୪୮ନଂ. ଓ୍ବାର୍ଡ ଭାଜପା କାର୍ଯ୍ୟାଳୟ ଉପରକୁ ବୋମାମାଡ଼

ଭୁବନେଶ୍ୱର,୧୮।୪(ବ୍ୟୁରୋ): ନୟାପଲ୍ଲୀ ଥାନା ଅଧୀନ ମଧ୍ୟ ଭୁବନେଶ୍ୱର ଡେଲଟା କଲୋନୀ ନିକଟ ୪୮ନଂ. ଓ୍ବାର୍ଡ ଭାଜପା କାର୍ଯ୍ୟାଳୟ ଉପରକୁ ବୁଧବାର ରାତିରେ ବୋମାମାଡ଼ ହୋଇଛି। ରାତି ପ୍ରାୟ ସାଢ଼େ ୯ଟାରେ କର୍ମୀମାନଙ୍କର ବୈଠକ ଚାଲିଥିବା ବେଳେ ବୁଲେଟ ଓ ପଲ୍‌ସରରେ ୪ଜଣ ଯୁବକ ଆସି ୩ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ହେଲେ ସୌଭାଗ୍ୟବଶତଃ କୌଣସି ବୋମା ଫୁଟି ନ ଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ବିରୋଧୀମାନେ ଏପରି କରୁଥିବା କର୍ମୀମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଯାଇ ଆଉ ଫେରି ନ ଥିଲେ ଛାତ୍ର, ଆଜି ମିଳିଲା ମୃତଦେହ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡିଆ ଗ୍ରାମର ନବମ ଶ୍ରେଣୀ ଛାତ୍ର ସମୀର ପ୍ରଧାନ ରବିବାରରୁ ନିଖୋଜ ଥିଲେ।...

ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ: ଯୋଗଦେଲେ ଭାରତୀୟ କିଷାନ ୟୁନିଅନ ପ୍ରବକ୍ତା ରାକେଶ ଟିକାୟତ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୟାଁ ଖେଳ ପଡ଼ିଆରେ ସୋମବାର ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଆରମ୍ଭ ହୋଇଛି। ଏଥିରେ ଭାରତୀୟ କିଷାନ ୟୁନିଅନର ପ୍ରବକ୍ତା ରାକେଶ...

ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭ା୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ...

ଆଉ ଦୁଇ ଦିନ ସିଭିୟର ହିଟ୍‌ୱେଭ୍‌ ୱାର୍ନିଂ

ଭୁବନେଶ୍ୱର,୧୭।୩: ୧୯ ତାରିଖ ଯାଏଁ କଲବଲ କରିବ ଅସମ୍ଭାଳ ତାତି । ଆଗାମୀ ୨ ଦିନ ରାଜ୍ୟରେ ସିଭିୟର ହିଟ୍‌ୱେଭ୍‌ ୱାର୍ନିଂ ରହିଛି। ଏନେଇ ଝାରସୁଗୁଡ଼ା,...

ହଂସିତା-ଅନିଲଙ୍କୁ ମିଳିଲା ଜାମିନ, ଏମିତି ସର୍ତ୍ତ ରଖିଲେ ହାଇକୋର୍ଟ…

କଟକ,୧୭ା୩: ହଂସିତା ଅଭୀଲିପ୍ସା ଏବଂ ତାଙ୍କ ସହଯୋଗୀ ଅନିଲ ମହାନ୍ତିଙ୍କୁ ସୋମବାର କୋର୍ଟରୁ ମିଳିଛି ଜାମିନ। ହାଇକୋର୍ଟ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପାସପୋର୍ଟ...

ପରଲୋକରେ ଧର୍ମେନ୍ଦ୍ରଙ୍କ ବାପା: ଜାଣନ୍ତୁ ଓଡ଼ିଶାରେ ଭାଜପା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଅବଦାନ

ଭୁବନେଶ୍ୱର,୧୭ା୩: ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଜୀବନ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଓଡ଼ିଶାରେ ଦଳର ଅଗ୍ରଗତି ସହିତ ଗଭୀର ଭାବେ ଜଡ଼ିତ। ସେ ଓଡ଼ିଶାର...

ପ୍ରତିବାଦ ଭୟ: ଦେଢ଼ ଘଣ୍ଟା ପଞ୍ଚାୟତରେ ଅଟକିଲେ ମନ୍ତ୍ରୀ

ଲୋଇସିଂହା,୧୭।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗଙ୍କୁ ଘାରିଲା ପ୍ରତିବାଦ ଭୟ। ରବିବାର ସନ୍ଧ୍ୟାରେ ଲୋଇସିଂହା ବ୍ଲକ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର,୧୭ା୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତାଙ୍କର ପରଲୋକ ଘଟିଛି। ଦେବେନ୍ଦ୍ର ପ୍ରଧାନ ବାଜପେୟୀଙ୍କ ସରକାରରେ ପରିବହନ ମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image