୬ ରଥ ଗଡୁଥିଲା, ସୁନା ଧ୍ୱଜ କଳସ ଲାଗୁଥିଲା

ପୁରୀ ଅଫିସ,୨୮।୬ : ବଦଳୁଛି ସମୟ। ଆଉ ସମୟ ସହିତ ତାଳଦେଇ କେତେକ ପ୍ରଥା ବା ପରମ୍ପରାରେ ବି ପରିବର୍ତ୍ତନ ହେଉଛି। ଏଥିରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ବି ବାଦ୍‌ ପଡ଼ିନାହିଁ। ପରିବର୍ତ୍ତିତ ସମୟ ସହିତ ତାଳଦେଇ ରଥଯାତ୍ରାରେ ବି କିଛି ପରିବର୍ତ୍ତନ ଘଟିଛି। ସେତେବେଳର ରଥଯାତ୍ରା ଆଉ ଏବେର ରଥଯାତ୍ରା ମଧ୍ୟରେ କେତେକ ଫରକ୍‌ ଦେଖିବାକୁ ମିଳୁଛି।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ରଥଯାତ୍ରାର ରୂପରେଖ ସ୍ବତନ୍ତ୍ର ଥିଲା। ସେ ସମୟରେ ଶ୍ରୀମନ୍ଦିରର ଉଚ୍ଚତା ଥିଲା ୪୮ ହାତ। ଠାକୁର ଥିଲେ ୨ ହାତ ୧୦ ଙ୍ଗୁଳିର। ରଥଗୁଡ଼ିକର ଉଚ୍ଚତା ୧୮ ହାତ ଥିଲା। ସେତେବେଳେ ଠାକୁରଙ୍କ ପାଇଁ ୬ଟି ରଥ ନିର୍ମାଣ ହେଉଥିଲା। ଶ୍ରୀମନ୍ଦିରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥ ଯାଉଥିଲା। ମଝିରେ ପ୍ରବାହିତ ହେଉଥିଲା ମାଳିନୀ ନଦୀ। ଏହି ନଦୀର ଅପର ପାର୍ଶ୍ୱରେ ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନିରଥ ନିର୍ମାଣ କରାଯାଉଥିଲା। ଏହି ରଥଗୁଡ଼ିକ ଚାରିଚକିଆ ଶଗଡ଼ି ସଦୃଶ ଥିଲା। ଏହି ରଥଗୁଡ଼ିକ ମାଳିନୀ ବା ବଡ଼ନଦୀର ଉତ୍ତର ଭୂମିରେ ଆଡପମଣ୍ଡପ ବା ଗୁଣ୍ଡିଚା ଘରକୁ ଯାଉଥିଲା। ସିଂହଦ୍ୱାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ତିନିରଥ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ରଥ ୧୬ ଚକିଆ, ଶ୍ରୀବଳଭଦ୍ରଙ୍କ ରଥ ୧୪ଚକିଆ ଏବଂ ଦେବୀ ସୁଭଦ୍ରାଙ୍କର ରଥ ଥିଲା ୧୨ ଚକିଆ। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା। କନକମୁଣ୍ଡିରେ ରତ୍ନଚାନ୍ଦୁଆ ଟଣା ହେଉଥିଲା। ସେତେବେଳେ ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରୀ, ରଥ ଘଣ୍ଟୁଆ ଓ ବାଦ୍ୟକାରମାନେ ଆଗେ ଆଗେ ଯାଉଥିଲେ। ଏହି ରଥକୁ ଘୋଡାମାନେ ଟାଣୁଥିଲେ। ପଛରେ ଥିବା ତିନିରଥକୁ ଭକ୍ତମାନେ ଟାଣୁଥିଲେ। ରଥରେ ଚାଉଳ, ନଡ଼ିଆଖଣ୍ଡ ପଡ଼ି ଭୋଗ ଲାଗୁଥିଲା। ସେହି ଭୋଗକୁ ଭକ୍ତଜନଙ୍କୁ ବଣ୍ଟାଯାଉଥିଲା। ରଥ ଚକଡ଼ାରେ ଏଥିପାଇଁ ଗୋଟିଏ ପଦ ରହିଛି, ଯାଉ ରଥ ଯାଉ ବଳଗଣ୍ଡିଠି ଥାଉ, ଉଆ ଚାଉଳ ଖଣ୍ଡ ନଡ଼ିଆ ଟାଉ ଟାଉ କରି ଖାଉ… ।
ବଳଗଣ୍ଡିଠାରେ ତିନିରଥ ପହଞ୍ଚତ୍ବା ପରେ ଠାକୁରମାନଙ୍କୁ ଦୋଳଚାପରେ ନଦୀ ପାର୍‌ କରାଯାଉଥିଲା। ଦାରୁବିଗ୍ରହମାନେ ନଦୀ ପାର୍‌ ହୋଇ ଚାରିଚକିଆ ଶଗଡ଼ି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ। ନବଦିନାତ୍ମକ ଯାତ୍ରା ସମାପ୍ତ କରି ଠାକୁରମାନେ ବାହୁଡ଼ି ଆସୁଥିଲେ। ରଥ ଚକଡ଼ାରେ ଉଲ୍ଲେଖ ରହିଛି ପାଟଣା ରଥ ଚାରିଚକିଆ, କିଆ ପଟୁଳାରେ ହୋଇଛି ଠିଆ… ।
ଦ୍ୱିତୀୟ ନରସିଂହ ଦେବ ଖ୍ରୀଷ୍ଟୀୟ ୧୨୭୮ରୁ ୧୩୦୭ଙ୍କ ସମୟରେ ମାଳିନୀ ନଦୀକୁ ପୋତିଦେବା ଫଳରେ ଠାକୁରମାନଙ୍କ ଲାଗି ତିଆରି କରାଯାଉଥିବା ୬ରଥ ପରିବର୍ତ୍ତେ ତିନିରଥ ନିର୍ମିତ ହେଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରଥଯାତ୍ରା ପାଇଁ ୩ଗୋଟି ରଥ ନିର୍ମାଣ ହୋଇଆସୁଛି। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ପରିବର୍ତ୍ତେ ପିତ୍ତଳର କଳସମାନ ଲାଗୁଛି। କନକମୁଣ୍ଡିରେ ରତ୍ନଚାନ୍ଦୁଆ ବଦଳରେ ସାଧାରଣ ଚାନ୍ଦୁଆ ବ୍ୟବହାର କରାଯାଉଛି। ବଜନ୍ତରୀ, ରଥଘଣ୍ଟୁଆ ଓ ବାଦ୍ୟକାରମାନେ ସେତେବେଳେ ସ୍ବତନ୍ତ୍ର ରଥରେ ଯାଉଥିବାବେଳେ ବର୍ତ୍ତମାନ ଘଣ୍ଟୁଆମାନେ ତିନିରଥରେ ହିଁ ଯାଉଛନ୍ତି। ସେମାନଙ୍କ ପାଇଁ ସ୍ବତନ୍ତ୍ର ରଥ ନିର୍ମିତ ହେଉନାହିଁ ବୋଲି ଡ. ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର,୨୬ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ...

ସରକାର କଲେ ବଡ଼ ଘୋଷଣା: ଏହି ନମ୍ବରରେ କଲ୍‌ କରି ପାଆନ୍ତୁ ଫସଲ ହାନି ସହାୟତା

ଭୁବନେଶ୍ୱର,୨୬ା୧୨: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀଙ୍କ ସହାୟତାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ...

୪ ର୍ଥ ପର୍ଯ୍ୟାୟ ସୁଭଦ୍ରା ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ଏହି ପରାମର୍ଶ ଦେଲେ ଉନ୍ନୟନ କମିଶନର

ଭୁବନେଶ୍ୱର,୨୬ା୧୨: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ଉଦ୍ଦିଷ୍ଟ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ୨ୟ ପରିଚାଳନା କମିଟି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ...

ବିଜେଡିକୁ ଝଟ୍‌କା: ପ୍ରତିଷ୍ଠା ଦିବସରେ ଦଳ ଛାଡ଼ଲେ ବ୍ଲକ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳ ଛାଡ଼ି ଭାଜପାରେ ମିଶିଲେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ। ପ୍ରତିଷ୍ଠା ଦିବସରେ ପଦ୍ମ ଧରିଲେ ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ।...

ବୁଲଡୋଜରକୁ ଚଢ଼ି ବୃଦ୍ଧାଙ୍କ ପ୍ରତିବାଦ: ଅଧାରୁ ଅଟକିଲା ଉଚ୍ଛେଦ ପ୍ରକ୍ରିୟା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ୱାର୍ଡ଼ ନଂ-୧୭ ଜୀରାନଦୀ କୂଳ ବୃନ୍ଦାବନ ପଡ଼ିଆ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା।...

ନୂଆ କ୍ୟାଲେଣ୍ଡରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂତନ ବର୍ଷ କ୍ୟାଲେଣ୍ଡର (ଉଭୟ ୱାଲ ଏବଂ ଡେସ୍କ) ପ୍ରକାଶ ପାଇଛି। କ୍ୟାଲେଣ୍ଡରର ପ୍ରଥମ କପିକୁ ଶ୍ରୀମନ୍ଦିରରେ...

ବିଜେଡି ପ୍ରତିଷ୍ଠା ଦିବସରେ ଦଳକୁ ସୁଦୃଢ଼ କରୁଥିଲେ ନବୀନ: ଏପଟେ ହାତାହାତି ହୋଇଗଲେ ବିଜେଡି ନେତ୍ରୀ

ଭୁବନେଶ୍ୱର,୨୬ା୧୨: ବିଜେଡି ମୁଖ୍ୟକାର୍ଯ୍ୟାଳୟ ଶଙ୍ଖ ଭବନ ଭିତରେ ଦୁଇ ମହିଳା କର୍ମୀ ହାତାହାତି ହୋଇଛନ୍ତି। ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ନିଜ ଦଳର ଜଣେ ମହିଳା...

ନିଦ ହଜାଇଛି ଜିନ୍ନତ: ପୁଣି ଓଡ଼ିଶା ଆସିବାକୁ ଯାଉଛନ୍ତି ଆଉ ଦୁଇ ବାଘ

ଭୁବନେଶ୍ୱର,୨୬ା୧୨: ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ତିନି ରାଜ୍ୟ ବନ ବିଭାଗର ନିଦ ହଜାଇଛି। ଏହାରି ମଧ୍ୟରେ ଆଉ କିଛି ବାଘ ପୁଣି ଓଡିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri