୫ଶହ ପରିବାରକୁ ଖାଦ୍ୟ, ମାସ୍କ ବଣ୍ଟନ

ରୂପ୍‌ସା, ୨।୫(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ସମଗ୍ର ଦେଶ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ବିଭିନ୍ନ ବର୍ଗର ଲୋକଙ୍କ ସମେତ ବହୁ ବେସରକାରୀ ସଂସ୍ଥା ସହାୟତାର ହାତ ବଢ଼ାଇଛନ୍ତି। ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଅବଦୁଲ ଅମୀନ ଖାଁ ଶୁକ୍ରବାର ରୂପ୍‌ସା ଅଞ୍ଚଳର ୫ଶହ ପରିବାରଙ୍କୁ ନିଜସ୍ବ ପାଣ୍ଠିରୁ ଚୂଡ଼ା, ଗୁଡ଼, ବିସ୍କୁଟ, ଅଟା, ଆଳୁ, ପିଆଜ ଆଦି ଖାଦ୍ୟ ସାମଗ୍ରୀ ସମେତ ସାବୁନ ଓ ମାସ୍କ ଆଦି ବଣ୍ଟନ କରିଛନ୍ତି। ଏହି ସମୟରେ ସମାଜସେବୀ ସଲିମ ଖାଁ, ପ୍ରଶାସନିକ ଅଧିକାରୀ ବିନୋଦ ସିଂ ଶେଖାୱତ, ସରପଞ୍ଚ ସଞ୍ଜୟ ସେଠୀ, ଯୁବନେତା ଗୟାଧର ପ୍ରଧାନ, ମନୋରଞ୍ଜନ ପ୍ରଧାନ ଓ ଦେବବ୍ରତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କୁ ଦୁର୍ବ୍ୟବହାର, ଥାନାରେ ମାମଲା

ହିଞ୍ଜିଳିକାଟୁ, ୯।୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ନନ୍ଦିକ ଗ୍ରାମ ପଞ୍ଚାୟତର ସରପଞ୍ଚ କୃଷ୍ଣଚନ୍ଦ୍ର ଭଉଳଙ୍କୁ ବୁଧବାର ରାତିରେ ଦୁର୍ବ୍ୟବହାର ସହ ଧମକ ହୋଇଥିବା...

ପୁଣି କଣମଣା ମଣ୍ଡଳର ସଭାପତି ହେଲେ ଏନ. ଦୀନବନ୍ଧୁ, ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର ,ଦିଲ୍ଲୀପ ସାମଲ ୯ା୧: ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଯୁବ ସଂଗଠକ, ମତ୍ସ୍ୟଜୀବୀ ଏବଂ ଭାରତୀୟ ଜନତା ପାର୍ଟିର ନେତା ଏନ....

ନାଗାବାଳୀ ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ରାୟଗଡ଼ା,୯।୧: ରାୟଗଡ଼ା ନାଗାବାଳୀ ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ବରଣ କରିଛନ୍ତି। ଝୁଲା ପୋଲ ନିକଟରେ ବୁଡ଼ି ୨ ଜଣ ମୃତ୍ୟୁ ବରଣ କରିଥିବା...

ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଉଦ୍‌ଯାପିତ: ସ୍ଥାନୀୟ କଳାକାରଙ୍କ ନାଚରେ ଦୁଲୁକିଲା ମଞ୍ଚ

କର୍ଲାମୁଣ୍ଡା:୯।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପରେଡ଼ ପଡ଼ିଆରେ ୨୭ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉପାଧ୍ୟକ୍ଷ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ହଠାତ୍‌ ପହଞ୍ଚିଲେ ବିଧାୟକ, ଦେଲେ ବଡ଼ ପ୍ରତିଶ୍ରୁତି

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା)୯।୧: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବୁଧବାର ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ...

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୯।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ତାଙ୍କୁ ଭବ୍ୟ...

ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ ଗଲେ ଦୁଇ ଯନ୍ତ୍ରୀ, ଚାକିରିରୁ ହେଲେ ନିଲମ୍ବନ

ବଲାଙ୍ଗୀର, ୯।୧: (ସୁନିଲ କୁମାର ମହାନ୍ତି): ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ କଣ୍ଟାବାଞ୍ଜି ଇଲେକ୍ଟ୍ରି ଏସ୍‌ଡିଓ ଜଗନ୍ନାଥ ପତି ଓ ମୁରିବାହାଲ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ...

ମହାନଦୀ ପଠାରେ ପିକ୍‌ନିକ୍‌ ମନା, ଜାଣନ୍ତୁ କଟକର କେଉଁ ସ୍ଥାନ ପର୍ଯ୍ୟନ୍ତ ଲାଗିଲା କଟକଣା

କଟକ,୯ା୧: ମହାନଦୀ ପଠାରେ ପିକ୍‌ନିକ୍‌ ଆୟୋଜନ ଉପରେ କଡ଼ା କଟକଣା ଲଗାଇଛି କଟକ ମହାନଗର ନିଗମ। ତେବେ ଏହି କଟକଣା ବୋଟିଂ କ୍ଲବଠାରୁ କଟକ-ଇନ୍‌-କଟକ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri