ପ୍ରଯୋଜକ ୟଶ ଚୋପ୍ରା। ତାଙ୍କ ପ୍ରଯୋଜିତ ‘ଦିଲ୍ ତୋ ପାଗଲ ହେ’ ସୁପରହିଟ୍ ହୋଇଥିଲା। କେବଳ ଶାହରୁଖ, ଅକ୍ଷୟ କୁମାର, କରିସ୍ମା କପୁର ଏବଂ ମାଧୁରୀ ଦୀକ୍ଷିତଙ୍କ ବଳିଷ୍ଠ ଅଭିନୟ ନୁହେଁ, ଉତ୍ତମ ସିଂଙ୍କ ସ୍ବର ସଂଯୋଜିତ ଗୀତଗୁଡିକ ମଧ୍ୟ ଦର୍ଶକାଦୃତ ହୋଇଥିଲା। ହେଲେ ଏକଦା ଏଥିରେ ମାଧୁରୀଙ୍କ କଷ୍ଟ୍ୟୁମ ପାଇଁ ୟଶ ଚୋପ୍ରାଙ୍କ ସହ କଷ୍ଟ୍ୟୁମ ଡିଜାଇନର ମନୀଷ ମାଲହୋତ୍ରାଙ୍କୁ ନାକେଦମ୍ ହେବାକୁ ପଡିଥିଲା। ମନୀଷଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ୫୪ଟି କଷ୍ଟ୍ୟୁମକୁ ୟଶ କ୍ୟାନ୍ସେଲ କରିବା ପରେ ଗୋଟିଏ କଷ୍ଟ୍ୟୁମ ସେ ଚଏସ କରିଥିଲେ।