁ ୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ରାଜୀବ ଜଣେ ଇଞ୍ଜିନିୟରିଂ ଛାତ୍ର ହୋଇଥିବା ବେଳେ ସେମାନେ ଫୁଲବାଣୀରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବିକ୍ରି କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି।