ଭୁବନେଶ୍ୱର,୧୫।୧(ବ୍ୟୁରୋ): ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ୫ଟି ସଚିବଙ୍କୁ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କଟାକ୍ଷ କରିଛନ୍ତି। ପାଣ୍ଡିଆନ ନବୀନଙ୍କ ମନକଥା ବୁଝିପାରୁଛନ୍ତି ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପଢ଼ିପାରୁନାହାନ୍ତି। ରାଜ୍ୟ ସରକାର ନିଜ ସ୍ବାର୍ଥ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଚାପି ଦେଇଛନ୍ତି। ଶ୍ରୀମନ୍ଦିର ପ୍ରତି ସରକାର ବହୁତ ଅବହେଳା କଲେଣି, ଏବେ ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି।