୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଦେବଗଡ଼ କରୋନା ସଂକ୍ରମିତ

ଦେବଗଡ଼, ୧ା୫(ଡି.ଏନ.ଏ.)-ଦେବଗଡ଼ ଜିଲା ତିଲେଇବଣୀ ବ୍ଲକ କଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ବୁଧବାର ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ତାଙ୍କୁ ସ୍ଥାନୀୟ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ା ସଂପୃକ୍ତ ବ୍ୟକ୍ତି ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ା ସେମାନଙ୍କ ମଧ୍ୟରୁ ଗୁରୁବାର ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ଏବଂ ପଡୋଶୀଙ୍କୁ ମିଶାଇ ମୋଟ ୨୬ ଜଣଙ୍କୁ ଜିଲା କୋଭିଡ୍‌ ହସ୍ପିଟାଲ ଆଇସୋଲେଶନ ସେଣ୍ଟରେ ଭର୍ତ୍ତି କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ମନୋଜ କୁମାର ଉପଧ୍ୟାୟ କହିଛନ୍ତି ା ସଂକ୍ରମିତ ବ୍ୟକ୍ତି ନିଜ ଗ୍ରାମରେ ବୁଲାଚଲା କରିଥିବାରୁ ଉକ୍ତ ଗ୍ରାମର ଅନେକ ଗ୍ରାମବାସୀ ମଧ୍ୟ ପରୋକ୍ଷରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ା ଏପରି ପରିସ୍ଥିତିର ମୁକାବିଲା ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ ରହିଥିବା ଅତିରିକ୍ତ ଜିଲାପାଳ ଧରମ ହାଂସଦା ପ୍ରକାଶ କରିଛନ୍ତି ା ଜିଲା ପୋଲିସ ଓ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମ ରାସ୍ତାକୁ ସିଲ କରାଯାଇଛି ା
ସେହିପରି ବାସୁଦେବପୁର ଗ୍ରାମ ସମେତ ଝାଟିକିପଶି, ଖୁଣ୍ଟପଶି, ସାମନ୍ତରାପାଲି, ନୂଆଗଁା, କମଳାବଗିଚା ଓ ବଣିଆକିଲିଣ୍ଡା ପଞ୍ଚାୟତର ସୁନାମୁଣ୍ଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି ା ଉପରୋକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକୁ ବନ୍ଦ କରାଯାଇଛି ା ସେହି ଅଞ୍ଚଳରେ ରହୁଥିବା ଲୋକଙ୍କ ସ୍ବାସ୍ଥ୍ୟ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ା ତିଲେଇବଣୀ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ଉପରୋକ୍ତ ଅଞ୍ଚଳର ସାନିଟାଇଜେସନ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି ା ଦେବଗଡ଼ ତହସିଲଦାର ପଲ୍ଲଭି ନାଏକଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତିର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି ା ସେହିପରି ସ୍ବାସ୍ଥ୍ୟସେବା ଦାୟିତ୍ୱ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରଭାତ କୁମାର ଓଝାଙ୍କୁ ପ୍ରଦାନ କରାଯାଇଛି ା ସଂପୃକ୍ତ ଅଞ୍ଚଳର ସମସ୍ତ ଦାୟିତ୍ୱ ଉପଜିଲାପାଳ ବ୍ରଜବନ୍ଧୁ ଭୋଇ ତଦାରଖ କରିବେ ବୋଲି ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

୨୮୮୫ ଶିଶୁବାଟିକାରେ ପ୍ରବେଶ ଉତ୍ସବ: ପିଲାଙ୍କୁ ଖଡ଼ି ଛୁଆଁଇଲେ ଜିଲାପାଳ

ଛତ୍ରପୁର,୨ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ବିଦ୍ୟାଳୟଗୁଡ଼ିକରେ ଖୋଲିଥିବା ୨୮୮୫ ଶିଶୁ ବଟିକାରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ...

ବକେୟା ଅର୍ଥ ମାଗିବାକୁ କେନ୍ଦ୍ର କରି ହଣାକଟା,୧୨ ଗୁରୁତର

ବାଲେଶ୍ୱର,୨ା୪ (ବାଞ୍ଛାନିଧି ଦେ): ବକେୟା ଅର୍ଥକୁ ନେଇ ବାଲେଶ୍ୱର ଜିଲା ବସ୍ତା ଥାନା ବାହାର୍ଦ୍ଦା ବସ୍ତିରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ୪ମହିଳାଙ୍କ ସମେତ...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅର୍ଥ ଆତ୍ମସାତ୍‌: ଗିରଫ ହେଲେ ଭାରପ୍ରାପ୍ତ ସମବାୟ ସମିତି ସମ୍ପାଦକ

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): କ୍ଷତିଗ୍ରସ୍ତ ଚାଷୀଙ୍କ ଉଦ୍ଦେଶ୍ୟରେ ଆସିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କ୍ଷତିପୂରଣ ଅର୍ଥ ଆତ୍ମସାତ ଅଭିଯୋଗରେ ସମବାୟ ସମିତିର ଜନୈକ ଭାରପ୍ରାପ୍ତ ସମ୍ପାଦକକୁ...

ଉପଖଣ୍ଡ ସରକାରୀ ଚିକିତ୍ସାଳୟ କେନ୍ଦ୍ର ପରିଦର୍ଶନ କଲେ ସିଡିଏମ୍‌ଓ

ଛତ୍ରପୁର,୨ା୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡାକ୍ତର ଭବାନୀଶଙ୍କର ମିଶ୍ର ଦାୟିତ୍ୱ ଗ୍ରହଣ କରିବା ପରେ ବୁଧବାର ଅଚାନକ ଛତ୍ରପୁର ଉପଖଣ୍ଡ ସରକାରୀ...

ହାଇଓ୍ବା ଜବତ, ଜଣେ ଅଟକ

କେନ୍ଦୁଝର,୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନ ବିଭାଗ ପାଟଣା ରେଞ୍ଜ ଚାଙ୍ଗୁପଡ଼ା ଗ୍ରାମ ନିକଟ ବୈତରଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ କରୁଥିବା ଏକ...

ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ: ଗୁରୁକୁଳର ମାହୋଲ ସାଙ୍ଗକୁ ଶିଶୁ ବାଟିକାର ଶୁଭାରମ୍ଭ

ଦାରିଙ୍ଗବାଡି,୨।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବୁଧବାର ବିଦ୍ୟାଳୟ ଗୁଡିକରେ ଶିଶୁ ବାଟିକାର ଶୁଭାରମ୍ଭ ହୋଇଯାଇଛି। ଏହି...

ଶୋଇଥିବାବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ

ବଲାଙ୍ଗୀର,୨ା୪(ସୁନୀଲ କୁମାର ମହାନ୍ତି): ଶୋଇଥିବାବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ସ୍ବାମୀ। ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଲା ଗାଁରେ ମଙ୍ଗଳବାର ରାତିରେ ଘଟିଛି...

କାମ ହେବାର ୨ ମାସ ନ ପୂରୁଣୁ ରାସ୍ତା ଫାଟି ୨ ଫାଳ

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପୂର୍ତ୍ତବିଭାଗର ପାଟଣା ମୁଖ୍ୟ ବଜାର ଦେଇ ନିର୍ମିତ କଂକ୍ରିଟ ରାସ୍ତା ନିର୍ମାଣର ୨ମାସ ନ ପୂରୁଣୁ ପାଟଣା ମେଡିକାଲ ବାଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image