୫ ବର୍ଷ ହେବ ଅଧାପନ୍ତରିଆ ତର୍ଲାକୋଟା ପୋଲ

ବାଲିମେଳା,୨୩ା୬(ଶିବଦତ୍ତ ସାହୁ): ମାଲକାନଗିରି  ଜିଲାର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଥିବା ପୋଲ କାର୍ଯ୍ୟ ଶେଷ ହେଉନାହିଁ। ଫଳରେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ବର୍ଷାଦିନେ ଯାତାୟାତରେ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲିମେଳା ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାଜ୍ୟ ରାଜପଥ ତଥା ଜିଲାର କୋରୁକୋଣ୍ଡା ବ୍ଲକ ତର୍ଲାକୋଟାଠାରେ। ୫ ବର୍ଷ ପୂର୍ବେ ତର୍ଲାକୋଟା ନଦୀ ଉପରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ନୂତନ ପୋଲ  ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟ କରିବା ପାଇଁ ଟେଣ୍ଡର ସରିବା ପରେ ଆନ୍ଧ୍ରପ୍ରଦେଶର ଆର୍‌ଆର୍‌ ଏଣ୍ଟରପ୍ରାଇଜେସ୍‌ ନାମକ ଏକ ଠିକା କମ୍ପାନୀକୁ କାର୍ଯ୍ୟାଦେଶ ଦିଆଯାଇ କାମ ଆରମ୍ଭ ହୋଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ  ଆଜକୁ ୫ ବର୍ଷ ବିତିଥିଲେ ମଧ୍ୟ ଏହି ପୋଲ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଫଳରେ ଲୋକେ ବର୍ଷାଦିନେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି ା ବର୍ଷା ହେଲେ ତର୍ଲାକୋଟାଠାରେ ଥିବା ବହୁ ପୁରାତନ ତଳୁଆ ପୋଲ ଉପରେ ପ୍ରାୟ ୫ ଫୁଟରୁ ଅଧିକ ଉଚ୍ଚତାରେ ବର୍ଷାଜଳ ପ୍ରବାହିତ ହୋଇଥାଏ। ଦୀର୍ଘ ବର୍ଷ ହେବ ଏହି ପୋଲରେ ବର୍ଷାଜଳ ମାଡ଼ ହେଉଥିବାରୁ ପୋଲଟି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି।  ଏହି ପୋଲ ଦେଇ ଦୈନିକ ଜିଲାର ବିଭିନ୍ନ ଅଞ୍ଚଳକୁ ଅନେକ ଯାତ୍ରୀବାହୀ ବସ୍‌ ,ମାଲ୍‌ ବୋଝେଇ ଟ୍ରକ୍‌, ପିଡିଏସ୍‌ ସାମଗ୍ରୀଠାରୁ ଆରମ୍ଭକରି ବିଭିନ୍ନ ଖାଦ୍ୟ ସାମଗ୍ରୀ ଟ୍ରକ୍‌ ଓ ଆମ୍ବୁଲାନ୍ସ ସମେତ ବିଭିନ୍ନ ଛୋଟ ବଡ଼ ଗାଡ଼ିମୋଟର ଯାତାୟାତ କରୁଛି। ବର୍ଷାଦିନେ ପୋଲ ଉପରେ ନଦୀପାଣି ପ୍ରବାହିତ ହେଉଥିବା ଯୋଗୁ ମାଲକାନଗିରିରୁ ବାଲିମେଳା, ଚିତ୍ରକୋଣ୍ଡା, କୁଡୁମୁଲୁଗୁମା ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ଯୋଗାଯୋଗ ବାରମ୍ବାର ବିଚ୍ଛିନ୍ନ ହୋଇଥାଏ।  ଏହି ପୋଲ ଉପରେ ପାଣି ବୁଡି ରହିବା ସମୟରେ ୨ ପାର୍ଶ୍ୱରେ ବହୁ ସଂଖ୍ୟାରେ ଯାନବାହନ ଓ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଅଟକି ରହିଥାନ୍ତି। ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ଅର୍ଦ୍ଧ ନିର୍ମିତ ପୋଲ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷକରି ଏହାକୁ ଲୋକାର୍ପିତ କରିବା ପାଇଁ ରାଜନେତାଙ୍କଠାରୁ ଆରମ୍ଭ କରି ଅଞ୍ଚଳବାସୀଙ୍କ ପକ୍ଷରୁ ବହୁବାର ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବିକରି ଆସୁଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଯଦି ଚଳିତ ବର୍ଷ ଲଗାଣ ବର୍ଷା ଆରମ୍ଭ ହେବା ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ଶେଷ କରା ନ ଯାଏ, ତେବେ ଆଗାମୀ ଦିନରେ ପୁଣି ପୂର୍ବ ଭଳି ସମସ୍ୟା ଦେଖାଦେବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।
ଏ ସମ୍ପର୍କରେ  ନିର୍ମାଣ ଦାୟିତ୍ୱରେ ଥିବା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନୀହାର ରଞ୍ଜନ ବେହେରାଙ୍କୁ ପଚାରିବାରୁ ତର୍ଲାକୋଟା ନୂତନ ପୋଲ ନିର୍ମାଣ କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇଛି। ଏହାର ଦୁଇ ପାର୍ଶ୍ୱରେ ଥିବା ଆପ୍ରୋଚ୍‌ ରୋଡ୍‌ ତିଆରି ଲାଗି ଜାଗା ସମସ୍ୟା ପାଇଁ କାମ ନ ହୋଇ ବନ୍ଦ ରହିଛି। ଆପ୍ରୋଚ୍‌ ରୋଡ୍‌ ପାଇଁ ଆବଶ୍ୟକ ହେଉଥିବା ଜମି ଓ ଜାଗାର ଏସ୍‌ସି କ୍ଲିଅରାନ୍ସ ଅନୁମୋଦନ ପାଇଁ ପଠାଯାଇଛି। ପ୍ରାୟ ୮ ଦିନ ପରେ କ୍ଲିଅରାନ୍ସ  ଏବଂ ଆମକୁ ଜମି ହସ୍ତାନ୍ତର ହେବା ପରେ ତୁରନ୍ତ ଏହି କାର୍ଯ୍ୟ ଶେଷ କରାଯିବ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri