୫ ଶ୍ରେଷ୍ଠ ନାଟକ ପୁରସ୍କୃତ

କଟକ ଅଫିସ, ୧।୨: ଥିଏଟର ମୁଭ୍‌ମେଣ୍ଟ ପକ୍ଷରୁ କଟକ କଳାବିକାଶ କେନ୍ଦ୍ରଠାରେ ଚାଲିଥିବା ଗ୍ଲୋବାଲ ଥିଏଟର ଫେଷ୍ଟିଭାଲ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ନିର୍ବାଚନ କମିଶନର ରବିନାରାୟଣ ସେନାପତି ଯୋଗଦେଇଥିଲେ। ଗତ ୨୦ ତାରିଖରୁ ଚାଲିଥିବା ଏହି ଫେଷ୍ଟିଭାଲରେ ମୋଟ୍‌ ୫୦ଟି ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିସହିତ ବିଭିନ୍ନ ରାଜ୍ୟର କଳାକାର ଅଂଶଗ୍ରହଣ କରି କଥକ, ଓଡ଼ିଶୀ, ମଣିପୁରୀ, ଭାରତନାଟ୍ୟମ, ଆଧୁନିକ, କ୍ଲାସିକାଲ, ସେମିକ୍ଲାସିକାଲ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚସ୍ଥ ନାଟକଗୁଡିକ ମଧ୍ୟରୁ ଶ୍ରେଷ୍ଠ ୫ଟି ନାଟକ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ପ୍ରଯୋଜନା କ୍ଷେତ୍ରରେ ବାରାଣସୀର ନାଟ୍ୟସଂସ୍ଥା ମଞ୍ଚଦୂତମ ପ୍ରଥମ ପୁରସ୍କାର ପାଇଥିଲା। ସେହିପରି କଥକ ନୃତ୍ୟରେ ମଧ୍ୟପ୍ରଦେଶ ନବରଙ୍ଗ କଳାକେନ୍ଦ୍ର ପ୍ରଥମ, ଛତିଶଗଡର କଳାବିକାଶ କେନ୍ଦ୍ର ଦ୍ୱିତୀୟ ଓ ମୁମ୍ବାଇ କଳାଞ୍ଜଧି ସ୍କୁଲ ଅଫ ଆର୍ଟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଭାରତନାଟ୍ୟମରେ ଗୁରୁଦେବ ଏକାଡେମୀ ପ୍ରଥମ, କଳାଞ୍ଜଳି ଦ୍ୱିତୀୟ ଓ ଆସାମର ସୁରେଶ ସଙ୍ଗୀତ ଅନୁଷ୍ଠାନ ତୃତୀୟ ସ୍ଥାନ ହାସଲ କରିଥିଲା। ଶାସ୍ତ୍ରୀୟ ନୃତ୍ୟରେ ଆସାମ, ମଣିପୁରର କଳାକାର ପୁରସ୍କୃତ ହୋଇଥିବାବେଳେ ଲୋକନୃତ୍ୟ ଓ ଆଧୁନିକ ନୃତ୍ୟରେ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରର କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଜଷ୍ଟିସ ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ, କାର୍ଯ୍ୟକାରୀ ସଭାପତି ଡ. ଜୟନ୍ତ ପଣ୍ଡା, ଡ. ନାରାୟଣ ସାହୁ ଓ ଗୋଲକ ବିହାରୀ ଦାସ ମହାପାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri