କଟକ ଅଫିସ,୨୩।୧:କଟକ ସହର ବିଦ୍ୟାଧରପୁର ଅଞ୍ଚଳରେ ଥିବା ପ୍ରାୟ ୪୧୪ ବର୍ଷ ପୁରୁଣା ଐତିହାସିକ ବାମ୍ଫିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ। ଏହି ବାମ୍ଫିଟିର ସନ୍ଧାନ ଗତବର୍ଷ ନଭେମ୍ବରରେ ଇନ୍ଟାକ ସଦସ୍ୟ ଐତିହ୍ୟ ଗବେଷକ ଦୀପକ କୁମାର ନାୟକଙ୍କ ଦ୍ୱାରା ହୋଇଥିଲା। ସଦସ୍ୟ ନାୟକଙ୍କ ନେତୃତ୍ୱରେ କଟକର ୨ ସାମାଜିକ ସଂଗଠନ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ଓ ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ସଦସ୍ୟମାନେ ଅବହେଳିତ ହୋଇପଡିରହିଥିବା ଏହି ପୁରାତନ ବାମ୍ଫିଟିର ଆଖପାଖ ଅଞ୍ଚଳର ସଫେଇ କାର୍ଯ୍ୟ କରିଥିଲେ। ବାମ୍ଫିରେ ଥିବା ଦ୍ୱିଭାଷୀ ଶିଳାଲେଖର ପରୀକ୍ଷଣ କରି ନାୟକ ଏହି ବାମ୍ଫି ପ୍ରାୟ ୪୧୪ ବର୍ଷ ପୁରୁଣା ବୋଲି କହିଥିଲେ। ଏହା ବକ୍ସି ମହମ୍ମଦ ତାହିର ନାମକ ଜନୈକ ବ୍ୟକ୍ତିଙ୍କ ଦ୍ୱାରା ଖୋର୍ଦ୍ଧା ଭୋଇବଂଶୀୟ ରାଜା ପୁରୁଷୋତ୍ତମ ଦେବଙ୍କ ରାଜତ୍ୱର ୧୨ ଅଙ୍କ ଅର୍ଥାତ୍ ୧୬୦୮/୦୯ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା ବୋଲି ଅଭିଲେଖରୁ ଜଣାପଡୁଛି।
ପୁନରୁଦ୍ଧାର କାର୍ଯ୍ୟବେଳେ ଶିଳାଲେଖ ଯେପରି ସୁରକ୍ଷିତ ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ଇନଟାକ ସଦସ୍ୟ ନାୟକ ଗୁରୁତ୍ୱ ଦେଇଛନ୍ତି। ଅନ୍ୟପଟେ ଟ୍ରଷ୍ଟ ସଦସ୍ୟ ଆକାଶ ପଟ୍ଟନାୟକ କହିଛନ୍ତି, ଏହି ପ୍ରାଚୀନ କୂଅଟି କଟକ ପାଇଁ ଐତିହାସିକ। ପୁନରୁଦ୍ଧାର ପରେ ଏହାର ଐତିହାସିକ ଗୁରୁତ୍ୱ ପ୍ରତିପାଦନ ପାଇଁ ଏକ ସୂଚନାଫଳକ ମାଧ୍ୟମରେ ବାମ୍ଫି ସମ୍ବନ୍ଧୀୟ ସମସ୍ତ ଐତିହାସିକ ତଥ୍ୟ ଉପସ୍ଥାପନା କରାଯିବା ଉଚିତ।
Posted inଆମ ଜିଲା ଖବର, କଟକ View All
ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ
ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...
ଜଙ୍ଗଲରେ ହଜିବାରେ ଲାଗିଛି ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …
ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...
୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…
ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...
ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ
ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...
ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ
ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ
ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...
ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ
ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...
Archives


