୬ ବର୍ଷରେ କମିଛି ୯୦ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ,୨-୧୧: ୨୦୧୧-୧୨ଠାରୁ ୨୦୧୭-୧୮ ମଧ୍ୟରେ ସାରା ଦେଶରେ ୯୦ ଲକ୍ଷ ନିଯୁକ୍ତି କମିଛି। ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍‌ ସଷ୍ଟେନେବୁଲ ଏମ୍ପ୍ଲଏମେଣ୍ଟ ପକ୍ଷରୁ ପ୍ରକାଶିତ ଏକ ନୂଆ ଏକାଡେମିକ ପେପରରେ ଏଭଳି ବିଷୟ ଉଲ୍ଲେଖ ରହିଛି। ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ସନ୍ତୋଷ ମେହେରୋତ୍ରା ଏବଂ ପଞ୍ଜାବ ସେଣ୍ଟ୍ରାଲ ୟୁନିଭର୍ସିଟି ପ୍ରଫେସର ଯଯାତି କେ. ପରିଡାଙ୍କ ଦ୍ୱାରା ଉକ୍ତ ପେପର ପ୍ରସ୍ତୁତ ହୋଇଥିବା ବେଳେ ଏଭଳି ନିଯୁକ୍ତି ହ୍ରାସ ଦେଶର ସ୍ବାଧୀନତା ପରଠାରୁ ପ୍ରଥମ ବୋଲି କୁହାଯାଇଛି। ନିଯୁକ୍ତି ଏବଂ ଅଣକୃଷି ଉଦ୍ୟୋଗଗୁଡିକୁ ନେଇ ଜାତୀୟ ସାମ୍ପୂଲ ସର୍ଭେ(ଏନ୍‌ଏସ୍‌ଏସ୍‌) ପକ୍ଷରୁ ହୋଇଥିବା ବିଭିନ୍ନ ସର୍ଭେକୁ ଆଧାର କରି ଏହି ପେପର ପ୍ରସ୍ତୁତ କରାଯାଇଛି।
୨୦୧୧-୧୨ରେ ଦେଶରେ ୪୭୪.୨ ନିୟୁତ ନିଯୁକ୍ତି ରହିଥିବା ବେଳେ ଏହା ୨୦୧୭-୧୮ରେ ୪୬୫.୧ ନିୟୁତକୁ ଖସି ଆସିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ ହୋଇଥିବା ଲେବର ଫୋର୍ସ ସର୍ଭେରେ ଦେଶରେ ବେକାରି ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଥିବା କୁହାଯାଇଛି। ଯାହାକୁ ନେଇ ଦେଶ ମଧ୍ୟରେ ଅନେକ ତର୍କ ବିତର୍କ ହୋଇଛି। ଦୁଇ ପ୍ରଫେସରଙ୍କ ପକ୍ଷରୁ ନିଯୁକ୍ତି ନେଇ କରାଯାଇଥିବା ଏହି ଅଧ୍ୟୟନର ଫଳାଫଳ ନିକଟରେ ଆଉ ଏକ ସର୍ଭେକୁ ବିରୋଧାଭାଷ କରୁଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ନିଯୁକ୍ତି ନେଇ ଭିନ୍ନ ସୂଚନା ଦିଆଯାଇଛି। ଏହି ଅଧ୍ୟୟନ ଲଭେସ ଭଣ୍ଡାରୀ ଏବଂ ଅମରେଶ ଦୁବେଙ୍କ ପକ୍ଷରୁ କରାଯାଇଛି। ୨୦୧୧-୧୨ରେ ନିଯୁକ୍ତି ୪୩୩ ନିୟୁତ ଥିବା ବେଳେ ଏହା ୨୦୧୭-୧୮ରେ ୪୫୭ ନିୟୁତକୁ ବଢିଥିବା ଉଲ୍ଲେଖ କରାଯାଇଛି।
ମେହେରୋତ୍ରା ଏବଂ ପରିଡାଙ୍କ ପକ୍ଷରୁ ହୋଇଥିବା ‘ଇଣ୍ଡିଆସ ଇକୋନୋମିକ କ୍ରାଇସିସ,ରାଇଜିଂ ଏଜୁକେଶନ ଲେଭଲ,ଫଲିଂ ନନ୍‌-ଏଗ୍ରିକଲଚରାଲ ଜବ ଗ୍ରୋଥ’ ଶୀର୍ଷକ ଏକାଡେମିକ ପେପରରେ ମୁଖ୍ୟତଃ ୪ଟି ଦିଗ ଉପରେ ଫୋକସ୍‌ କରାଯାଇଛି। ପ୍ରଥମତଃ କୃଷି କ୍ଷେତ୍ରରେ ନିରନ୍ତର ଭାବେ ନିଯୁକ୍ତି କ୍ଷତିଗ୍ରସ୍ତ ହେଉଥିବା ଏଥିରେ ଉଲ୍ଲେଖ କରାଯାଇଛି। ଏକ୍ଷେତ୍ରରେ ବାର୍ଷିକ ହାର ୪.୫ ନିୟୁତ ରହିଛି। ସେହିଭଳି ଗତ ୬ ବର୍ଷରେ ମାନୁଫାକଚରିଂ କ୍ଷେତ୍ରରେ ୩.୫ ନିୟୁତ ନିଯୁକ୍ତି ହ୍ରାସ, ଯୁବକମାନଙ୍କ ଶ୍ରମ ଶକ୍ତିରେ ଯୋଗଦାନ ହାର(ଏଲ୍‌ଏଫ୍‌ପିଆର୍‌) ୪୪.୬%ରୁ ୩୮.୩%କୁ ହ୍ରାସ, ଓ୍ବାର୍କ ପାର୍ଟିଶିପେଶନ ରେଟ ବା କାର୍ଯ୍ୟଯୋଗଦାନ ହାର(ଡବ୍ଲ୍ୟୁପିଆର୍‌) ୪୨%ରୁ ୩୧.୪%କୁ ଖସିଥିବା ରିପୋର୍ଟରେ କୁହାଯାଇଛି। ସେହିଭଳି ଶିକ୍ଷିତ ବେକାରିଙ୍କ ସଂଖ୍ୟା ବଢିଥିବା ରିପୋର୍ଟରୁ ଜଣାପଡିଛି। ୨୦୧୭-୧୮ ସୁଦ୍ଧା ନିରକ୍ଷରଙ୍କ ମଧ୍ୟରେ ବେକାରି ହାର ୭.୧%, ପ୍ରାଥମିକ ଶିକ୍ଷା ଲାଭ କରିଥିବା ଲୋକଙ୍କ କ୍ଷେତ୍ରରେ ଏହା ୮.୧%, ଉଚ୍ଚ ପ୍ରାଥମିକ କ୍ଷେତ୍ରରେ ୧୩.୭%, ମାଧ୍ୟମିକ ୧୪.୪%, ଉଚ୍ଚ ମାଧ୍ୟମିକ ୨୪%, ସ୍ନାତକଙ୍କ କ୍ଷେତ୍ରରେ ୨୫.୮% ଏବଂ ସ୍ନାତ୍ତକୋତ୍ତର କ୍ଷେତ୍ରରେ ବେକାରି ହାର ୩୬.୨% ରହିଥିବା ଅଧ୍ୟୟନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri