୪୦ ହଜାର କୋଟି କମିବ ଜିଏସ୍‌ଟି ଆଦାୟ;ବଢ଼ୁଛି ରାଜ୍ୟଗୁଡ଼ିକର ମୁଣ୍ଡବ୍ୟଥା

ନୂଆଦିଲ୍ଲୀ,୨୪-୯: ଗତ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗୋଟିଏ ଦୁଇଟିକୁ ଛାଡ଼ି ଦେଲେ ହୋଟେଲ ଶିଳ୍ପ ସମେତ କେତେକ ସାମଗ୍ରୀର ଜିଏସ୍‌ଟି ହାର କମାଯାଇଛି। ସେହିପରି କର୍ପୋରେଟ ଟିକସ ହ୍ରାସ କରାଯାଇଛି। ଫଳସ୍ବରୂପ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୪୦ ହଜାର କୋଟି ଟଙ୍କା ରାଜସ୍ବ ଆଦାୟ କମିବ ବୋଲି କେନ୍ଦ୍ର ସରକାର କହିବା ପରେ ଏହାର ଭରଣା କିପରି ହେବ ସେ ନେଇ ରାଜ୍ୟଗୁଡ଼ିକର ମୁଣ୍ଡବ୍ୟଥା ବଢ଼ିଗଲାଣି। ସେମାନେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷତିଭରଣା ସମୟସୀମାକୁ ଆହୁରି ବୃଦ୍ଧି କରିବାକୁ ଦାବି କରିଛନ୍ତି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଗୋଆଠାରେ ଜିଏସ୍‌ଟି କାଉନସିଲ୍‌ ବୈଠକ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କର୍ପୋରେଟ ସମେତ କେତେକ ପ୍ରକାର ଟିକସ ହ୍ରାସ ଘୋଷଣା କଲେ। କାଉନସିଲ୍‌ ବୈଠକରେ ଏଭଳି ସାହସିକ ପଦକ୍ଷେପକୁ ନେଇ ରାଜ୍ୟର ଅର୍ଥମନ୍ତ୍ରୀମାନେ ସୀତାରାମନ୍‌ଙ୍କୁ ପ୍ରଶଂସା ମଧ୍ୟ କଲେ। କିନ୍ତୁ ଏହାଦ୍ୱାରା ରାଜସ୍ବ ହ୍ରାସ ପାଇବ ବୋଲି ସୀତାରାମନ୍‌ କହିବା ପରେ ସେମାନଙ୍କର ମୁଣ୍ଡବିନ୍ଧା ବଢ଼ିଯାଇଛି। କ୍ଷତିଭରଣା କିପରି ହେବ ସେନେଇ ସେମାନେ ତାଙ୍କୁ ପ୍ରଶ୍ନ ମଧ୍ୟ କଲେ। ତେବେ ଅର୍ଥମନ୍ତ୍ରୀଙ୍କ ପକ୍ଷରୁ ଏହାର କୌଣସି ଉତ୍ତର ଦିଆଯାଇନାହିଁ।
ଉଲ୍ଲେଖଥାଉ କି, ଦେଶର ଜିଡିପି ଅଭିବୃଦ୍ଧି ହାର ଏପ୍ରିଲରୁ ଜୁନ୍‌ ମଧ୍ୟରେ ପ୍ରଥମ ତ୍ରୈମାସରେ ମାତ୍ର ୫% ରହିଛି, ଯାହା କି, ଗତ ତ୍ରୈମାସର ୫.୮% ତୁଳନାରେ କମ୍‌ । ଗତବର୍ଷ ଏହି ସମୟରେ ଦେଶର ଜିଡିପି ଅଭିବୃଦ୍ଧି ହାର ୮% ରହିଥିଲା। ପ୍ରଥମ ତ୍ରୈମାସର ଜିଡିପି ଅଭିବୃଦ୍ଧି ହାର ଗତ ୬ ବର୍ଷରେ ସର୍ବନିମ୍ନ ରହିଛି। ଏଥିପୂର୍ବରୁ ୨୦୧୨-୧୩ର ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ମାତ୍ର ୪.୩% ରହିଥିଲା।
ବାସ୍ତବରେ ଜିଏସ୍‌ଟି ଲାଗୁ କରିବା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମଧ୍ୟରେ ଏକ ଡିଲ୍‌ ହୋଇଥିଲା। ଜିଏସ୍‌ଟି ଲାଗୁ ହେବାର ୫ ବର୍ଷ ଭିତରେ କୌଣସି ରାଜ୍ୟର ରାଜସ୍ବ ଆୟ ୧୪%ରୁ କମ୍‌ ହେଲେ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟକୁ କ୍ଷତିପୂରଣ ପ୍ରଦାନ କରିବେ। ଜିଏସ୍‌ଟି ଆଇନ ଅନୁସାରେ ସରକାର ସେସ୍‌ ବାବଦରେ ଆଦାୟ କରୁଥିବା ଅର୍ଥକୁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ବାବଦରେ ଦେବେ ବୋଲି ସ୍ଥିର ହୋଇଥିଲା। ସରକାର ଚଳିତ ଆର୍ଥିକ ବର୍ଷରେ ସ୍ବାସ୍ଥ୍ୟପାଇଁ କ୍ଷତିକାରକ ତମ୍ବାଖୁୁ ଏବଂ ଲକ୍‌ଜରି ସାମଗ୍ରୀରୁ ସେସ୍‌ ବାବଦରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଅର୍ଥାତ୍‌ ପ୍ରତ୍ୟେକ ମାସରେ ୮ ହଜାର କୋଟି ଟଙ୍କା ଆଦାୟ କରାଯିବ ବୋଲି ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଅଗଷ୍ଟରେ ଏହା ମାତ୍ର ୭୨୭୭ କୋଟି ଟଙ୍କା ରହିଥିଲା। ସ୍ଥିତି ଏଭଳି ଚାଲିଲେ ବଜେଟ ଲକ୍ଷ୍ୟ ପୂରଣ ହେବା ନେଇ ସନ୍ଦେହ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ କେନ୍ଦ୍ର ସରକାର କ୍ଷତିପୂରଣ ବାବଦରେ ରାଜ୍ୟ ସରକାରଗୁଡ଼ିକୁ ୪୫,୭୮୪ କୋଟି ଟଙ୍କା ଦେଇ ସାରିଛନ୍ତି। କ୍ଷତିପୂରଣ ବାବଦ ଅର୍ଥ ରାଜସ୍ବ କ୍ଷତିକୁ ଭରଣା କରିପାରିବ ନାହିଁ ବୋଲି ରାଜ୍ୟଗୁଡ଼ିକ ସ୍ପଷ୍ଟ କରି ଏହି ସମୟସୀମାକୁ ଆହୁରି ୩ ବର୍ଷ ଅର୍ଥାତ ୮ ବର୍ଷ ପର୍ଯ୍ୟନ୍ତ ବଢ଼ାଇବାକୁ ଦାବି କରିଛନ୍ତି। ତେବେ ଭଲ ମୌସୁମୀ ଏବଂ କର୍ପୋରେଟ ଟିକସ ହ୍ରାସ ଯୋଗୁ ଚାହିଦା ବୃଦ୍ଧି ପାଇବ ବୋଲି ସରକାର ଅନୁମାନ କରୁଛନ୍ତି। ଏହି କାରଣରୁ ଅଧିକ ଜିଏସ୍‌ଟି ଆଦାୟ ହେବ ବୋଲି କେନ୍ଦ୍ର ଆଶାବାଦୀ ଅଛନ୍ତି। ଜିଏସ୍‌ଟିରେ ରହିଥିବା ତ୍ରୁଟିକୁ ସୁଧାରିବା ସହ ଟିକସ ଫାଙ୍କି ଉଦ୍ୟମକୁ ରୋକିବା ଲାଗି କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri