୬ ମାସ ହେଲା ଚାଲୁନି ଜଳଯୋଗାଣ ପ୍ରକଳ୍ପ

ଅମରପାଲି, ୧୯।୫(ଡି.ଏନ.ଏ.):ଦୀର୍ଘ ୬ମାସରୁ ଅଧିକ ସମୟ ହେଲା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇଥିବାରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ଦେଖାଦେଇଛି ଜଳ ସଂକଟ। ତେଣୁ ପାନୀୟ ଜଳ ପାଇଁ ଲୋକେ ସାଧାରଣରେ ନାହିଁ ନ ଥିବା ହଇରାଣ ହେଉଥିବା ବେଳେ ଗୃହପଳିତ ପଶୁ ଛଟପଟ ହେଉଛନ୍ତି। ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଜଳ ଯୋଗାଣ ପାଇଁ ନିଜ ନିଜର ଡିମଣ୍ଡି ପିଟୁ ଥିବା ବେଳେ ତୃଣମୂଳସ୍ତରରେ ଏହା କିଭଳି ଭାବରେ ଚାଲିଛି ସେଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ବହଲପଦର ଗ୍ରାମ ପଞ୍ଚାୟତର ଅମରପାଲି ଗ୍ରାମର ଲୋକସଂଖ୍ୟା ୨ହଜାରରୁ ଅଧିକ। ଉକ୍ତ ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ତିଆରି ହୋଇଛି ଏକ ଜଳଯୋଗାଣ ପ୍ରକଳ୍ପ। ଓଭରହେଡ ପାଣି ଟାଙ୍କି ହୋଇଛି। ପାଇପ ଲାଇନ ବିଛା ହୋଇଛି। ଷ୍ଟାଣ୍ଡପୋଷ୍ଟ ଲାଗିଛି, ମୋଟର ବି ଲାଗିଛି। ଏପରିକି ଟାଙ୍କି ପାଖରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଟ୍ରାନ୍ସଫର୍ମର ମଧ୍ୟ ଲାଗିଛି। ସବୁ ଥାଇବି ଜଳଯୋଗାଣ ହେଉ ନ ଥିବା ଲୋକଙ୍କୁ ଅତିଷ୍ଟ କରି ପକାଇଛି। ଖବର ନେବାରୁ ଜଣାପଡିଛି ଯେ, ଏଠାରେ ଲାଗିଥିବା ମୋଟରଟି ୩ ଫେଜ ବିଦ୍ୟୁତ୍‌ ଆସୁ ନ ଥିବାରୁ ଜଳଯୋଗାଣ ହୋଇପାରୁନାହିଁ। ଗ୍ରାମ ପଞ୍ଚାୟତ ପକ୍ଷରୁ ପ୍ରତିବର୍ଷ ଏହି ପ୍ରକଳ୍ପର ବିଦ୍ୟୁତ୍‌ ବିଲ ବିଦ୍ୟୁତ ବିଭାଗକୁ ପୈଠ କରାଯାଉଛି। ମାତ୍ର ବିଭାଗ ଏଠାକୁ ବିଦ୍ୟୁତ ସେବା ଯୋଗାଉ ନାହାନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି।
ଗ୍ରାମରେ ଥିବା ଜଳାଶୟଗୁଡିକ ଏବେ ଶୁଖିଗଲାଣି। ଲୋକେ ବାଧ୍ୟ ହୋଇ ନଳକୂପ ଉପରେ ନିର୍ଭର କରୁଛନ୍ତି। ଗ୍ରାମରେ ଥିବା ନଳକୂପଗୁଡିକ ମଧ୍ୟରୁ ଅନେକ ଅଚଳ ହୋଇପଡିଥିବା ବେଳେ ଅଧିକ ନଳକୂପରୁ ଫ୍ଲୋରାଇଡ ପାଣି ବାହାରୁଛି। ବାଧ୍ୟ ହୋଇ ଫ୍ଲୋରାଇଡ ମିଶା ପାଣି ପିଇ ଅନେକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ୧୫ ଜଣ ଏଯାଏ କିଡିନୀ ରୋଗରେ ମୃତ୍ୟୁବରଣ କରି ସାରିଥିବା ବେଳେ ୨୫ରୁ ୩୦ଜଣ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଏବେ ତାପମାତ୍ରା ବଢ଼ିବା ସହିତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି। ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧିଠାରୁ ଆରମ୍ଭ କରି ବିଧାୟକ, ବିଡିଓ, ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀଙ୍କୁ ଏକାଧିକ ଥର ଅଭିଯୋଗ କଲେଣି, ମାତ୍ର କେହି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଗୃହପାଳିତ ପଶୁଙ୍କ ଅବସ୍ଥା ଆହୁରି ସଙ୍ଗୀନ। ତେଣୁ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇ ଯଥାଶୀଘ୍ର ଉକ୍ତ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ କରିବା ସହିତ ଜଳଯୋଗାଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେଉଛନ୍ତି ରାଜା, ରାଣୀ

ସମ୍ବଲପୁର,୧୦।୧୧(ପ୍ରମୋଦ ବହିଦାର): ନୂଆପଡ଼ା ଜଙ୍ଗଲରୁ ୨୦୨୩ ନଭେମ୍ବର ୫ତାରିଖରେ ଧରା ହୋଇଥିବା ମଣିଷଖିଆ କଲରାପତରିଆ ଅଣ୍ଡିରା ବାଘ(ରାଜା)କୁ ସମ୍ବଲପୁର ପ୍ରାଣୀ ଉଦ୍ୟାନ(ଡିଅର ପାର୍କ)ରେ ଥିବା ମାଈ...

ସମ୍ବଲପୁରରେ ଯୁବକଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ଠେଲ୍‌କୋପଡ଼ାରେ ଶନିବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ୪ରୁ ୫ଜଣ ଯୁବକ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି...

ଶୋଇଥିବାବେଳେ ଜିଅନ୍ତା ଜଳିଗଲେ ମା-ଝିଅ, ବାପ-ପୁଅ ଗିରଫ

ସମ୍ବଲପୁର,୭ା୧୧(ପ୍ରମୋଦ ବହିଦାର): ଘରେ ଶୋଇଥିବାବେଳେ ନିଆଁ ଲାଗି ମା’-ଝିଅ ଜିଅନ୍ତା ଜଳିଯିବା ଘଟଣାରେ ସଦରଥାନା ପୋଲିସ ଗୁରବାର ବାପ ଓ ପୁଅଙ୍କୁ ଗିରଫ କରିଛି। ସେମାନେ...

ଧନତେରସରେ ସୁନା ଦୋକାନୀଙ୍କୁ ଜିଏସ୍‌ଟି ମାଡ଼: ଜଣେ ବ୍ୟବସାୟୀଙ୍କ ତିତିତିନିଟା ଦେକାନରେ ପଶିଲା ସିଟି/ଜିଏସ୍‌ଟି ଟିମ୍‌

ସମ୍ବଲପୁର,୨୯।୧୦: ସମ୍ବଲପୁର ମାରଓ୍ବାଡି ବଜାରରେ ତୁଲଶ୍ୟାନ୍‌ ଜୁଏଲାରୀ ଦୋକାନରେ ମଙ୍ଗଳବାର ଜିଏସ୍‌ଟି ଚଢ଼ାଉ ହୋଇଛି। ଧନତେରସ ଚାଲିଥିବା ବେଳେ ଏବେ ସୁନା ଦୋକାନରେ ଭିଡ ଦେଖିବାକୁ...

ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍‌, ଯାତ୍ରୀ ହନ୍ତସନ୍ତ

ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍‌ ସେବା ବନ୍ଦ କରାଯାଇଛି। ମୋ’ ବସ୍‌ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍‌।...

କୁଚିଣ୍ଡା ନାବାଳିକା ଗଣବଳାତ୍କାର ମାମଲା: ମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିଜେଡି

କୁଚିଣ୍ଡା,୨୩ା୧୦(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ଦଳିତ ନାବାଳିକାଙ୍କୁ ଅପହରଣ ପରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ରାଜନୈତିକ...

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri